Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କେନ୍ଦ୍ର କ୍ୟାବିନେଟ୍‌ରେ ପଶୁପତି ପାରସଙ୍କ ସାମିଲକୁ ଚାଲେଞ୍ଜ କଲେ ଚିରାଗ, ଦିଲ୍ଲୀ ହାଇକୋର୍ଟରେ ମାମଲା

7/07/2021 at 6:07 PM

ନୂଆଦିଲ୍ଲୀ ୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ରେ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବାକୁ ଯାଉଛି। ନୂଆ ମନ୍ତ୍ରୀମାନେ ପଦ ଓ ଗୋପନୀୟତାର ଶପଥ ପାଠ ଲାଗି ରାଷ୍ଟ୍ରପତି ଭବନ ପହଞ୍ଚିସାରିଥିବା ବେଳେ କିଛି ସମୟ ପରେ ରାଷ୍ଟ୍ରପତି ସେମାନଙ୍କୁ ଶପଥ ପାଠ କରାଇବେ। ୪୩ ଜଣ ସାଂସଦ ମନ୍ତ୍ରୀମଣ୍ଡଳରେ ସ୍ଥାନପାଇବାକୁ ଯାଉଛନ୍ତି। ଏଥିରେ ସ୍ୱର୍ଗତ ରାମବିଲାଶ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ରୁ ପଶୁପତି ପାରଶ ମଧ୍ୟ ମନ୍ତ୍ରୀ ହେବେ। ତେବେ ଦଳରୁ ପାରସଙ୍କୁ ମନ୍ତ୍ରୀ ମନୋନୟନକୁ ରାମବିଳାଶଙ୍କ ପୁତ୍ର ଚିରାଗ ପାଶ୍ୱାନ ବିରୋଧ କରିବା ସହ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିବା ଜଣାପଡିଛି।    

ଚିରାଗ ହାଇକୋର୍ଟରେ ଦାଖଲ କରିଥିବା ପିଟିସନରେ ତାଙ୍କ ଦଳ କୋଟାରୁ ପଶୁପତି କୁମାର ପାରସଙ୍କୁ ମନ୍ତ୍ରୀ କରାଯିବାରେ ଆପତ୍ତି କରିଥିବା ବେଳେ ଏ ନେଇ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ଚିରାଗ ଉଲ୍ଲେଖ କରିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ତାଙ୍କ ଟିମ୍‌ରେ କାହାକୁ ରଖିବେ ନ ରଖିବେ’ ତାଙ୍କ ଅଧିକାରକୁ ଆମେ ପୂର୍ଣ୍ଣ ସମ୍ମାନ କରୁଛୁ। ତେବେ ଯେଉଁ ପର୍ଯ୍ୟନ୍ତ ଏଲଜେପିର କଥା ଉଠୁଛି ପଶୁପତି କୁମାର ପାରସ ଆମ ଦଳର ସଦସ୍ୟ ନୁହନ୍ତି ବୋଲି ଉଲ୍ଲେଖ କରିଛନ୍ତି। ତେବେ ପାର୍ଟିକୁ ଭାଙ୍ଗିବା ଭଳି କାର୍ଯ୍ୟରେ ଯଦି ତାଙ୍କ ଗୋଷ୍ଠୀ ପକ୍ଷରୁ ତାଙ୍କୁ ସରକାରରେ ନିଆଯାଉଥାଏ ଏଥିରେ ଆମର କୌଣସି ଆପତ୍ତି ନାହିଁ ବୋଲି ଚିରାଗ ଉଲ୍ଲେଖ କରିଛନ୍ତି।

ଦଳ ବିରୋଧୀ କାର୍ଯ୍ୟ ଓ ଶୀର୍ଷ ନେତାଙ୍କୁ ଧୋକାଦେବା କାରଣରୁ ଏଲଜେପି ତାଙ୍କୁ ଅନେକ ପୂର୍ବରୁ ଦଳରୁ ବହିଷ୍କାର କରିସାରିଛି। ଏଣୁ ତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରିବା ଲାଗି ନିଷ୍ପତ୍ତିକୁ ଦଳ କଡା ବିରୋଧ କରୁଛି। ଚିରାଗ ପାଶ୍ୱାନଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ରୁଜୁ ଆବେଦନ ପଶୁପତି କୁମାର ପାରସଙ୍କୁ କେନ୍ଦ୍ର ମନ୍ତ୍ରୀ କରିବା ବିରୋଧରେ ନୁହେଁ ବରଂ ଲୋକସଭାରେ ତାଙ୍କୁ ଏଲଜେପି ସଂସଦୀୟ ଦଳର ନେତା ମନୋନୟନ ଲାଗି ଲୋକସଭା ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ବୋଲି ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଲୋକସଭା ବାଚସ୍ପତି ପଶୁପତି ପାରସଙ୍କୁ ଏଲଜେପି ସଂସଦୀୟ ଦଳ ନେତା ସ୍ୱୀକାର କରିବା ପରେ ପାର୍ଟି ପକ୍ଷରୁ ଏହାକୁ ବିରୋଧ କରାଯାଉଛି। ଏ ବାବଦେ ବାଚସ୍ପତିଙ୍କ ନିକଟରେ ପାର୍ଟି ପକ୍ଷରୁ ପୁନର୍ବିଚାର ଅପିଲ ବି କରାଯାଇଛି। ଏ ବାବଦେ ବାଚସ୍ପତି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପାରସଙ୍କୁ ପାର୍ଟିରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନିତ କରାଯାଇଥିବାରୁ ପାର୍ଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

   Related Posts