Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଓଡିଆ ଇଞ୍ଜିନିୟର ପ୍ରସ୍ତୁତ କଲେ ଚିଙ୍ଗାରି ଆପ୍, ଟିକଟକ୍‌କୁ ଦେବ ଟକ୍କର, ୧୧ଟି ଭାରତୀୟ ଭାଷାରେ ଉପଲବ୍ଧ

13/06/2020 at 6:41 PM

ବେଙ୍ଗାଲୁରୁ, ୧୩|୦୬:    ଟିକ୍‌ଟକ୍‌କୁ ଟକ୍କର ଦେଉଛି ଚିଙ୍ଗାରି । ଚାଇନା ଟିକଟକ୍ ଆପ୍‌  ଭାରତରେ ଖୁବ୍‌ ଲୋକପ୍ରିୟତା ସାଉଣ୍ଟିଥିବା ବେଳେ ସମାନ ପ୍ରକାରର ଆପ୍‌ ତିଆରି କରିଛନ୍ତି ଓଡ଼ିଆ ସଫ୍ଟଓ୍ବେର ଇଂଜିନିୟର ବିଶ୍ବାତ୍ମା ନାୟକ । କଟକ ଜିଲ୍ଲା ଅଡ଼ଶପୁରର ଏହି ଓଡ଼ିଆ ଇଂଜିନିୟର  ଏବେ ବାଙ୍ଗାଳୁରୁରେ ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ଭୁବନେଶ୍ବର ଶିକ୍ଷା ଓ ଅନୁସଂଧାନ ୟୁନିଭର୍ସିଟ ଅଧୀନରେ ଥିବା ଆଇଟିଇଆର ଇଂଜିନିୟରିଂ କଲେଜର ପୂର୍ବତନ ଛାତ୍ର  ବିଶ୍ବାତ୍ମାଙ୍କ ଏହି ଆପ୍‌କୁ ଗଲା ସପ୍ତାହକ ଭିତରେ ଲକ୍ଷାଧିକ ୟୁଜର୍ସ ଡାଉନଲୋଡ୍‌ କରିସାରିଲେଣି ।

ଚାଇନା ଟିକ୍‌ଟକ୍‌କୁ ଟକ୍କର ଦେଉଛି ଦେଶୀ ଆପ୍‌ ଚିଙ୍ଗାରି । ଇଣ୍ଡିଆ କା ନୟା ଟିଭି । ଦେଶୀ ଲୋଗ୍‌ ଦେଶୀ ଭିଡିଓ  । ବିକମ୍‌ ଏ ଷ୍ଟାର । ଶୋ ୟୋର୍‌ କ୍ରିଏଟିଭିଟି । ଚିଙ୍ଗାରି । ଗୁଡ୍ ବାଏ ଟୁ ଚାଇନିଜ୍‌  ଆପ୍‌, ଇନ୍‌ଷ୍ଟଲ ଚିଙ୍ଗାରି । ଦେଶୀ ବୟଙ୍କ ଦେଶୀ ଆପ୍‌ । ଭାରତରେ ଚାଇନିଜ୍‌ ଆପ୍‌ ଟିକ୍‌ଟକ୍‌ ଖୁବ୍‌ ଲୋକପ୍ରିୟ ହୋଇଥିବା ବେଳେ ସମାନ ପ୍ରକାରର ଆପ୍‌ ତିଆରି କରିଛନ୍ତି ଦେଶୀ ବୟ ଓଡ଼ିଆ ସଫ୍ଟଓ୍ବେର ଇଂଜିନିୟର ବିଶ୍ବାତ୍ମା ନାୟକ । କଟକ ଜିଲ୍ଲା ଅଡ଼ଶପୁରରେ ବିଶ୍ବାତ୍ମା ଭୁବନେଶ୍ବର ଶିକ୍ଷା ଓ ଅନୁସନ୍ଧାନ ଅଧୀନରେ ଥିବା ଆଇଟିଇଆର୍‌ ଇଂଜିନିୟରିଂ କଲେଜର ଜଣେ ପୂର୍ବତନ ଛାତ୍ର । ଏହି ଓଡ଼ିଆ ଇଂଜିନିୟର  ଏବେ ବେଙ୍ଗାଳୁରୁରେ ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରୁଛନ୍ତି ।

ବିଶ୍ବାତ୍ମା ଓ ତାଙ୍କ ଟିମ୍‌ ପ୍ରସ୍ତୁତ କରିଥିବା ଚିଙ୍ଗାରି ଆପ୍‌ ଓଡ଼ିଆ, ବଙ୍ଗାଳି, ପଞ୍ଜାବୀ, ତାମିଲ, ତେଲଗୁ ଭଳି ୧୧ଟି ଭାରତୀୟ ଭାଷାରେ ଉପଲବ୍ଧ । ଚଳିତ ଜୁନ୍‌ମାସରେ ଚିଙ୍ଗାରି ଆପ୍‌ ଲଞ୍ଚ ହେବାର ଏକ ସପ୍ତାହ ଭିତରେ ଏହାକୁ ଲକ୍ଷାଧିକ ୟୁଜର୍ସ ଡାଉଲୋଡ୍‌ କରିସାରିଲେଣି । ପ୍ରତିଦିନ ୩୦ରୁ ୪୦ହଜାର ୟୁଜର୍ସ ଚିଙ୍ଗାରି ଆପ୍‌ ଡାଉନଲୋଡ୍‌ କରୁଥିବାରୁ ଏହାକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି ଏହି ଯୁବ ସଫ୍ଟଓ୍ବେର ଇଂଜିନିୟର ଆଉ ତାଙ୍କ ଟିମ୍‌ ।

ଭାରତ-ଚୀନ ସୀମା ବିବାଦକୁ ନେଇ ଯେତେବେଳେ ଭାରତରେ ଚାଇନା ଆପ୍‌ ବର୍ଜନ ନେଇ ସ୍ବର ତେଜ୍‌ ହୋଇଛି, ସେତେବେଳେ ଚାଇନ୍‌ ଟିକ୍‌ଟକ୍‌ ପ୍ରେମରେ ପଡ଼ିଥିବା ଭାରତୀୟ ଯୁବପୀଡ଼ିଙ୍କ ପାଇଁ ବିକଳ୍ପ ହୋଇପାରିଛି ଚିଙ୍ଗାରି ଆପ୍‌।

   Related Posts