ସଂକ୍ରମିତଙ୍କ ଛିଙ୍କରୁ ୧୦ ମିଟର ପର୍ଯ୍ୟନ୍ତ ଯାଇପାରେ କରୋନା ଭୂତାଣୁ, ମାସ୍କ ପାଇଁ ନୂଆ ଗାଇଡଲାଇନ୍ସ ଜାରି କଲେ ସରକାର

Published By : Prameya-News7 Bureau | May 20, 2021 IST

ନୂଆଦିଲ୍ଲୀ, ୨୦/୦୫:କରୋନା ଭାଇରସ ଆରୋସଲ ଓ ଡ୍ରପଲେଟ୍ସ ଦ୍ୱାରା ଦ୍ରୁତ ଗତିରେ ବ୍ୟାପିଥାଏ । ଏହି ଡ୍ରପଲେଟ୍ ବାୟୁରେ ୧୦ ମିଟର ଯାଏଁ ଯାଇପାରିବ । ଏନେଇ ସତର୍କ କରାଇବା ସହ ଆଡଭାଇଜାରୀ ଜାରି କରିଛନ୍ତି ଭାରତ ସରକାର । ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଆରୋସୋଲ ବାୟୁରେ ୧୦ ମିଟର ଯାଏଁ ଯାଇପାରେ । ସେହିପରି ସଂକ୍ରମିତ ବ୍ୟକ୍ତିଙ୍କ ଡ୍ରପଲେଟ୍ ୨ ମିଟର ପରିଧି ଯାଏଁ ପଡିଥାଏ । ଯଦି କୌଣସି ବ୍ୟକ୍ତି ପଜିଟିଭ୍ ହୋଇ ମଧ୍ୟ ଲକ୍ଷଣ ନଥାଏ ତେବେ ମଧ୍ୟ ତାଙ୍କଠାରୁ ଡ୍ରପଲେଟ୍ ବାହାରିଥାଏ । ଯାହା ଅନ୍ୟମାନଙ୍କୁ ସଂକ୍ରମିତ କରିବାରେ ସାହାଯ୍ୟ କରିଥାଏ । ଏହାକୁ ରୋକିବା ପାଇଁ ସରକାର ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି ।

wp:html /wp:html

ଗାଇଡଲାଇନ୍ ଅନୁସାରେ,  ସଂକ୍ରମିତଙ୍କ ଦ୍ୱାରା ନିଶ୍ୱାସ ଛାଡିବା, କଥା ହେବା, ଗାଇବା, ହସିବା, କାଶ ଓ ଛିଙ୍କ ଦ୍ୱାରା ଡ୍ରପଲେଟ୍ ସୁସ୍ଥ ବ୍ୟକ୍ତିଙ୍କ ନାକ ଓ ପାଟି ସାହାଯ୍ୟରେ ଶରୀରରେ ପ୍ରବେଶ କରିଥାଏ । ଏଥିରୁ ବର୍ତ୍ତିବା ପାଇଁ ଲୋକେ ଡବଲ୍ ମାସ୍କ କିମ୍ବା ଏନ୯୫ ମାସ୍କ ପିନ୍ଧିବା ଆବଶ୍ୟକ । ଲୋକମାନେ କରୋନା ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବା ଉଚିତ୍ । ସ୍ୱଚ୍ଛତା ଅବଲମ୍ବନ କରିବା ଆବଶ୍ୟକ ।

ସେହିପରି ଘରେ ବାୟୁ ଚଳାଚଳ ଠିକ୍ ଭାବେ ହେଲେ ସଂକ୍ରମଣ ବିପଦ ହ୍ରାସ ପାଏ । ଘରେ ସେଣ୍ଟ୍ରାଲ ଏୟାର ଫିଲ୍ଟରରେ ସୁଧାର କରିବା ଆବଶ୍ୟକ । ଅଫିସ, ଅଡିଟୋରିୟମ, ସପିଂ ମଲରେ ରୁଫ୍ ଭେଣ୍ଟିଲେଟର୍ ଉପଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏପରିକି ଫ୍ୟାନ୍‌କୁ ମଧ୍ୟ ଠିକ୍ ସ୍ଥାନରେ ଲଗାଇବା ଆବଶ୍ୟକ ଯେପରି ଏହା ଦୂଷିତ ବାୟୁ ସଂସ୍ପର୍ଶରେ ନ ଆସେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.