କରୋନ ଡରକୁ ବଢାଇଦେଲା ନିଜାମୁଦ୍ଦୀନ ଜମାତ : ଓଡିଶାରୁ ଯାଇଥିଲେ ୧୫, ତିନି ଜମାତି ଏବେ କ୍ୱାରେଣ୍ଟାଇନ୍‌ରେ , ପରିବାର ବି ନଜରରେ

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୦୩:  ନିଜାମୁଦ୍ଦିନ ଜମାତରୁ ଫେରିଥିବା ପ୍ରତିନିଧିମାନେ ଏବେ ସାରା ଦେଶ ପାଇଁ ଚିନ୍ତାର ବିଷୟ ହେଲେଣି। ଓଡ଼ିଶାରୁ ଏଥିରେ ୧୫ ଜଣ ଯୋଗ ଦେଇଥିବା ସୂଚନା ମିଳିଛି। ତେବେ ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଠାବ କରାଯାଇଛି।

{"id":247180,"sizeSlug":"large"}

ନୂଆଦିଲ୍ଲୀ ସ୍ଥିତ ନିଜାମୁଦ୍ଦିନ୍ ମସ୍ଜିଦରେ ଯୋଗ ଦେଇଥିଲେ ଓଡ଼ିଆ ଜମାତି ।କରୋନା ଭାଇରସ୍ର ଆଉ ଏକ ସଂକ୍ରମଣ କେନ୍ଦ୍ର କୁହାଯାଉଥିବା ଏହି ମସ୍ଜିଦରେ କେତେ ଜଣ ଜମାତି ଓଡ଼ିଶାରୁ ଯୋଗ ଦେଇଥିଲେ ସେ ନେଇ ଆରମ୍ଭ ହୋଇଛି ଖୋଳତାଡ ।ସରକାରୀ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ୩ ଓଡ଼ିଆ ଜମାତିଙ୍କୁ ଠାବ କରାଯାଇଛି । ବାକି ଜମାତି କେଉଁମାନେ ଓ କେଉଁଠାରୁ ଯାଇଛନ୍ତି ସେ ନେଇ ଛାନ୍ ଭିନ୍ କରୁଛନ୍ତି ସରକାର । ତେବେ ଠାବ ହୋଇଥିବା ଏହି ୩ ଜମାତିଙ୍କୁ କ୍ବାରାଣ୍ଟାଇନ୍ରେ ରଖାଯାଇଛି । ସେମାନଙ୍କ ସାଙ୍ଗେ ସଂପର୍କରେ ଆସିଥିବା ଲୋକମାନଙ୍କୁ ଠାବ କରୁଛି ପ୍ରଶାସନ ।

{"id":247181,"sizeSlug":"large"}

ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୫ ଜଣ ଜମାତି ନିଜାମୁଦ୍ଦିନ ସମ୍ମିଳନୀରେ ଯୋଗ ଦେଇଥିଲେ । ଯଦି ଏହା ହୋଇଥାଏ ତା ହେଲେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଅଛି, ସେମାନେ କେଉଁମାନଙ୍କ ସଂସ୍ପର୍ଶରେ ଆସିଲେଣି ତାହା ଏକ ବଡ ପ୍ରଶ୍ନ ଠିଆ କରିଛି । ସେପଟେ ମିଳିଥିବା ସୂଚନା ଅନୁସାରେ କଟକରେ ଜଣେ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି। ସେହିପରି ତାଙ୍କ ପରିବାରକୁ ମଧ୍ୟ ଅଲଗା ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

{"id":247182,"sizeSlug":"large"}

ନ୍ୟୁଜ ସେଭେନ୍ ଅପିଲ କରୁଛି ଯେ ଯେଉଁ ଜମାତି ନିଜାମୁଦ୍ଦିନ ସମ୍ମିଳନୀକୁ ଯାଇଥିଲେ ସେମାନେ ନିଜ ତରଫରୁ ସରକାରଙ୍କୁ ଅବଗତ କରାନ୍ତୁ । ଏବଂ ନିଜେ ନିଜକୁ ସେଲ୍ଫ କ୍ବାରାଣ୍ଟାଇନ୍ରେ ରଖିବା ସହ ଅନ୍ୟମାନଙ୍କ ଠାରୁ ଦୂରେଇ ରୁହନ୍ତୁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.