ଦିବଂଗତ ଅଭିନେତା ଚିରଞ୍ଜିବୀ ସର୍ଜାଙ୍କ ପତ୍ନୀ ମେଘନା ରାଜ ପୁତ୍ର ସନ୍ତାନକୁ ଦେଲେ ଜନ୍ମ : ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଫଟୋ

Published By : Prameya-News7 Bureau | October 22, 2020 IST

ମୁମ୍ବାଇ ୨୨/୧୦: ଦିବଂଗତ ଅଭିନେତା ଚିରଞ୍ଜିବୀ ସର୍ଜାଙ୍କ ପତ୍ନୀ ଅଭିନେତ୍ରୀ ମେଘନା ରାଜ ମା’ ହୋଇଛନ୍ତି। ସେ ଗୁରୁବାର ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏବିଷୟରେ ଚିରଞ୍ଜିବୀ ସର୍ଜାଙ୍କ ପରିବାରର ସଦସ୍ୟ ସୂଚନା ଦେଇଛନ୍ତି। ଏହା ସହିତ ସର୍ଜା ପରିବାରର ନୂଆ ଅତିଥିଙ୍କ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଜୋର ସୋରରେ ଭାଇରାଲ୍ ହେଉଛି। ମେଘନା ରାଜ ପ୍ରଥମ ଥର ମା ହୋଇଛନ୍ତି।

wp:core-embed/instagram {"url":"https://www.instagram.com/p/CGouiY_pDRu/?utm_source=ig_embed\u0026utm_campaign=loading","type":"rich","providerNameSlug":"instagram","className":""}
https://www.instagram.com/p/CGouiY_pDRu/?utm_source=ig_embed&utm_campaign=loading
/wp:core-embed/instagram

ମେଘନା ରାଜଙ୍କ ମା ହେବାର ସୂଚନା ଚିରଞ୍ଜିବୀ ସର୍ଜାଙ୍କ ଭାଇ ଧ୍ରୃବ ସର୍ଜା ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟର ଷ୍ଟୋରିରେ ଲେଖିଛନ୍ତି ଯେ ‘ବେବି ବୟ,ଜୟ ହନୁମାନ’। ଧ୍ରୃବ ସର୍ଜାଙ୍କ ପତ୍ନୀ ପ୍ରେରଣା ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ,‘ମେଘନାଙ୍କୁ ପୁତ୍ର ସନ୍ତାନର ଆଶୀର୍ବାଦ ମିଳିଛି। ଆପଣଙ୍କ ପ୍ରାର୍ଥନା ଏବଂ ସମର୍ଥନ ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ।’

wp:core-embed/instagram {"url":"https://www.instagram.com/p/CGouqjUAtXa/?utm_source=ig_embed\u0026utm_campaign=loading","type":"rich","providerNameSlug":"instagram","className":""}
https://www.instagram.com/p/CGouqjUAtXa/?utm_source=ig_embed&utm_campaign=loading
/wp:core-embed/instagram

ଏହା ସହିତ ଚିରଞ୍ଜିବୀ ସର୍ଜାଙ୍କ କଜିନ୍ ଭାଇ ସୂରଜ ମଧ୍ୟ ସୋସିଆଲ୍ ମିଡିଆରେ ଘରକୁ ଆସିଥିବା ନୂଆ ଅତିଥିଙ୍କ ବିଷୟରେ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ସୋସିଆଲ୍ ମିଡିଆରେ ଦିବଂଗତ ଚିରଞ୍ଜିବୀ ସର୍ଜା ଏବଂ ମେଘନା ରାଜଙ୍କ ପୁଅଙ୍କ ଫଟୋ ମଧ୍ୟ ଭାଇରାଲ୍ ହେଉଛି।

{"id":349051,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.