କକା ପଶୁପତିନାଥଙ୍କ ଉପରେ ଇମୋସନାଲ କାର୍ଡ ଖେଳିଲେ ଚିରାଗ ପାସଓ୍ଵାନ, କହିଲେ- ମୁଁ ଆଜି ଅନାଥ ହୋଇଗଲି

Published By : Prameya-News7 Bureau | June 16, 2021 IST

ପାଟନା ୧୬।୦୬: ଲୋକ ଜନଶକ୍ତି ପାର୍ଟିରେ ଜାରି ରାଜନୈତିକ ସଙ୍କଟ ମଧ୍ୟରେ ଚିରାଗ ପାସଓ୍ଵାନ ବୁଧବାର ସାମ୍ବାଦିକ ସମ୍ମିଳନୀରେ ଇମୋସନାଲ କାର୍ଡ ଖେଳିଛନ୍ତି। ଚିରାଗ ପାସଓ୍ଵାନ କହିଛନ୍ତି, କିଛି ଲୋକ ଆମ ପାର୍ଟିକୁ ସେହି ସମୟରେ  ମଧ୍ୟ ଭାଙ୍ଗିବାକୁ ଚାହୁଁଥିଲେ, ଯେଉଁ ସମୟରେ ମୋ  ବାପା ହସ୍ପିଟାଲ୍‌ରେ ଭର୍ତ୍ତି ଥିଲେ। ସେତେବେଳେ ବାପା ମୋତେ ଏହି କଥା କହିଥିଲେ। ସେହି ଲୋକଙ୍କ ମଧ୍ୟରେ ମୋ କକା ପଶୁପତିନାଥ ପାରସ ମଧ୍ୟ ସାମିଲ ଥିଲେ। କିଛି ଲୋକ ସଂଘର୍ଷ ପାଇଁ ପ୍ରସ୍ତୁତ ନଥିଲେ, ମାତ୍ର ଆମକୁ ଏମିତି ସ୍ଥିତିର ସମ୍ମୁଖୀନ ହେବାକୁ ପଡିବ। ଏହା ସହିତ ପାସଓ୍ଵାନ ନିଜକୁ ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ଦଳ ନେତା ପଦରୁ ହଟାଇବାର ବିରୋଧ କରିଛନ୍ତି।

ସେ କହିଛନ୍ତି, ଗୃହରେ ନେତାଙ୍କ ଚୟନ ପାଇଁ ସଂସଦୀୟ କମିଟି ହିଁ ନିଷ୍ପତ୍ତି ନେଇଥାନ୍ତି। ସଂପ୍ରତି ସାଂସଦ ଏହି ବିଷୟରେ ନିଷ୍ପତ୍ତି ନେଇ ପାରିବେ ନାହିଁ। ଏମିତି ଖବର ମଧ୍ୟ ରହିଛି ଯେ, ମୋତେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ମାତ୍ର ପାର୍ଟି ସମ୍ବିଧାନ ଅନୁଯାୟୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ତେବେ ଯାଇ ପଦରୁ ହଟିଥାନ୍ତି ଯେବେ ତାଙ୍କର ମୃତ୍ୟୁ ଘଟେ କିମ୍ବା ନିଜେ ଇସ୍ତଫା ଦିଅନ୍ତି। ଚିରାଗ କହିଛନ୍ତି, ଏହା ସବୁ ଏକ ଷଡଯନ୍ତ୍ର ଆଧାରରେ କରାଯାଇଛି। ଏମିତି ଷଡଯନ୍ତ୍ର ସେହି ସମୟରେ ହୋଇଛି, ଯେବେ ମୁଁ ଅସୁସ୍ଥ ଥିଲି। ଏପରିକି ମୁଁ କକାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲି, ମାତ୍ର ଆଲୋଚନା ହୋଇ ପାରିଲା ନାହିଁ।

wp:html /wp:html

ଚିରାଗ କହିଛନ୍ତି, ଯେବେ ମୋ ବାପା ଏବଂ ଅନ୍ୟ ଜଣେ କକାଙ୍କ ମୃତ୍ୟୁ ଘଟିଲା ତେବେ ମୋର ସବୁ ଭରସା ନିଜ କକା ପଶୁପତିଙ୍କ ଉପରେ ଥିଲା। ସେହି ସମୟରେ ମୁଁ ଅନାଥ  ହୋଇନଥିଲି, ଯେବେ ମୋ ବାପା ଚାଲିଗଲେ। ମାତ୍ର ଆଜି ମୁଁ ଅନାଥ  ହୋଇ ଯାଇଛି। କକା ମୋତେ ଅନାଥ କରିଦେଲେ। ବିହାର ନିର୍ବାଚନ ସମୟରେ ମଧ୍ୟ ପାର୍ଟିକୁ ଭାଙ୍ଗିବାକୁ ଉଦ୍ୟମ ହୋଇଥିଲା ବୋଲି ଚିରାଗ ପାସଓ୍ଵାନ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.