Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଜୁଲାଇ ୫ରୁ ‘ଆଶୀର୍ବାଦ ଯାତ୍ରା’ ଆରମ୍ଭ କରିବେ ଚିରାଗ: କହିଲେ- ‘ମୋ ବାପା ଓ କାକା ମୋ ସହ ନାହାନ୍ତି, ଲୋକଙ୍କ ଆଶୀର୍ବାଦ ଦରକାର’

20/06/2021 at 5:30 PM

ପାଟନା ୨୦/୦୬ : ଲୋକ ଜନଶକ୍ତି ପାର୍ଟି ଏଲଜେପିରେ ଦଳୀୟ କନ୍ଦଳ ପରେ ସାଂସଦ ଚିରାଗ ପାସୱାନ ରବିବାର ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ଦଳର ଏକ ବୈଠକ ଡକାଇଛନ୍ତି। ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ଆରମ୍ଭ ହେବା ପୂର୍ବରୁ ଚିରାଗ ପାସୱାନ୍ ଉପସ୍ଥିତ ସମସ୍ତ ନେତାଙ୍କୁ ଶପଥ ପାଠ କରାଇଛନ୍ତି। ବୈଠକ ଶେଷ ହେବା ପରେ ଚିରାଗ ପାସୱାନ ବାସଭବନ ବାହାରେ ଗଣମାଧ୍ୟମ ସହ ଆଲାେଚନା କରିଛନ୍ତି।

ଚିରାଗ ପାସୱାନ୍ କହିଛନ୍ତି ଯେ, ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଅଧିକାଂଶ ସଦସ୍ୟ ଉପସ୍ଥିତ ଥିଲେ। ଦଳର ନିଷ୍କାସିତ ସଦସ୍ୟ ଦଳର ପ୍ରତୀକ ଏବଂ ନାଁର ବ୍ୟବହାରକୁ ବିରୋଧ କରାଯାଇଛି। ସେ କହିଛନ୍ତି ଯେ ଏହି ବୈଠକରେ ରାମ ବିଳାସ ପାସୱାନଙ୍କୁ ଭାରତ ରତ୍ନ ଦେବାକୁ ଏବଂ ବିହାରରେ ତାଙ୍କର ଏକ ବଡ ପ୍ରତିମୂର୍ତ୍ତି ସ୍ଥାପନା କରିବାକୁ ଦାବି କରାଯାଇଛି।

ଚିରାଗ କହିଛନ୍ତି, “ଜୁଲାଇ ୫ରେ ମୋ ବାପାଙ୍କ ଜନ୍ମଦିନ। ମୋ ବାପା ଓ କାକା ବର୍ତ୍ତମାନ ମୋ ସହ ନାହାନ୍ତି। ସେଥିପାଇଁ ଆମେ ୫ ଜୁଲାଇରୁ ହାଜିପୁରରୁ ‘ଆଶୀର୍ବାଦ ଯାତ୍ରା’ ବାହାର କରିବାକୁ ନିଷ୍ପତ୍ତି ନେଇଛୁ। ଏହି ଯାତ୍ରା ବିହାରର ସମସ୍ତ ଜିଲ୍ଲା ଦେଇ ଯିବ। ଆମକୁ ଲୋକଙ୍କଠାରୁ ଅଧିକ ସ୍ନେହ ଏବଂ ଆଶୀର୍ବାଦ ଦରକାର।”

ଗତ ଶନିବାର ରାତିରେ ଚିରାଗ ପାସୱାନ ଲୋକସଭା ବାଚସ୍ପତି ଓମ ବିରଲାଙ୍କୁ ଭେଟିଥିଲେ। ଚିରାଗ କହିଛନ୍ତି ଯେ ସେ ଲୋକସଭା ବାଚସ୍ପତି ଓମ ବିରଲାଙ୍କୁ ସମସ୍ତ ତଥ୍ୟ ସହ ଅବଗତ କରାଇଛନ୍ତି ଏବଂ ଏଲଜେପିର ନିଲମ୍ବିତ ସାଂସଦଙ୍କ ମଧ୍ୟରୁ ଜଣେ ପଶୁପତି କୁମାର ପାରସଙ୍କୁ ଲୋକସଭାରେ ଏଲଜେପି ସଭାପତି ଭାବରେ ଗ୍ରହଣ କରିବା ନିଷ୍ପତ୍ତି ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଏହା ବେଆଇନ ଏବଂ ତାଙ୍କ ଦଳର ସମ୍ବିଧାନ ଏହାକୁ ଅନୁମତି ଦିଏ ନାହିଁ।

   Related Posts