LJP ଦୁଇଫାଳ, ପିତାଙ୍କ ନାମ ସହ ହେଲିକପ୍ଟର ସଂକେତ ପାଇ ଚିରାଗ ଖୁସ୍, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | October 07, 2021 IST

ନୂଆଦିଲ୍ଲୀ ୭।୧୦: ଶେଷରେ ରାମ ବିଳାଶ ପାଶ୍ୱାନଙ୍କ ସ୍ଥାପିତ ‘ଲୋକ ଜନଶକ୍ତି ପାର୍ଟି’ (ଏଲଜେପି) ଦୁଇଫାଳ ହୋଇଯାଇଛି। ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଚିରାଗ ପାଶ୍ୱାନଙ୍କୁ ଏଲଜେପି (ରାମ ବିଳାଶ) ପାର୍ଟି ଦେଇଥିବା ବେଳେ  ହେଲିକପ୍ଚରକୁ ଦଳୀୟ ନିର୍ବାଚନ ସଂକେତ ଆଲଟମେଣ୍ଟ କରିଛନ୍ତି। ପାର୍ଟି ସହ ପିତାଙ୍କ ନାମ ପାଇ ଚିରାଗ ପାଶ୍ୱାନ ଇସିଆଇଙ୍କୁ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି।

{"id":523838,"width":841,"height":518,"sizeSlug":"full","linkDestination":"none"}

ଏ ନେଇ ଚିରାଗ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ଦାଦରା ଓ ନଗର ହାଭେଲୀ ଲୋକସଭା ଉପ ନିର୍ବାଚନ ଲାଗି ରଘୁନାଥ  ଗୋରାଟଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି। ସେହିପରି ବିହାରରେ ହେବାକୁ ଯାଉଥିବା ବିଧାନସଭା ଉପନିର୍ବାଚନରେ କୁଶେଶ୍ୱର ବିଧାନସଭା ଆସନରୁ ଅଞ୍ଜୁଦେବୀ ଓ ତାରାପୁରରୁ ଚନ୍ଦନ ସିଂହ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି।

{"id":523839,"width":840,"height":560,"sizeSlug":"full","linkDestination":"none"}

ଚିରାଗ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଇଆଇସିଙ୍କ ଦ୍ୱାରା ପ୍ରଦତ ପାର୍ଟି ନାମରେ ମୋର ସ୍ୱର୍ଗତ ପିତାଙ୍କ ନାମ ସଂସ୍ଲିଷ୍ଟ ରହିଛି। ଯାହା ଦଳରେ ନୂଆ ଉତ୍ସାହ ସୃଷ୍ଟି କରିଛି। ଏହି ଉତ୍ସାହ ପାର୍ଟିକୁ ଆଗକୁ ନେବାରେ ଦଳୀୟ ନେତାଙ୍କୁ ବେଶ ସହଯୋଗ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଚିରାଗ। ତେବେ ପଶୁପତି ପାରଶ ଚିରାଗଙ୍କୁ ନ ଜଣାଇ ସଂସଦରେ ବିଜେପି ସହଯୋଗୀ ଭାବେ ମନ୍ତ୍ରୀପଦ ହାତେଇବା ପରଠାରୁ ଦଳରେ ଅନ୍ତରିଣ କଳହ ଲାଗି ରହିଥିଲା। ଫଳ ଇସିଆଇ ଦଳୀୟ ସଂକେତକ ଓ ନାମକୁ ଜବତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.