ବନ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲେ ସାଉଥ ସୁପରଷ୍ଟାର, ଦାନ କଲେ ୨୫ ଲକ୍ଷ ଟଙ୍କା

Published By : Prameya-News7 Bureau | December 03, 2021 IST

ହାଇଦ୍ରାବାଦ ୦୩।୧୨ : ଆନ୍ଧ୍ରପ୍ରଦେଶରେ ଏବେ ଉବୁଟୁବୁ । ବର୍ଷା ପରେ ବନ୍ୟାର ତାଣ୍ଡବ ଜାରି ରହିଛି । ଜୁଆଡେ କେବଳ ପାଣି ହିଁ ପାଣି। ବନ୍ୟା ଯୋଗୁଁ ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି। ଅନେକ ଲୋକେ ବାସ ହରା ହୋଇ ପଡିଛନ୍ତି । ଅଧିକାଂଶ ଅଞ୍ଚଳ ପାଣିରେ ବୁଡି ରହିଛି। କିନ୍ତୁ ଏହି ସବୁକୁ ଦେଖି ଆଗେଇ ଆସିଛନ୍ତି ସାଉଥର ସୁପରଷ୍ଟାରମାନେ । ସାଉଥ ସୁପରଷ୍ଟାର ଚିରଞ୍ଜିବୀଙ୍କ ଠାରୁ ଆରମ୍ଭ କରି ମହେଶ ବାବୁ, ଆଲ୍ଲୁ ଅର୍ଜୁନ, ରାମଚରଣ ବନ୍ୟା ପୀଡିତଙ୍କ ପାଇଁ ବଢାଇଛନ୍ତି ସହାୟତର ହାତ । ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠକୁ ନିଜ ତରଫରୁ ଟଙ୍କା ଦାନ କରିଛନ୍ତି। ଏଥିସହ ବନ୍ୟା ପ୍ରଭାବିତ ସହର ଏବଂ ଲୋକଙ୍କୁ ସହାୟତା କରିବା ପାଇଁ ସେମାନେ ଅନୁରୋଧ ମଧ୍ୟ କରିଛନ୍ତି ।

ତେବେ ସାଉଥର ବଡ ବଡ ମେଗା ଷ୍ଟାର ଚିରଞ୍ଜିବୀ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି। ଟ୍ୱିଟରରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ନ ମୋହନ ରେଡ୍ଡୀଙ୍କୁ ଟ୍ୟାଗ୍ କରି ଚିରଞ୍ଜୀବି ଲେଖିଛନ୍ତି, ‘ଆନ୍ଧ୍ରପ୍ରଦେଶରେ ବନ୍ୟା ଏବଂ ପ୍ରବଳ ବର୍ଷା ହେତୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ରିଲିଫ କାର୍ଯ୍ୟରେ ସହାୟତା କରିବାକୁ ମୁଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ଲକ୍ଷ ଟଙ୍କା ଦେଉଛି।

wp:html /wp:html wp:html /wp:html wp:html /wp:html

ସେହିପରି ସୁପରଷ୍ଟାର ମହେଶ ବାବୁ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିୁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏନେଇ ସେ ମଧ୍ୟ ଟ୍ୱିଟ୍‌ କରି ଲେଖିଛନ୍ତି, ସମସ୍ତଙ୍କୁ ଅନୁରୋଧ ଏହି ସଙ୍କଟ ସମୟରେ ଆନ୍ଧ୍ରପ୍ରଦେଶକୁ ସାହାଯ୍ୟ କରନ୍ତୁ ବୋଲି ସେ ଅପିଲ୍‌ କରିଛନ୍ତି।’ ଅନ୍ୟପଟେ ଜୁନିଅର୍‌ ଏନ୍‌ଟିଆର୍‌, ଆଲ୍ଲୁ ଅର୍ଜୁନ, ରାମ ଚରଣ ମଧ୍ୟ ୨୫ ଲକ୍ଷ ଟଙ୍କା ଲେଖାଏଁ ମୁଖମନ୍ତ୍ରୀ ରିଲିଫ ପାଣ୍ଠିଙ୍କୁ ଦାନ କରିଥିବା ନେଇ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେତୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚାରିଆଡେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ନ ମୋହନ ରେଡ୍ଡୀ ସୋମବାର କେନ୍ଦ୍ର ସରକାରଙ୍କୁ ରିଲିଫ୍ ପାଣ୍ଠି ଯୋଗାଇବାକୁ ଅନୁରୋଧ କରିଥିଲେ।

wp:html /wp:html wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.