ଆସନ୍ତା ୭ତାରିଖରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ଦୃଶ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ବସି ଦେଖିବେ ବନ୍ଧବାହଲ ଡିଏଭି ସ୍କୁଲର ଛାତ୍ର ଚିନ୍ମୟ ପାଣିଗ୍ରାହୀ

Published By : Prameya-News7 Bureau | August 31, 2019 IST

ଝାରସୁଗୁଡା୩୧|୮: ଆସନ୍ତା ୭ତାରିଖରେ ଚନ୍ଦ୍ରଯାନ -୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ |ପ୍ରାୟ ୪୮ଦିନର ଯାତ୍ରା ପରେ ଏହି ସଫଳତାର ଶିର୍ଷରେ ପହଞ୍ଚିବ ଚନ୍ଦ୍ରଯାନ-୨ |ଏଭଳି ଏକ ଐତିହାସିକ ଦୃଶ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦେଖିବେ ଦେଶର ୪୭ଜଣ ଛାତ୍ରଛାତ୍ରୀ । ଏହି ସୁଯୋଗ ହାସଲ କରିବା ପାଇଁ ହୋଇଥିବା ପ୍ରତିଯୋଗୀତାରେ ଓଡିଶାରେ ଟପ୍ପର ହୋଇଛନ୍ତି ଝାରସୁଗୁଡା ଜିଲା ବନ୍ଧବାହାଲ ଡିଏଭି ସ୍କୁଲର ଛାତ୍ର ଚିନ୍ମୟ ପାଣିଗ୍ରାହୀ |

{"id":151400}

ଛାତ୍ର ସମୟରୁ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖିବା ପାଇଁ ଏକ ସୁଯୋଗ ମିଳିଛି ଦେଶର ୪୭ ଜଣ ଛାତ୍ର ଛାତ୍ରୀଙ୍କୁ |ସେମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଡିଏଭି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଚିନ୍ମୟ ପାଣିଗ୍ରାହୀ |ଏମସିଏଲର କର୍ମଚାରୀ ପଙ୍କଜ ଚୌଧୁରୀଙ୍କ ପୁଅ ଚିନ୍ମୟ ସ୍କୁଲର ଜଣେ ଭଲ ଛାତ୍ର |କିନ୍ତୁ ସେହି ସ୍କୁଲରେ ଆହୁରି ମଧ୍ୟ ଭଲ ଛାତ୍ର ଛାତ୍ରୀ ରହିଥିବା ସତ୍ତ୍ୱେ ବାଜିମାତ କରିବାରେ ସକ୍ଷମ ହେଲେ ଚିନ୍ମୟ |

{"id":151403}

ଇସ୍ରୋକୁ ଯାଇ ଚନ୍ଦ୍ରଯାନର ସଫଳ ଅବତରଣ ଦେଖିବାକୁ ସାରା ଦେଶର ପ୍ରତ୍ୟେକ ରାଜ୍ୟରୁ ୨ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯିବକୁ ଅନଲାଇନରେ କରାଯାଇଥିଲା ପରୀକ୍ଷା |ଏଥିରେ ପଚରାଯାଇଥିଲା ୨୦ଟି ଲେଖାଏଁ ପ୍ରଶ୍ନ |ସଫଳତାର ସହ ସଠିକ ସମୟରେ ଉତ୍ତର ଦେଇ ରାଜ୍ୟରେ ଟପ୍ପର ହେବାରେ ସଫଳ ହେଲେ ଚିନ୍ମୟ |

{"id":151404}

ଆସନ୍ତା ୭ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସହ ଇସ୍ରୋ ଗବେଷଣା କେନ୍ଦ୍ରରେ ଦେଶର ବଡ ବଡ ବୈଜ୍ଞାନିକଙ୍କ ଗହଣରେ ଚନ୍ଦ୍ରଯାନ-୨ର ସଫଳ ଯାତ୍ରାକୁ ଦେଖିବା ପାଇଁ ଉତ୍ସୁକତା ବଢିଛି ଚିନ୍ମୟଙ୍କର| ସହପାଠୀମାନେ ମଧ୍ୟ ତାଠାରୁ ଅଧିକ ଖୁସୀ |କାରଣ ଏହା ସେମାନଙ୍କ ପାଇଁ  ପ୍ରେରଣାଦାୟୀ |

{"id":151405}

ଗତକାଲି ଚିନ୍ମୟ ଇସ୍ରୋ ଯିବେ ବୋଲି ଜଣା ପଡିବା ପରେ ପ୍ରଥମେ ଏହାକୁ ବିଶ୍ୱାସ କରି ପାରି ନଥିଲେ ତାଙ୍କ ବାପା ପଙ୍କଜ ପାଣିଗ୍ରାହୀ |କିନ୍ତୁ ଯେବେଳେ ସେ ଅନୁଭବ କଲେ ଏହା ସତ ତଙ୍କର ଓ ତାଙ୍କ ପରିବରରେ ଏହାକୁ ନେଇ ଖୁସୀଇର ଲହରୀ ଖେଳିଗଲା |

{"id":151406}

ଠିକ ସେହିପରି ଆଜି ସକାଳୁ ଚିନ୍ମୟ ସ୍କୁଲରେ ପହଞ୍ଚିବା ପରେ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ସହପାଠୀ ପର୍ଯ୍ୟନ୍ତ ସମସ୍ତେ ନିଜର ଖୁସୀ ବ୍ୟକ୍ତ କରିଥିଲେ। ଏକ ଗ୍ରାମାଞ୍ଚଳ ସ୍କୁଲରୁ ଏଭଳି ପ୍ରତିଭାକୁ ପାଇ ସମସ୍ତେ ଖୁସୀ ଥିବା ବେଳେ ପ୍ରଧାନମନ୍ତ୍ରୀ ଯେଭଳି ଭାବେ ଏକ ସୁଯୋଗ ସ୍ରୁଷ୍ଟି କଲେ ତାହା ତାଙ୍କ ପାଇଁ ଅଧିକ ଆନନ୍ଦ ଦେଇଛି ବୋଲି ଚିନ୍ମୟର ବାପା କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.