ଆଶା ଆଶଙ୍କାରେ କ୍ଷତିଗ୍ରସ୍ତ : ନିର୍ବାଚନ ପୂର୍ବରୁ ମୁଣ୍ଡ ଟେକିଚି ଚିଟଫଣ୍ଡ ପ୍ରସଙ୍ଗ, କାଲିଠୁ ଭୁବନେଶ୍ୱରରେ ସତ୍ୟାଗ୍ରହ କରିବେ କ୍ଷତିଗ୍ରସ୍ତ ଜମାକାରୀ

Published By : Prameya-News7 Bureau | February 18, 2019 IST

ଭୁବନେଶ୍ୱର ୧୮/୨ : ନିର୍ବାଚନ ପୂର୍ବରୁ ପୁଣି ଫେରିଛି ଚିଟଫଣ୍ଡ ପ୍ରସଙ୍ଗ । କାଲିଠୁ ଭୁବନେଶ୍ୱରରେ ସତ୍ୟାଗ୍ରହ କରିବେ କ୍ଷତିଗ୍ରସ୍ତ ଜମାକାରୀ । ଆଉ ସେପଟେ ମଉକା ଦେଖି ବୟାନବାଜି ଆରମ୍ଭ କରିଛନ୍ତି ୩ ଦଳର ନେତା ।

୫ ବର୍ଷ ହେଲା ଅପେକ୍ଷା କଲେଣି । ହେଲେ ଟଙ୍କା ଟେ ଫେରିଲା ନାହିଁ । ତେଣୁ ଏବେ ପୁଣି ଗର୍ଜିବେ । କାଲି  ରାଜଧାନୀରେ ଏକାଠି ହେବେ ଚିଟଫଣ୍ଡ ଜମାକାରୀ । ଲୋୟର ପିଏମଜିରେ ହେବ ସତ୍ୟାଗ୍ରହ । ଟିଟଫଣ୍ଡ ଜମାକାରୀ କ୍ଷତିଗ୍ରସ୍ତ ମଞ୍ଚ ଏ ନେଇ ଆହ୍ୱାନ ଦେଇଛି । 

{"id":86485}

୧୦ ହଜାରରୁ ଅଧିକ କ୍ଷତିଗ୍ରସ୍ତଙ୍କୁ ଏକାଠି କରିବାକୁ ଲକ୍ଷ୍ୟ ରଖାଯାଇଛି । ଅନେକ ଆଜିଠାରୁ ଭୁବନେଶ୍ୱରରେ ପହଞ୍ଚି ଗଲେଣି । ଚିଟଫଣ୍ଡରେ ରାଜ୍ୟର ଲକ୍ଷ ଲକ୍ଷ ଜମାକାରୀ କ୍ଷତି ସହିଛନ୍ତି । ରାଜ୍ୟ ସରକାର ଗତ ସାଧାରଣ ନିର୍ବାଚନ ପୂର୍ବରୁ ୩୦୦କୋଟି ଟଙ୍କାର କର୍ପସ ଫଣ୍ଡର ଘୋଷଣା କରିଥିଲେ । ହେଲେ କାହାକୁ ବି ଟଙ୍କାଟେ ଦେଲେ ନାହିଁ ବୋଲି ମଞ୍ଚ ଅଭିଯୋଗ କରିଛି  । ସେପଟେ କମିଶନ ମଧ୍ୟ କହିଲେଣି, ସମସ୍ତ ଜମାକାରୀ ଚିହ୍ନଟ ଲାଗି ଆହୁରି ୨/୩ ବର୍ଷ ଲାଗିବ  । ତେଣୁ ଏଥର କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ନ ମିଳିବା ଯାଏଁ ରାଜଧାନୀ ଛାଡ଼ିବୁ ନାହିଁ ମଞ୍ଚ ଚେତାବନୀ ଦେଇଛି ।

{"id":86486}

ନିର୍ବାଚନ ପୂର୍ବରୁ ଚିଟଫଣ୍ଡ ମୁଦ୍ଦା ପୁଣି ମୁଣ୍ଡ ଟେକିବା ଦେଖି ଶାସକ-ବିରେଧୀ ଆକ୍ଟିଭ୍ ହୋଇଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର ବର୍ଷିଛି ବିଜେପି । ରାଜ୍ୟରେ କ୍ଷମତାକୁ ଆସିଲେ ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରେଇ ଦିଆଯିବ ବୋଲି ଦଳ କହିଛି । ଆଉ  କଂଗ୍ରେସ କହିଛି, ଉଭୟ ବିଜେଡି-ବିଜେପି ମିଶି ଜମାକାରୀଙ୍କ ସହ ପ୍ରତାରଣା କରିଛନ୍ତି । ବିଜେପିର ଯଦି ଏତେ ଦରଦ, ଚିଟଫଣ୍ଡ ଅଭିଯୁକ୍ତଙ୍କୁ ସିବିଆଇ କାହିଁକି ବାନ୍ଧୁନି ବୋଲି ଦଳ ପ୍ରଶ୍ନ କରିଛି । ସେପଟେ ଅର୍ଥ ମନ୍ତ୍ରୀ କହିଛନ୍ତି, କମିଶନ ଏ ନେଇ ପ୍ରକ୍ରିୟା ଜାରି ରଖିଛନ୍ତି ।

{"id":86487}

୨୦୧୩ରୁ ଚିଟଫଣ୍ଡ ପ୍ରସଙ୍ଗକୁ ନେଇ ରାଜ୍ୟରେ ଦେଖାଦେଇଛି ଅନେକ ତମ୍ବିତୋଫାନ । କମିଶନ  ଗଠନ ଓ କର୍ପସ ଫଣ୍ଡ ପରେ ଟଙ୍କା ଫେରିବା ନେଇ ଆଶା ଦେଖାଦେଇଥିଲା । କ୍ଷୁଦ୍ର ଜମାକାରୀଙ୍କୁ ଅଲଗା ବର୍ଗ କରି ଆବେଦନ କରିବାକୁ ବି କୁହା ଯାଇଥିଲା । ହେଲେ ଏବେ ବି ଆଶା, ଆଶଙ୍କାରେ କ୍ଷତିଗ୍ରସ୍ତ । ସେପଟେ କିନ୍ତୁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଯିବାରୁ ପ୍ରେସରରେ ରାଜ୍ୟ ସରକାର । ତାହା ସାଙ୍ଗକୁ ଜମାକାରୀଙ୍କ ଆନ୍ଦୋଳନ ଚିନ୍ତା ।

{"id":86488}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.