ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ଦାବିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ଲୋକ ଜନଶକ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ୍ ପାଶୱାନ୍

Published By : Prameya-News7 Bureau | June 22, 2020 IST

ମୁମ୍ବାଇ ୨୨/୦୬ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ଦାବି ଜୋର ଧରିଛି | ବିଭିନ୍ନ ରାଜନୈତିକ ଦଳ ଏବଂ ଫିଲ୍ମ ତାରକା ମଧ୍ୟ ଏହି ଆତ୍ମହତ୍ୟା ମାମଲାର ସମାଧାନ ଦାବି କରିଛନ୍ତି | ଲୋକ ଜନଶକ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶୱାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି | ଚିରାଗ ପାଶୱାନ ଏ ସମ୍ବନ୍ଧରେ ଉଦ୍ଧବ ଠାକରେଙ୍କ ସହ ଫୋନରେ ମଧ୍ୟ କଥାବାର୍ତ୍ତା କରିଥିଲେ | ସେ ଚିଠିରେ ଲେଖିଛନ୍ତି ଯେ ବିହାରରୁ ଆସିଥିବା ସାଧାରଣ ପରିବାର ଜଣେ ଯୁବକ ନିଜ ଅଭିନୟ ଦକ୍ଷତା ବଳରେ କେବଳ ବିହାର ନିଁହେଁ ବରଂ ପୁରା ଦେଶରେ ଲୋକପ୍ରିୟ ହୋଇଥିଲେ | କିନ୍ତୁ କୌଣସି କାରଣବଶତଃ ସେ ଜୁନ ୧୪ ତାରିଖରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି | କିନ୍ତୁ ଆତ୍ମହତ୍ୟାର କାରଣ ଏବେ ସୁଦ୍ଧା ଜଣାପଡିନାହିଁ |

{"id":289768,"sizeSlug":"large"}

ଚିରାଗ ପାଶୱାନ ଲେଖିଛନ୍ତି ଯେ ସେ ସୁଶାନ୍ତ ସିଂହଙ୍କ ପରିବାର ସହିତ ଲଗାତାର ସମ୍ପର୍କ କରୁଛନ୍ତି | ସୁଶାନ୍ତ ସିଂହଙ୍କ ନିକଟ ସମ୍ପର୍କୀୟ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାକୁ ଷଡଯନ୍ତ୍ର ବୋଲି କହିଛନ୍ତି | ସମସ୍ତେ କହୁଛନ୍ତି ଯେ ସୁଶାନ୍ତ ସିଂହ ବଲିଉଡ ଇଣ୍ଡଷ୍ଟ୍ରିରେ ଚାଲିଯିବା ନେପୋଟିଜିମର ଶିକାର ହୋଇଛନ୍ତି | ନେପୋଟିଜିମ ଯୋଗୁଁ ବଡ ବଡ ଫିଲ୍ମ ନିର୍ମାତା ସୁଶାନ୍ତ ସିଂହଙ୍କୁ ବହିଷ୍କାର କରିଥିଲେ ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ |

{"id":289767,"sizeSlug":"large"}

ଚିରାଗ ପାଶୱାନ ଉଦ୍ଧବ ଠାକରେଙ୍କୁ ଦାବି କରିଛନ୍ତି ଯେ ଏହି ମାମଲାରେ ଗମ୍ଭୀରତାର ସହ ଯାଞ୍ଚ ହେଉ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ | ଏହାସହ ସେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଯେଉଁମାନେ ଛୋଟ ସହରରୁ ଆସୁଥିବା ପ୍ରତିଭାବାନ ଲୋକଙ୍କୁ ଆଗକୁ ବଢିବାକୁ ଦେଉନାହାନ୍ତି | ଏହା ପୂର୍ବରୁ ଚିରାଗ ପାଶୱାନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚିଠି ଲେଖି ଘଟଣାର ଯାଞ୍ଚ କରିବାକୁ ଦାବି କରିଥିଲେ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.