Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟିଲେ ଚିରାଗ ପାସଓ୍ବାନ

15/06/2021 at 4:39 PM

ପାଟନା ୧୫/ ୦୬ : ଲୋକ ଜନଶକ୍ତି ପାର୍ଟି (LJP) ରେ ଜାରି ରହିଥିବା ବିବାଦ ଶେଷରେ ବିସ୍ଫୋରଣ ହୋଇଛି । ଚିରାଗ ପାସଓ୍ବାନଙ୍କୁ ଏଲଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ସୁରଜଭାନଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ‘ଏକ୍ ବ୍ୟକ୍ତି ଏକ୍ ପଦ୍’ ନିୟମ ଅନୁଯାୟୀ ଚିରାଗଙ୍କୁ ଦଳର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିବା ସୂଚନା ମିଳିଛି ।


ଏହା ସହିତ ଆସନ୍ତା ୫ ଦିନ ମଧ୍ୟରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡକାଯାଇ ନୂଆ ଅଧ୍ୟକ୍ଷ ପାଇଁ ନିର୍ବାଚନ କରାଯିବ । ଏହା ପୂର୍ବରୁ ଲୋକ ଜନଶକ୍ତି ପାର୍ଟି (LJP)ର ସଂସଦୀୟ ଦଳ ନେତା ପଦରୁ ମଧ୍ୟ ଚିରାଗ ପାସଓ୍ବାନଙ୍କୁ ହଟାଇ ଦିଆଯାଇଥିଲା । ଲୋକ ଜନଶକ୍ତି ପାର୍ଟି (LJP)ର ମୋଟ ୬ ଜଣ ସାଂସଦଙ୍କ ମଧ୍ୟରୁ ୫ ଜଣ, ଚିରାଗ ପାସଓ୍ବାନଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇବାକୁ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ । ଯାହାକୁ ସ୍ବୀକାର କରିଥିଲେ ବାଚସ୍ପତି ।

ଚିରାଗ ପାସଓ୍ବାନଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇ ଦିଆଯିବା ପରେ ତାଙ୍କ ଚାଚା ପଶୁପତି ପାରସଙ୍କୁ ଏଲଜେପି ସଂସଦୀୟ ଦଳର ନୂଆ ନେତା ଚୟନ କରାଯାଇଛି । ଚିରାଗଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଯିବା ପରେ ଚାଚା-ପୁତୁରା ମଧ୍ୟରେ ବୁଝାମଣା ଆଶା ମଧ୍ୟ ମଉଳିଯାଇଛି । ତେବେ ଜୁନ ୨୦ ତାରିଖ ପୂର୍ବରୁ ହିଁ ପଶୁପତି କୁମାର ପାରସ ଏଲଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି ।

   Related Posts