Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

‘ଯେଉଁଠି ଏଲଜେପି ପ୍ରାର୍ଥୀ ନାହାଁନ୍ତି ସେଠାରେ ବିଜେପିକୁ ଭୋଟ୍ ଦିଅ’, ଚିରାଗ ପାଶଓ୍ୱାନଙ୍କ ବଡ ଘୋଷଣା

25/10/2020 at 10:57 AM

ପାଟନା,୨୫|୧୦:   ବିହାରରେ ରାଜନୀତି ସରଗରମ ହୋଇ ଉଠିଛି । ଗୋଟିଏ ଦିଗରେ ବିଜେପି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ସ୍ପଷ୍ଟ କରିସାରିଛି । ତେବେ ଏନଡିଏର ସହଯୋଗୀ ଦଳ ଏଲଜେପି ଲଗାତର ଭାବେ ନୀତିଶଙ୍କୁ ସମାଲୋଚନା କରୁଛି । ଦଳର ନେତା ଚିରାଗ ପାଶଓ୍ୱାନ ନୀତିଶଙ୍କ ବିଭିନ୍ନ ବୟାନ ଉପରେ ଜବାବ ମଧ୍ୟ ରଖୁଛନ୍ତି । ଏଲଜେପି ଜେଡିୟୁ ବିପକ୍ଷରେ ଅନେକ ସ୍ଥାନରେ ପ୍ରାର୍ଥୀ ଛିଡା କରିଛି । ଏହାମଧ୍ୟରେ ଲୋକ ଜନଶକ୍ତି ପାର୍ଟି ବା ଏଲଜେପିର ନେତା ଚିରାଗ ପାଶଓ୍ୱାନ  ବଡ ଘୋଷଣା କରିଛନ୍ତି । ଯେଉଁଠାରେ ଏଲଜେପି ପ୍ରାର୍ଥୀ ନାହାଁନ୍ତି ସେଠାରେ ବିଜେପିକୁ ଭୋଟ୍ ଦେବାକୁ ସେ କହିଛନ୍ତି ।

ଚିରାଗ ଟ୍ୱିଟ୍ କରି କହିଛନ୍ତି ଯେ, ଯେଉଁଠାରେ ଏଲଜେପି ପ୍ରାର୍ଥୀ ଛିଡା ହୋଇଛନ୍ତି ସେଠାରେ ବିପୁଳ ପରିମାଣରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତୁ । ଅନ୍ୟ ସ୍ଥାନରେ ବିଜେପିକୁ ସମର୍ଥନ କରନ୍ତୁ । ଆଗାମୀ ସରକାର ନୀତିଶ ମୁକ୍ତ ସରକାର ହେବ ।

ପ୍ରଶ୍ନ ଉଠୁଛି ଯେ, ବିଜେପି ନୀତିଶଙ୍କୁ ସମର୍ଥନ କରୁଥିବା ବେଳେ ଚିରାଗ କଣ ପାଇଁ ବିରୋଧ କରୁଛନ୍ତି । ଏପରିକି ବିଜେପି ମଧ୍ୟ ଏଲଜେପିକୁ ବିଭିନ୍ନ ପ୍ରସଙ୍ଗରେ ଘେରୁଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଥିଲେ ଯେ, ଏଲଜେପି ବିହାର ନିର୍ବାଚନରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ । ଏହାସହ ବିଜେପି ଜେଡିୟୁ, ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚା ଓ ବିଆଇପି ସହ ମିଶି ନିର୍ବାଚନ ଲଢୁଛି ।

ସେହିପରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଏଲଜେପିର ବିହାର ନିର୍ବାଚନରେ କୌଣସି ସମ୍ପର୍କ ନଥିବା କହିଥିଲେ । ଏପରିକି ବିଜେପି ଓ ଏଲଜେପି ମଧ୍ୟରେ କୌଣସି ଭିତିରି ବୁଝାବଣା ନଥିବା ମଧ୍ୟ ସେ କହିଥିଲେ ।

   Related Posts