ଚିନ୍ମୟାନନ୍ଦ ଦୁଷ୍କର୍ମ ମାମଲା: ଅଭିଯୋଗ କରିଥିବା ଛାତ୍ରୀ ଗିରଫ ପ୍ରସଂଗରେ ବଲିଉଡ କଳାକାର ରଖିଲେ ଏମିତି ପ୍ରତିକ୍ରିୟା

Published By : Prameya-News7 Bureau | September 26, 2019 IST

ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ଦୁଷ୍କର୍ମ ମାମଲା ନେଇ ଏବେ ଚାରିାଡେ ଚର୍ଚ୍ଚାରେ। ତାଙ୍କ ବିରୋଧରେ ଜଣେ ଆଇନ ଛାତ୍ରୀ ଯୌନ ଶୋଷଣ ଅଭିଯୋଗ କରିବା ସହ ଭିଡିଓ ବାଇରାଲ କରିଥିଲେ । ଚିନ୍ମୟାନନ୍ଦ ଏହି ମାମଲାରେ ଗିରଫ ହେବାପରେ ଅଭିଯୋଗ କରିଥିବା ଛାତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଛାତ୍ରୀଙ୍କ ବିରୋଧରେ ଅଭିଯୋଗ ହେଉଛି ସେ ଷଡଯନ୍ତ୍ର କରି ଚିନ୍ମୟାନନ୍ଦଙ୍କୁ ଫସାଇଛନ୍ତି । ଗିରଫ ଛାତ୍ରୀଙ୍କୁ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇଦେଇଛନ୍ତି । ହେଲେ ଏହାକୁ ନେଇ ସମଗ୍ର ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ବଲିଉଡର ବିବିନ୍ନ କଲାକାର ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

{"id":162910}

ଅଧିକାଂଶ ବଲିଉଡ ଅଭିନେତା ଛାତ୍ରୀଙ୍କ ଗିରଫକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଚିନ୍ମୟାନନ୍ଦ ଉପରେ ବର୍ଷିଛନ୍ତି । ବଲିଉଡର ଅଭିନେତା ରାହୁଲ ଦେବ ତାଙ୍କ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ‘ ଏହା ଏକ ଅଦ୍ଭୁତ ଘଟଣା, ଜଣେ ପଖଣ୍ଡି ଛାତ୍ରୀଙ୍କ ଯୌନ ଶୋଷଣ କରିଛି । କିନ୍ତୁ ଛାତ୍ରୀ ଗିରଫ ହୋଇଛନ୍ତି ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.