ଚୀନ ସଂପର୍କରେ ଏହି କଡ଼ା ନିର୍ଦ୍ଦେଶ ଦେଲେ ସେନାମୁଖ୍ୟ ବିପିନ ରାଓ୍ବାତ...

Published By : Prameya-News7 Bureau | July 13, 2019 IST

ନୂଆଦିଲ୍ଲୀ୧୩|୭: ଲଦାଖର ଡେମଚୋକ ସେକ୍ଟରକୁ ଚୀନକୁ ପ୍ରବେଶ କରାଇ ନଦେବା ପାଇଁ ନେଇ ଆର୍ମି ମୁଖ୍ୟ ବିପିନ ରାଓ୍ବାତଙ୍କ କଡ଼ା ନିର୍ଦେଶ । ବହୁ ସମୟରେ ଚୀନର ଲୋକମାନେ, ଏହି ସେକ୍ଟରରେ ବିନା ଅନୁମତିରେ ପ୍ରବେଶ କରୁଥିବାରୁ ବିପିନ ରାଓ୍ବାତ ଏହିଭଳି ନିର୍ଦ୍ଦେଶ ଦେଇଛନ୍ତି।

 ଜୁଲାଇ ୬ ତାରିଖରେ ଚୀନ କିଛି ଲୋକମାନେ ଦଲାଇନାମାଙ୍କ ଜନ୍ମ ଉତ୍ସବରେ ନିର୍ଦ୍ଧାରିତ ସୀମା ଅତିକ୍ରମ କରି ତିବତି ପତାକା ଉତ୍ତୋଳନ କରୁଥିଲେ। ନିଜର ବାସ୍ତବ ସୀମା ଜାଣିବା ପାଇଁ ଚୀନ ଭାରତକୁ ପ୍ରବେଶ କରୁଛି। ତେଣୁ ସେମାନଙ୍କ ଠାରୁ ଆମକୁ ସତର୍କ ରହିବ ଆବଶ୍ୟକ ବୋଲି ଆର୍ମି ମୁଖ୍ୟ ରାଓ୍ବାତ କହିଛନ୍ତି।

 ଚୀନମାନେ କିଛି ପର୍ବପର୍ବାଣୀ ପାଳନ କରିବା ପାଇଁ ଡେମଚୋକ ସେକ୍ଟରେ ଆଡ଼ା ଜମାଉଛନ୍ତି। ବହୁ ବହୁ ସମୟରେ ଭାରତରେ ପ୍ରବେଶକରି ଭାରତର ଗତିବିଧି ଉପରେ ଲକ୍ଷ୍ୟ କରୁଛନ୍ତି। ୨୦୧୭ରୁ  ଭାରତ ଓ ଚୀନ ମଧ୍ୟରେ ଶତ୍ରୁତା ଲାଗି ରହିଛି। ତେଣୁ ଏମାନଙ୍କ ଉପରେ ବିଶ୍ବାସ କରିବା ଭାରତ ପକ୍ଷେ ଠିକ ନୁହେଁ ବୋଲି ଆର୍ମି ମୁଖ୍ୟ ବିପିନ ରାଓ୍ବାତ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.