Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଟିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ୬ମାସ ବୃଦ୍ଧି କଲେ ରାଜ୍ୟ ସରକାର

2/02/2019 at 2:17 PM

ଭୁବନେଶ୍ବର୨|୨: ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । କମିଶନଙ୍କ କାର୍ଯ୍ୟକାଳ ଚଳିତମାସ ୪ତାରିଖରେ ସରୁଥିବାବେଳେ ସରକାର ଏହାକୁ ଆଉ ୬ମାସ ପାଇଁ ବୃଦ୍ଧି କରିଛନ୍ତି । ୯.୭.୨୦୧୩ ମସିହାରେ ଚିଟଫଣ୍ଡ ମାମଲାର ତଦନ୍ତ କରିବା ପାଇଁ ଜଷ୍ଟିସ ଏମଏମ ଦାସ କମିଶନ ଗଠନ ହୋଇଥିଲା । ସମୁଦାୟ ୫ଟି ପ୍ରସଂଗରେ ତଦନ୍ତ ପାଇଁ କମିଶନଙ୍କୁ ଟର୍ମସ ଅଫ ରେଫେରାନ୍ସ ପ୍ରଦାନ କରାଯାଇଥିଲା ।

ଏହି ୫ଟି ବିଷୟ ହେଲା କେଉଁ କେଉଁ ବ୍ୟକ୍ତି ଏବଂ ସଂସ୍ଥା ବେଆଇନ ଭାବେ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରୁଛନ୍ତି ତାହା ଚିହ୍ନଟ କରିବା, ବେଆଇନ ଚିଟଫଣ୍ଡ କାରବାରରେ କେଉଁ କେଉଁ ପ୍ରଭାବଶାଳୀ ସରକାରୀ ଅଧିକାରୀ, ରାଜନେତା ଓ ବ୍ୟକ୍ତି ବିଶେଷଙ୍କ ସଂପୃକ୍ତି ରହିଛି ତାର ପ୍ରମାଣ ସଂଗ୍ରହ କରିବା, ଚିଟଫଣ୍ଡ ଠକେଇ ପରିପ୍ରେକ୍ଷୀରେ ଅର୍ଥ ନିବେଶ କରିଥିବା ଲୋକଙ୍କ ସ୍ବାର୍ଥ ରକ୍ଷା ପାଇଁ ପରାମର୍ଶ ଦେବା ଏବଂ ଏ ସମ୍ପର୍କିତ କୌଣସି ପ୍ରସଂଗ କମିଶନଙ୍କ ନଜରକୁ ାସିଲେ ତାର ମଧ୍ୟ ତଦନ୍ତ କରିବା ।   

   Related Posts