ଚିରାଗ ପାଶଓ୍ବାନଙ୍କ ଚେତାବନୀ : ‘ପଶୁପତି ପାରସଙ୍କୁ ଦଳରୁ ବିଦା କରାଯାଇଛି, ସେ LJP କୋଟାରୁ କେନ୍ଦ୍ରମନ୍ତ୍ରୀ ହେଲେ କୋର୍ଟକୁ ଯିବି’

Published By : Prameya-News7 Bureau | July 06, 2021 IST

ପାଟନା ୦୬/୦୭ : ମୋଦି କ୍ୟାବିନେଟ୍ ବିସ୍ତାର ନେଇ ମାହୋଲ ସରଗରମ ରହିଥିବା ବେଳେ ଏଲ୍‌ଜେପି ନେତା ଚିରାଗ ପାଶଓ୍ବାନ ବଡ ବୟାନ ଦେଇଛନ୍ତି । ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ କିଛି ନୂଆ ମୁହଁଙ୍କୁ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଥିବା ବେ​‌ଳେ ଏହି ଲିଷ୍ଟରେ ଏଲଜେପି ସାଂସଦ ତଥା ଚିରାଗ ପାଶଓ୍ବାନଙ୍କ ଚାଚା ପଶୁପତି ପାରସ୍‌ଙ୍କ ନାଁ ମଧ୍ୟ ରହିଛି । ତେବେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ଚିରାଗ ପାଶଓ୍ବାନ । ସେ କହିଛନ୍ତି, ‘ପଶୁପତି ପାରସ୍ ଏଲ୍‌ଜେପି କୋଟାରୁ କେନ୍ଦ୍ରମନ୍ତ୍ରୀ ହେବା ସମ୍ଭବପର ନୁହେଁ । କାରଣ ଦଳର କାର୍ଯ୍ୟକାରୀ ବୋର୍ଡ ତାଙ୍କୁ ପାର୍ଟିରୁ ବାହାର କରିଦେଇଛନ୍ତି । ଏ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଯୋଗେ ଅବଗତ କରାଯାଇଛି । ତେଣୁ ଯଦି ତାଙ୍କୁ ଏଲଜେପି ସାଂସଦ ଭାବେ ମନ୍ତ୍ରୀ ପଦ ଦିଆଯାଏ ତେବେ ମୁଁ କୋର୍ଟକୁ ଯିବି । ନିର୍ଦଳୀୟ ତଥା ଜେଡିୟୁରୁ ମନ୍ତ୍ରୀ ପଦ ପାଆନ୍ତି ତେବେ କୌଣସି ଆପତ୍ତି ନାହିଁ ।’

{"width":833,"height":468}
Pashupati Kumar Paras elected LJP chirag paswan ousted | National News –  India TV

ଚିରାଗ ପାଶଓ୍ବାନ କହିଛନ୍ତି, ବିହାର ନିର୍ବାଚନ ପରେ ଏହା ସ୍ପଷ୍ଟ ଭାବେ ଜଣାପଡୁଥିଲା ଯେ, ରାଜ୍ୟରେ ସରକାର ୨ ବର୍ଷରୁ ଅଧିକ ଚାଲିପାରିବ ନାହିଁ । ତେଣୁ କିଭଳି ଭାବେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ବିସ୍ତାର ନହେଉ, ଜେଡିୟୁ ନେତାମାନେ ତାହା କହିବା ଉଚିତ । ଯଦି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୁଏ ତେବେ ଜେଡିୟୁରେ ଫାଟ ସୃଷ୍ଟି ହେବା ଥୟ । ଏହାପରେ ବିହାର ସରକାରରେ କଣ ହେବ ତାହା ସମୟ କହିବ, ଏହା ମୁଁ କହିବା ଆବଶ୍ୟକ ନୁହେଁ କହିଛନ୍ତି ଚିରାଗ ।

ଜୁଲାଇ ୮ ତାରିଖରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବା ନେଇ ଚର୍ଚ୍ଚା ହେଉଛି । କିଛି ନୂଆ ମୁହଁ ଏବଂ ସହଯୋଗୀ ଦଳର କିଛି ନେତାଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିପାରନ୍ତି ମୋଦି । ମନ୍ତ୍ରୀମଣ୍ଡଳରେ ପ୍ରାୟ ୧୭ରୁ ୨୨ ନୂଆ ମନ୍ତ୍ରୀ ସାମିଲ ହୋଇପାରନ୍ତି । ସେଥିମଧ୍ୟରୁ ପଶୁପତି କୁମାର ପାରସଙ୍କୁ ଏଲଜେପି କୋଟାରୁ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ହେଉଛି । ଏହାକୁ ନେଇ ଚାଚା ପଶୁପତି ପାରସଙ୍ତକୁ ଟାର୍ଗେଟ୍ କରିଛନ୍ତି ଚିରାଗ ପାଶଓ୍ବାନ । ଚିରାଗ କହିଛନ୍ତି, ଲୋକ ଜନଶକ୍ତି ପାର୍ଟି ଏଲ୍‌ଜେପିର ସମ୍ବିଧାନ ଅନୁଯାୟୀ ଦଳରେ ୭୫ ସଦସ୍ୟ ବିଶିଷ୍ଟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ରହିଥାଏ । ସେମାନଙ୍କ ମଧ୍ୟରୁ ମୋଟ ୧୫ ପ୍ରକୋଷ୍ଠରୁ ଗୋଟିଏ ପ୍ରକୋଷ୍ଠର ଅଧ୍ୟକ୍ଷ ଆମ ବିରୋଧରେ ଅଛନ୍ତି ଏବଂ ୬ ଜଙଣ ଉପାଧ୍ୟକଙ୍କ ମଧ୍ୟରୁ ଜଣେ ଉପାଧ୍ୟକ୍ଷ ଆମଠାରୁ ଅଲଗା ହୋଇଛନ୍ତି । ମୋଟ ୩୫ ଜଣ ପ୍ରଦେଶ ଅଧ୍ୟକ୍ଷଙ୍କ ମଧ୍ୟରୁ ୩୩ ଜଣ ଆମ ସହିତ ଅଛନ୍ତି ବୋଲି ଚିରାଗ ପାଶଓ୍ବାନ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.