Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଭାରତକୁ ଘେରିବା ଚକ୍କରରେ ଗଲଓ୍ଵାନର ବାସ୍ତବ ଘଟଣା ଓଗାଳି ଦେଲା ଚୀନ ଚ୍ୟାନେଲ, ନିଜ ଉପରେ ଭାରି ପଡିଲା ନିଜର ପ୍ରୋପାଗାଣ୍ଡା

7/07/2020 at 3:33 PM

ବେଜିଂ ୦୭।୦୭: ଦୀର୍ଘ ୬୦ ଦିନର ବିବାଦ ପରେ ଶେଷରେ ପୂର୍ବ ଲଦାଖର ଗଲଓ୍ଵାନରୁ ଭାରତ ଓ ଚୀନ ସୈନିକ ପଛକୁ ହଟିଛନ୍ତି। ଲେହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଡା ସନ୍ଦେଶ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ଚୀନ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଉଭୟ ପକ୍ଷ ବିବାଦୀୟ ତଥା ଜୁନ ୧୫ରେ ସଂଘର୍ଷ ଘଟିଥିବା ସ୍ଥାନଠୁ ପଛକୁ ହଟିଛନ୍ତି। କିନ୍ତୁ ଏହା ମଧ୍ୟରେ ଲଦାଖରେ ଭାରତ ବିରୋଧରେ ପ୍ରୋପାଗାଣ୍ଡା ଚଲାଉଥିବା ଚୀନ ସରକାରୀ ଟିଭି ଚ୍ୟାନେଲ୍ ସିସିଟିଭି-୪କୁ ମହଙ୍ଗା ପଡିଛି। ସିସିଟିଭି ସୋମବାର ରାତିରେ ଉପଗ୍ରହରୁ ମିଳିଥିବା ନୂତନ ଫଟୋ ଜାରି କରିଛି। ଏହାକୁ ନେଇ ସିସିଟିଭି ଦେଖାଇଛି ଯେ, ମେ ମାସରେ ଚୀନ ସୈନିକ ଭାରତୀୟ ସୈନିକଙ୍କୁ ଗଲଓ୍ଵାନ ଉପତ୍ୟକାରେ ଭାରତୀୟ ଅଞ୍ଚଳରେ ବୈଧ ଗତିବିଧିକୁ ରୋକିବାକୁ ପ୍ରୟାସ କରିଥିଲା।

ଚୀନର ଚ୍ୟାନେଲର ଏହି ସ୍ଵୀକାରୋକ୍ତି ପରେ ଏବେ ଭାରତର ଦାବି ଆହୁରି ଦୃଢିଭୂତ ହୋଇଛି ଯେ, ଚୀନ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିଥିଲା। ଗଲଓ୍ଵାନ ଉପତ୍ୟକାରେ ଠିକ୍ ଏକ ମାସ ପୂର୍ବେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଭାରତର ୨୦ ଯବାନ ବୀରଗତି ପ୍ରାପ୍ତ କରିଥିଲେ। ମେ ମାସରୁ ଆରମ୍ଭ ହୋଇଥିବା ବିବାଦ ପରେ ଚୀନ ଏବେ ନିଜର ସେନାକୁ ଉକ୍ତ ଅଞ୍ଚଳରୁ ୨ କିମି ପଛକୁ ହଟାଇ ନେଇଛି।

