ପଶୁପତି ପାରସଙ୍କୁ ଆଶ୍ୱସ୍ତି, ଚିରାଗ ପାଶ୍ୱାନଙ୍କ ପିଟିସନ ଦିଲ୍ଲୀ ହାଇକୋର୍ଟରେ ଖାରଜ

Published By : Prameya-News7 Bureau | July 09, 2021 IST

ନୂଆଦିଲ୍ଲୀ ୯।୭: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଲାଶ ପାଶ୍ୱନଙ୍କ ପୁତ୍ର ଚିରାଗ ପାଶ୍ୱାନ ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନ ଶୁକ୍ରବାର ଅଗ୍ରାହ୍ୟ ହୋଇଯାଇଛି। ଫଳରେ ଏଲଜେପିରୁ ନୂଆକରି କେନ୍ଦ୍ରମନ୍ତ୍ରୀ ହୋଇଥିବା ପଶୁପତି କୁମାର ପାରସଙ୍କ ରାଜନୈତିକ କ୍ୟାରିୟରକୁ ନେଇ ଦେଖା ଦେଇଥିବା ସଂକଟ ଟଳିଛି। ଚିରାଗ କରିଥିବା ଆବେଦନରେ ପାର୍ଟି ବିରୋଧି ଗତିବିଧି ଓ ଶୀର୍ଷ ନେତାଙ୍କୁ ଧୋକାଦେବା ଅଭିଯୋଗରେ ଦଳର ଜାତୀୟ ସଭାପତି ପଶୁପତି ପାରସଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ବୋଲି ଦର୍ଶାଇଥିଲେ।

ଚିରାଗ ହାଇକୋର୍ଟରେ ଲୋକସଭା ବାଚସ୍ପତି ଓମ ବିରଳାଙ୍କ ସେହି ନିଷ୍ପତ୍ତିକୁ ଚାଲେଞ୍ଜ କରିଥିଲେ ଯେଉଁ ଥିରେ ସେ ଏଲଜେପିର ପଶୁପତି ପାରସଙ୍କ ଗୋଷ୍ଠୀକୁ ସଂସଦରେ ମାନ୍ୟତା ଦେଇଥିଲେ।  ମାମଲାରେ ସମସ୍ତେ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ରହିଥିବା ବେଳେ ସଂସଦ ଅଧ୍ୟକ୍ଷଙ୍କ ନିକଟରେ ମାମଲା ଲମ୍ବିତ ଥିବା ଦର୍ଶାଇ ମାମଲାରୁ ହାଇକୋର୍ଟ ନିଜକୁ ବାହାରେ ରଖିଛନ୍ତି। 

{"id":478095,"width":839,"height":543,"sizeSlug":"large","linkDestination":"none"}

ଗତ ଜୁନ ୧୩ ତାରିଖରେ ଏଲଜେପି ସଂସଦୀୟ ଦଳର ବୈଠକ ଡକାଯାଇଥିଲା। ତେବେ ଏହି ବୈଠକକୁ ଚିରାଗଙ୍କୁ ଡକାଯାଇ ନଥିବାରୁ କକା-ପୁତୁରାଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ହାଜିପୁରରେ ଅନୁଷ୍ଠିତ ବୈଠକରେ ପଶୁପତି ପାରସଙ୍କୁ ଦଳର ନେତା ମନୋନୀତ କରାଯାଇଥିଲା। ସଂସଦୀୟ ଦଳର ନିଷ୍ପତ୍ତିକୁ ଲୋକସଭା ବାଚସ୍ପତିଙ୍କୁ ଜଣାଇ ଦିଆଯାଇଥିବା ବେଳେ ଲୋକସଭା ସଚିବାଳୟ ପାରଶଙ୍କୁ ସଂସଦରେ ଦଳର ନେତା ଘୋଷଣା କରିଥିଲେ। 

ତେବେ ଘଟଣା ଜଣାପଡିବା ପରେ ଚିରାଗ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆହ୍ୱାନ କରିଥିଲେ। ଏଥିରେ ଦଳବିରୋଧୀ କାର୍ଯ୍ୟ ଲାଗି ପଶୁପତି ପାରସଙ୍କ ସହ ତାଙ୍କ ଗୋଷ୍ଠୀର ୫ ସାଂସଦଙ୍କୁ ଦଳରୁ ବହିଷ୍କାର କରିଦେଇଥିଲେ। ଏ ବାବଦେ ଦଳୀୟ ନିଷ୍ପତ୍ତି ମଧ୍ୟ  ଲୋକସଭା ବାଚସ୍ପତି ଓମ ବିରଳାଙ୍କୁ ଜଣାଇ ଦିଆଯାଇଥିଲା। ତେବେ ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଥିବା ବେଳେ ଏଲଜେପିରୁ ପଶୁପତି ପାରସଙ୍କୁ କେନ୍ଦ୍ର ଖାଦ୍ୟ ପ୍ରସଂସ୍କରଣ ମନ୍ତ୍ରୀ ନିଯୁକ୍ତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.