କୋଲକାତା ଝଡ଼ର ପବନ ବାତ୍ୟା ହୋଇ ବହିଲାଣି ଓଡିଶା ଆଡ଼େ

Published By : Prameya-News7 Bureau | February 05, 2019 IST

ଭୁବନେଶ୍ବର ୫|୧: ଚିଟଫଣ୍ଡ ଦୁର୍ନିତିରେ ସିବିଆଇ ତଦନ୍ତ ତନାଘନା ଏବଂ ମମତା ବାନାର୍ଜୀଙ୍କ ଧାରଣା କେବଳ ଦିଲ୍ଲୀ କି କୋଲକତା ନୁହେଁ ଓଡିଶା ରାଜନୀତିକୁ ବି ହଲଚଲ କଲାଣି  । ଏହି ଲଢେଇରେ ନବୀନ ତାଙ୍କୁ ସହଯୋଗ କରିବେ ବୋଲି ଖୋଦ ମମତା ବାନାର୍ଜି କହିବା ପରେ ଏଠି ହଙ୍ଗାମା କରିଛନ୍ତି ବିରୋଧି । ବିଧାନସଭାରେ ବି ଏହାର ତାତି ଦେଖିବାକୁ ମିଳିଛି । ତେବେ ନବୀନଙ୍କୁ ସିବିଆଇ ସମନ ହୋଇଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହା ଉପରେ କେ.ଭି.ସିଂହଦେଓ ସ୍ପଷ୍ଟୀକରଣ ମାଗି, କଥାକୁ ଆହୁରି କେଞ୍ଚି ଦେଇଥିଲେ। ସେପଟେ ନବୀନ କହିଛନ୍ତି ଆବସଲ୍ୟୁଟଲି ନନସେନ୍ସ ।….

{"id":82214}

କୋଲକାତାରୁ ଦିଲ୍ଲୀ ଉଠୁଛି ପଡ଼ିଛି । ଝଡ଼ର ପବନ ବହିଲାଣି ଓଡିଶା ଆଡ଼େ । ବିଧାନସଭାରେ ଚିଟ୍‌ଫଣ୍ଡ ତାତି । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ଚିଟଫଣ଼୍ଡ ପ୍ରସଙ୍ଗ ଉଠାଇ ନାରାବାଜି କରିଛି । ପଶ୍ଚିମବଙ୍ଗ ଚିଟଫଣ୍ଡ ଟଙ୍କା ଚୋରି ଲେଖାଥିବା ଗାଉନ ପିନ୍ଧି ବିଜେପି ବିଧାୟକ ମାନେ ବିଧାନସଭା ଭିତରେ ହଟଗୋଳ କରିଥିଲେ । ପଶ୍ଚିମବଙ୍ଗ ଭଳି ଓଡିଶାରେ ବି ଶାସକ ବିଜେଡିର କିଛି ନେତା ଚିଟଫଣ୍ଡ ଦୁର୍ନିତିରେ ଜଡିତ ଥିବା ଅଭିଯୋଗ ଆସୁଛି ।  ତେଣୁ ବିଜେଡିକୁ ବ୍ୟାକ ଫୁଟରେ ରଖିବାକୁ ବିଜେପି ଏ ପ୍ରସଙ୍ଗରେ ଆକ୍ରମଣାତ୍ମକ ଭୁମିକାରେ ଅଛି । ସ୍ଥିତି ଏମିତି ହୋଇଥିଲା ବାଚସ୍ପତି ଗୃହକୁ ମୁଲତବୀ ରହିଥିଲେ। କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ ନିଶାନା ସାଧିଛି। ଏମିତିକି ଦାମ ରାଉତ ବି ସମାନ ଢଙ୍ଗରେ ନିଶାନା ସାଧିଛନ୍ତି।  

{"id":82215}

କୋଲକାତାରେ ଧାରଣା ଦେଇଥିବା ମମତା ବାନାର୍ଜୀ ମିଳିତ ବିରୋଧୀ ଦଳଙ୍କ ସମର୍ଥନ ପାଉଥିବା ବେଳେ ନବୀନଙ୍କ ଆଡୁ ସମର୍ଥନ ପାଇବା ଆଶାରେ ବି ଅଛନ୍ତି ।  ନବୀନ ତାଙ୍କୁ ସମର୍ଥନ ଦେବେ ବୋଲି ମମତା ଆଜି କହିବା ପରେ ଓଡ଼ିଶାରେ ରାଜନୀତି ନୂଆ ମୋଡ଼ ନେଇଛି ।  ବିଜେପି ବିଧାୟକ ଦଳ ନେତା ପାଦେ ଆଗକୁ ଯାଇ ଅଭିଯୋଗ କରିଛନ୍ତି ଯେ ନବୀନଙ୍କୁ ସିବିଆଇ ନୋଟିସ କରିଥିବା ନେଇ ଗଣମାଧ୍ୟମରେ ହେଉଥିବାର ଚର୍ଚ୍ଚାର ସ୍ପଷ୍ଟୀ କରଣ ଦିଅନ୍ତୁ।  ତେଣୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟିକରଣ ଦିଅନ୍ତୁ । ଆଉ ଏହାର ଉତ୍ତରରେ ନବୀନ କହିଛନ୍ତି ଆବସଲ୍ୟୁଟଲି ନନସେନ୍ସ । ଆସନ୍ତା କାଲିଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । କିନ୍ତୁ ଧିରେ ଧିରେ ଚିଟ୍‌ଫଣ୍ଡ ପ୍ରସଙ୍ଗରେ ଓଡ଼ିଶାରେ ଗରମ ହାୱା ବହିଲାଣି ତାହା ସ୍ପଷ୍ଟ ହୋଇ ଗଲାଣି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.