ଚିରାଗ କହିଲେ, 'ମୁଁ ମୋଦୀଙ୍କ ହନୁମାନ', ବିଜେପି କଲା ତାତ୍ସଲ୍ୟ, 'ତମେ ଭୋଟ ବିଭାଜନକାରୀ'

Published By : Prameya-News7 Bureau | October 16, 2020 IST

ପାଟନା, ୧୬|୧୦:  ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏଠୁ ଅଲଗା ହୋଇ ନିର୍ବାଚନ ଲଢୁଥିବା ଲୋକ ଜନଶକ୍ତି ପାର୍ଟିର ନେତା ଚିରାଗ ପାଶଓ୍ୱାନ ନିଜକୁ ମୋଦୀଙ୍କୁ ହନୁମାନ ବୋଲି କହିଛନ୍ତି । ବିହାରରେ ବିଜେପି ଓ ଏଲଜେପି ସରକାର ହେଉ ବୋଲି ସେ ଚାହୁଁଥିବା ପ୍ରକାଶ କରିଛନ୍ତି ।

ଏକ ସାକ୍ଷାତକାରରେ ଚିରାଗ କହିଛନ୍ତି ଯେ, ସେ ମୋଦୀଙ୍କ ସହ ରହିଛନ୍ତି ଓ ରହିବେ । ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ବ୍ୟବହାର କରିବା ଭୁଲ ନୁହେଁ ବୋଲି ସେ କହିଛନ୍ତି । କାରଣ ସେ ନିର୍ବାଚନୀ ପ୍ରଚାରରେ ମୋଦଙ୍କ ଫଟୋ ଲଗାଇବାକୁ ନେଇ ବିବାଦ ହୋଇଥିଲା । ଯାହାର ସେ ଜବାବ ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ତାଙ୍କ ହୃଦୟରେ ମୋଦୀ ଅଛନ୍ତି । ସେ ତାଙ୍କର ହନୁମାନ ଅଟନ୍ତି । ଏପରିକି ଛାତି ଚିରିଦେଲେ ମୋଦୀ ଅଛନ୍ତି ବୋଲି ଚିରାଗ କହିଛନ୍ତି । ନୀତିଶ କୁମାରଙ୍କୁ ସେ ଟାର୍ଗେଟ କରି କହିଛନ୍ତି ଯେ, ଧାରା ୩୭୦, ସିଏଏ, ଏନଆରସି ପ୍ରସଙ୍ଗରେ ନୀତିଶ ମୋଦୀଙ୍କୁ ବିରୋଧ କରିଥିଲେ । ୧୦ ତାରିଖରେ ବିହାରରେ ଡବଲ ଇଞ୍ଜିନ ସରକାର ହେବ । ବିହାରରେ ବିଜେପି ନେତୃତ୍ୱରେ ବିଜେପି-ଏଲଜେପି ସରକାର ହେବ ବୋଲି ସେ ଦୃଢୋକ୍ତି ବାଢିଛନ୍ତି ।

ତେବେ ଏହାର ଜବାବ ଦେଇଛନ୍ତି ବିଜେପି ନେତା ଭୁପେନ୍ଦର ଯାଦବ । ଭୁପେନ୍ଦର କହିଛନ୍ତି ଯେ, ପାଶଓ୍ୱାନ ମିଛ କହୁଛନ୍ତି । ସେ ଭୋଟ ଭାଗ ଭାଗ ପାଇଁ ଚେଷ୍ଟା କରୁଥିବା ଭୁପେନ୍ଦର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.