ନୀତିଶଙ୍କ ଶେଷ ନିର୍ବାଚନ ଘୋଷଣାକୁ ଚିରାଗଙ୍କ କଟାକ୍ଷ, କହିଲେ- ‘ମୈଦାନ ଛାଡ଼ୁଥିବା ନେତାଙ୍କୁ ଭରସା ନାହିଁ’

Published By : Prameya-News7 Bureau | November 05, 2020 IST

ପାଟନା ୫/୧୧: ବିହାର ନିର୍ବାଚନ ଜାରି ରହିଥିବା ବେଳେ ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଶେଷ ଅସ୍ତ୍ର ଛାଡ଼ିଛନ୍ତି ନୀତିଶ କୁମାର। ୨୦୨୦ ବିହାର ବିଧାନସଭା ତାଙ୍କ ପାଇଁ ଶେଷ ନିର୍ବାଚନ ବୋଲି ନିର୍ବାଚନ ପ୍ରଚାରରେ କହିଛନ୍ତି ନୀତିଶ କୁମାର।  ତେବେ ନୀତିଶଙ୍କ ଏହି ଘୋଷଣାକୁ କଟାକ୍ଷ କରିଛି ଲୋକ ଜନଶକ୍ତି ପାର୍ଟି ।

ନୀତିଶଙ୍କ ଏଭଳି ଘୋଷଣା ପରେ ଜେଡିୟୁରେ ଚର୍ଚ୍ଚା ଖେଳିଯାଇଛି ବୋଲି ଲୋକ ଜନଶକ୍ତି ପାର୍ଟିର ନେତା ଚିରାଗ ପାଶଓ୍ବାନ କହିଛନ୍ତି। କିଛି ନେତା ବେରୋଜଗାର ହୋଇଗଲେଣି। ଯେଉଁମାନେ ମୈଦାନ ଛାଡ଼ି ପଳାଇଲେଣି ସେମାନଙ୍କ ଉପରେ କିଏ ଭରସା କରିବ ବୋଲି ମଧ୍ୟ କହିଛନ୍ତି ଚିରାଗ।

ଏହାସହ ଚିରାଗ ପାଶଓ୍ବାନ ଟ୍ବିଟ୍‌ରେ ଲେଖିଛନ୍ତି, ‘ସାହେବ କହିଲେ ଏହା ତାଙ୍କର ଶେଷ ନିର୍ବାଚନ। ଚଳିତ ଥର ଗତ ୫ ବର୍ଷର ହିସାବ ନଦେଇ ଏବେ ଘୋଷଣା କରିଦେଲେ ଯେ ଆସନ୍ତା ବର୍ଷ ହିସାବ ଦେବାକୁ ଆସିବେ ନାହିଁ। ଯିଏ କାଲି ଆପଣଙ୍କ ଆଶୀର୍ବାଦ ମାଗିବାକୁ ଆସିବେନି ତାଙ୍କୁ ଆପଣଙ୍କ ଅଧିକାର ଦିଅନ୍ତୁ ନାହିଁ। ଆସନ୍ତା ବର୍ଷ ସାହେବ ରହିବେ ନା ଜେଡିୟୁ। କାହା ପାଖରୁ ହିସାବ ନେବା ଆମେ ?’

wp:core-embed/twitter {"url":"https://twitter.com/iChiragPaswan/status/1324311173076955136","type":"rich","providerNameSlug":"twitter","className":""}
https://twitter.com/iChiragPaswan/status/1324311173076955136
/wp:core-embed/twitter

ସୂଚନାଯୋଗ୍ୟ, ଆଜି ନିର୍ବାଚନ ପ୍ରଚାରର ଶେଷ ଦିନ। ପହରଦିନ ନିର୍ବାଚନ। ଏହା ମୋର ଶେଷ ନିର୍ବାଚନ। ଶେଷ ଭଲ ତ ସବୁ ଭଲ ବୋଲି ଗୁରୁବାର ପୁର୍ଣିଆରେ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ ନୀତିଶ କୁମାର କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.