Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଚୀନ ବୈଜ୍ଞାନିକଙ୍କ ଦାବି, କରୋନା ଭାଇରସର ସତ ଲୁଚାଇବା ପ୍ରୟାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସାମିଲ

23/09/2020 at 3:23 PM

ନୂଆଦିଲ୍ଲୀ ୨୩/୦୯ : କରୋନା ଭାଇରସକୁ ନେଇ ଚୀନର ବୈଜ୍ଞାନିକ ଡ.ଲି ମେଙ୍ଗ ୟାନ ଦାବି କରିଛନ୍ତି ଯେ, କରୋନା ଭାଇରସ ବୁହାନର ଏକ ସରକାରୀ ଲ୍ୟାବରେ ବିକଶିତ କରାଯାଇଥିଲା । ଏକ ନ୍ୟୁଜ ଚାନେଲ ସହ ଇଣ୍ଟରଭ୍ୟୁରେ ସେ କହିଥିଲେ ଯେ ଚୀନ ସରକାରଙ୍କ ପାଖରେ ସଂକ୍ରମଣ ବ୍ୟାପିବା ନେଇ ସୂଚନା ଥିଲା । ବୁହାନରେ କରୋନା ଭାଇରସର ଉତ୍ପତ୍ତି ଯାଞ୍ଚ କରୁଥିବା ଡାକ୍ତର ଲି କହିଛନ୍ତି ଯେ ବୁହାନରେ ଜାଣିଶୁଣି ଭାଇରସର ପ୍ରକୋପକୁ ଲୁଚାଯାଇଥିବା ସେ ପତା କରିଥିଲେ । ସେ ଆହୁରି କହିଛନ୍ତି ଯେସର୍ବଜନିକା ରୂପରେ ସ୍ୱୀକାର କରିବା ପୂର୍ବରୁ ଭାଇରସ ବିସ୍ତାର ସମ୍ପର୍କରେ ଚୀନ ସରକାର ଜାଣିଥିଲେ । ଡାକ୍ତର ଲି କହିବାନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏଥିରେ ଭାଗିଦାରୀ ।

ବୁହାନ ବଜାରରୁ ସଂକ୍ରମଣ ବ୍ୟାପିବା ପରେ ଚୀନ ସରକାର ତା ଉପରେ ପରଦା ପକାଇବାକୁ ଚେଷ୍ଟା କରିଥିଲେ । ହଙ୍ଗକଙ୍ଗ ସ୍କୁଲ ଅଫ ପବ୍ଲିକ ହେଲ୍ଥରେ ବୈଜ୍ଞାନିକ ଥିବା ଡାକ୍ତର ଲି ଆରୋପ ଲଗାଇଛନ୍ତି ଯେ ଚୀନରେ ତାଙ୍କର ବରିଷ୍ଠ ଅଧିକାରୀ ତାଙ୍କୁ ମୁହଁ ବନ୍ଦ ରଖିବାକୁ ତାଙ୍କ ଉପରେ ଚାପ ପକାଇଥିଲେ ।

ସେ ଚୀନ ସରକାରଙ୍କ ଉପରେ ସୋସିଆଲ ମିଡ଼ିଆ, ସାଇବର ହମଲା ଜରିଆରେ ନିଜ ପ୍ରତିଷ୍ଠାକୁ ଧୁମିଳ କରିବା ଆରୋପ ଲଗାଇଛନ୍ତି | ଏହା ପୂର୍ବରୁ ସେପ୍ଟେମ୍ବର ୧୪ ତାରିଖରେ ସେ ଏକ ଚାଞ୍ଚଲ୍ୟକର ଖୁଲାସା କରିଥିଲେ । କରୋନା ଭାଇରସ ବୁହାନ ଲ୍ୟାବରେ ତିଆରି କରାଯାଇଥିବା ସେ କହିଥିଲେ ।

   Related Posts