Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଯେତେ ଧକ୍କା ଖାଇଲେ ବି ବିଜେପିକୁ ଛାଡୁ ନାହାଁନ୍ତି ଚିରାଗ ପାଶଓ୍ୱାନ, ଗେରୁଆ ଗାମୁଛା ପକାଇ କହିଲେ- ‘ମୁଁ ବିଜେପି ସାଙ୍ଗରେ ହିଁ ଅଛି’

5/11/2020 at 6:07 PM

ପାଟନା, ୦୫।୧୧:  ବିହାର ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୭ ତାରିଖରେ ଅନ୍ତିମ ତଥା ତୃତୀୟ ପର୍ଯ୍ୟାୟ ମତଦାନ ହେବ । ରାଜ୍ୟରେ ଏନଡିଏଠୁ ଅଲଗା ହୋଇ ନିର୍ବାଚନ ଲଢୁଥିବା ଲୋକ ଜନଶକ୍ତି ପାର୍ଟିର ନେତା ଚିରାଗ ପାଶଓ୍ୱାନ ଲଗାତର ଭାବେ ବିଜେପି ସହ ରହିଥିବା ଦାବି କରି ଆସୁଛନ୍ତି । ଗୁରୁବାର ମଧ୍ୟ ସାକ୍ଷାତକାରରେ ସେ ବିଜେପି ସହ ରହିଥିବା ଦୋହରାଇଥିଲେ ।

ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଚିରାଗ କହିଛନ୍ତି ଯେ, ସେ ସଦାବେଳେ ବିଜେପି ସହ ରହି ଆସିଛନ୍ତି । ଏହାସହ ନଭେମ୍ବର ୧୦ରେ ବିଜେପି ଓ ଏଲଜେପି ମିଳିତ ଭାବେ ସରକାର ଗଠନ କରିବେ ବୋଲି ସେ ଦାବି କରିଛନ୍ତି ।

ଗେରୁଆ ରଙ୍ଗରେ ଗାମୁଛା ପକାଇଥିବା ଚିରାଗ କହିଥିଲେ ଯେ, ସେ ବିଜେପି ସହ ରହି ଆସିଛନ୍ତି । ନୀତିଶ କୁମାର ଭବିଷ୍ୟତରେ ଦୁର୍ନୀତି ଅଭିଯୋଗରେ ଜେଲ୍ ଯାଇ ପାରନ୍ତି । ତେବେ ଚିରାଗ ନଭେମ୍ବର ୧୦ ପରେ କେବେବି ଆରଜେଡି କିମ୍ବା ମହାମେଣ୍ଟରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହାସହ ସେ ମୁଖ୍ୟମନ୍ତ୍ରୀ ପଦ ରେସରେ ନଥିବା କହିଛନ୍ତି ।

ଏହାପୂର୍ବରୁ ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଦିନ ଚିରାଗ ଭୋଟରଙ୍କୁ କହିଥିଲେ ଯେ,  ଗତ ୧୫ ବର୍ଷ ହେଲା ବିହାର ମଦନାମର ସାମ୍ନା କରୁଛି । ଏବେ ବିହାରବାସୀଙ୍କ ପାଖରେ ସୁଯୋଗ ଅଛି । ପରିବର୍ତ୍ତନ ଆଣନ୍ତୁ ବୋଲି ସେ ରାଜ୍ୟବାସୀଙ୍କୁ ଆହ୍ୱାନ କରିଥିଲେ ।  ଏପରିକି ଯେଉଁଠି ଏଲଜେପି ପ୍ରାର୍ଥୀ ଲଢୁନାହାଁନ୍ତି ସେଠାରେ ବିଜେପିକୁ ଭୋଟ୍ ଦେବାକୁ ସେ ଅପିଲ ମଧ୍ୟ କରିଥିଲେ ।

   Related Posts