Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଆଇଆଇଟିରେ ନାମ ଲେଖାଇବେ ନାହିଁ ଜେଇଇ ଆଡଭାନ୍ସଡ ୨୦୨୦ର ଟପ୍ପର ଚିରାଗ ଫଲୋର, ଏଠାରେ ପୂର୍ବରୁ ନେଇ ସାରିଛନ୍ତି ଆଡମିଶନ

5/10/2020 at 3:47 PM

ନୂଆଦିଲ୍ଲୀ ୦୫।୧୦: ଜେଇଇ  ଆଡଭାନ୍ସଡ ୨୦୨୦ରେ ସର୍ବଭାରତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଥିବା ପୁଣେ ନିବାସୀ ୧୮ ବର୍ଷୀୟ ଚିରାଗ ଫୋଲର ଆଇଆଇଟିର କୌଣସି ବି ଇନଷ୍ଟିଚ୍ୟୁଟ୍‌ରେ ନାମ ଲେଖାଇବେ ନାହିଁ ବୋଲି  ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ସୋମବାର ଜାରି ଜେଇଇ ଆଡଭାନ୍ସଡ ରେଜଲ୍ଟରେ ଚିରାଗ ୩୯୬ ନମ୍ବରରୁ ୩୫୨ ନମ୍ବର ହାସଲ କରି ଅଲ ଇଣ୍ଡିଆ ରାଙ୍କ-୧ ହାସଲ କରିଛନ୍ତି। ଚିରାଗ ଆଇଆଇଟି ବମ୍ବେ ଜୋନର ପରୀକ୍ଷାର୍ଥୀ।

ଜେଇଇ ଆଡଭାନ୍ସଡ ଫଳାଫଳ ପରେ ଲୋକଙ୍କଠୁ ମିଳୁଥିବା ଶୁଭକାମନା ମଧ୍ୟରେ ଚିରାଗ କହିଛନ୍ତି ମୁଁ ପ୍ରଥମରୁ ହିଁ ମାସାଚୁସେଟସନ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି(ଏମଆଇଟି)ରେ ଆଡମିଶନ ନେଇ ସାରିଛି। ଏଠାରୁ ହିଁ ସ୍ନାତକ ଡିଗ୍ରୀ ପୂରା କରିବାର ଯୋଜନା ରହିଛି।

ଚିରାଗ ସବୁ ବିଭାଗରେ ଜେଇଇ ଆଡଭାନ୍ସଡ ୨୦୨୦ର ଟପ୍ପର ହୋଇଥିବା ବେଳେ ଛାତ୍ରୀଙ୍କ ମଧ୍ୟରେ ଆଇଆଇଟି ରୁଡକି ଜୋନର କନିଷ୍କା ମିତ୍ତଲ ଏଆଇଆର-୧୭ ରାଙ୍କ ସହିତ ଟପ୍ପର ରହିଛନ୍ତି।

   Related Posts