ଚୀନ ସୈନିକ ଭାରତୀୟ ଇଲାକାରେ କରିଥିଲେ ଅନୁପ୍ରବେଶ

ଚୀନର ସରକାରୀ ଚ୍ୟାନେଲ୍‌ ସିସିଟିଭି-୪ରେ ପ୍ରସାରଣ କରିଥିବା କାର୍ଯ୍ୟକ୍ରମରେ ଭାରତର ଏକ ହେଲିପ୍ୟାଡ୍ ଗଲଓ୍ଵାନ ନଦୀର ପାଟ୍ରୋଲ ପଏଣ୍ଟ-୧୪ରେ ଥିବା ଦେଖାଇଛି। ଏହା ସମୁଦ୍ର ପତ୍ତନରୁ ପ୍ରାୟ ୧୪ ହଜାର ଫୁଟ ଉଚ୍ଚରେ ରହିଛି। ଏହା ପୂର୍ବରୁ ଜୁନ ୧୫ରେ ଚୀନ ସୈନିକ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିଥିଲା, ଯାହାର ମୁହଁତୋଡ ଭାରତୀୟ ଯବାନ ଦେଇଥିଲେ। ଚୀନର ଅନେକ ଯବାନ ମୃତାହତ ହୋଇଥିଲେ। ଏହି ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିଲେ। ଚୀନ ଏ ଯାଏ ନିଜ ସୈନିକଙ୍କ ମୃତାହତର ସୂଚନା ସାର୍ବଜନୀନ କରି ନାହିଁ। ଭାରତୀୟ ସୂତ୍ର ଅନୁଯାୟୀ ଚୀନର ୪୦ରୁ ଅଧିକ ଯବାନ ନିହତ ହୋଇଥିଲେ।

ସଦ୍ୟତମ ସାଟେଲାଇଟ୍ ଛବିରୁ ଜଣା ପଡୁଛି ଯେ, ଭାରତୀୟ ସୈନିକ ଓ ହେଲିପ୍ୟାଡ୍ ବାସ୍ତବିକ ନିୟନ୍ତ୍ରଣ ରେଖାର ଭାରତୀୟ ଅଞ୍ଚଳରେ ରହିଥିଲା। କୁହାଯାଉଛି ଯେ, ଚୀନ ସୈନିକ ଭାରତୀୟ ସୈନିକଙ୍କୁ ବଳ ପୂର୍ବକ ପଛକୁ ଠେଲିଥିଲେ। ଏହା ସହିତ ହେଲିପ୍ୟାଡ ଓ ଏହାର ଆଖପାଖ ଅଞ୍ଚଳକୁ କବ୍‌ଜା କରି ନେଇଥିଲେ। ଜୁନ ୧୬ରେ ଆସିଥିବା ସାଟେଲାଇଟ୍‌ ଛବିରୁ ସ୍ପଷ୍ଟ ନଜର ଆସୁଛି ଯେ, ଭାରତୀୟ ସୈନିକ ରକ୍ତାକ୍ତ ସଂଘର୍ଷ ସମୟରେ ଚୀନ ଦ୍ଵାରା ନିର୍ମିତ ଟେଣ୍ଟକୁ ଉଖାଡି ଫିଙ୍ଗି ଦେଇଥିଲେ। ମାତ୍ର ଜୁନ ୨୫ରେ ପୁଣି ଥରେ ଚୀନ ତରଫରୁ ଗଲଓ୍ଵାନ ନଦୀର ଆଖପାଖରେ ନିଜର ନିର୍ମାଣ ଗଗିବିଧି ବଢାଇ ଦିଆଯାଇଥିଲା।

ଗଲଓ୍ଵାନ ନଦୀ ଉପତ୍ୟକା ରଣନୈତିକ ଭାବେ ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ। ଏହା ଜରିଆରେ ଚୀନ ସୈନିକ ସହଜରେ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରି ପାରନ୍ତି। ଭାରତ ସର୍ବଦା କହି ଆସିଛି ଯେ, ଗଲଓ୍ଵାନ ନଦୀ ଉପକୂଳ ଅଞ୍ଚଳ ତାର ଯାହାର ପରିଧି ପାଟ୍ରୋଲ ପଏଣ୍ଟ ୧୪ ପର୍ଯ୍ୟନ୍ତ ବ୍ୟାପିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ବିବୃତ୍ତି ଜାରି କରି କହିଥିଲେ, ଚୀନ ପକ୍ଷ ମେ ମାସରେ ଭାରତର ସୈନିକଙ୍କ ପରମ୍ପରାଗତ ପାଟ୍ରୋଲିଂକୁ ରୋକିବାକୁ ପ୍ରୟାସ କରିଥିଲେ। ଏବେ ସିସିଟିଭିର ଏହି ସାଟେଲାଇଟ୍‌ ଫଟୋ ଭାରତର ଏହି ଦାବିକୁ ଅଧିକ ବଳିଷ୍ଠ କରିଛି। ଉଲ୍ଲେଖନୀୟ ଚୀନ ପୂରା ଗଲଓ୍ଵାନ ଉପତ୍ୟକାକୁ ନିଜର ବୋଲି ଦାବି କରୁଥିଲା।

   Related Posts