ଭାଙ୍ଗୁଛି ଡ୍ରାଗନର ମନୋବଳ: ଭୀଷଣ ଥଣ୍ଡାରେ ଲଦାଖରେ ୨୪ ଘଣ୍ଟା ତିଷ୍ଠି ପାରୁନି ଚୀନ ସେନା, ଦୃଢ ଭାବେ ଛିଡା ହୋଇ ରହିଛନ୍ତି ଭାରତୀୟ ଯବାନ

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୦୧।୧୨: ପୂର୍ବ ଲଦାଖ ସେକ୍ଟରରେ ସଂପ୍ରତି ଭୀଷଣ ଥଣ୍ଡା ସହ ତୁଷାରପାତ ଲାଗି ରହିଛି। ଏହି ହାଡଭଙ୍ଗା ଶୀତକୁ ଚାଇନିଜ ସୈନିକ ସହ୍ୟ କରି ପାରୁ ନାହାନ୍ତି। ସ୍ଥିତି ଏମିତି ଯେ, ଅଗ୍ରୀମ ଶିବିରରେ ମୁତୟନ ସୈନିକଙ୍କୁ ୨୪ ଘଣ୍ଟା ଭିତରେ ବଦଳାଇବାକୁ ପଡୁଛି। ଅନ୍ୟପଟେ ଏହି ଅଞ୍ଚଳରେ ଭାରତୀୟ ସୈନିକଙ୍କ ଉପରେ ପରିବେଶର କୌଣସି ପ୍ରଭାବ ପଡିନାହିଁ। ଭାରତୀୟ ଯବାନ ଦୀର୍ଘ ସମୟ ଧରି ଏହି ପ୍ରତିକୂଳ ପରିବେଶରେ ଦୃଢ ଭାବେ ଛିଡା ହୋଇ ରହିଛନ୍ତି। ଚୀନ ସୈନିକ ବ୍ୟତୀତ ଏଠାକାର ପରିବେଶ କୌଣସି ଶତ୍ରୁଠୁ ବି କମ ନୁହେଁ। ମାତ୍ର ଭାରତୀୟ ସୈନିକ ଅବିଚଳିତ ଭାବେ ମୋର୍ଚ୍ଚା ସମ୍ଭାଳିଛନ୍ତି।

ସରକାରୀ ସୂତ୍ର ଅନୁଯାୟୀ,  ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଅଗ୍ରୀମ ଶିବିରରେ ମୁତୟନ ଆମର ସୈନିକ ଚୀନ ସୈନିକ ତୂଳନାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମୋର୍ଚ୍ଚା ସମ୍ଭାଳୁଛନ୍ତି। ଭୀଷଣ ଥଣ୍ଡା ଓ ବିଯୁକ୍ତ ତାପମାତ୍ରାକୁ ସହି ପାରୁନଥିବା ଚୀନ ସୈନିକଙ୍କୁ ୨୪ ଘଣ୍ଟା ଭିତରେ ବଦଳାଇବାକୁ ପଡୁଛି।

{"id":370923,"sizeSlug":"large"}

ସୂତ୍ର ଅନୁଯାୟୀ, ଏହି ପରି ପରିବେଶରେ  ଚୀନ ବିରୋଧରେ ଭାରତର ପଲ୍ଲା ଭାରି ରହିଛି। କାରଣ ଏମାନଙ୍କ ମଧ୍ୟରୁ ଅଧିକାଂଶ ଯବାନ ଲଦାଖ ସେକ୍ଟର, ସିଆଚେନ ଗ୍ଲାସିୟର ଏବଂ ସେଥିରୁ ଅଧିକ ଉଚ୍ଚତ ବିଶିଷ୍ଟ ଅଞ୍ଚଳରେ ମଧ୍ୟ ଡ୍ୟୁଟି କରି ସାରିଛନ୍ତି। କୁହାଯାଇଛି ଯେ, ଚୀନ ରଣନୀତି ଭାବେ ଗୁରୁତ୍ଵପୂର୍ଣ୍ଣ ଉଚ୍ଚ ସ୍ଥାନରେ ଭାରତୀୟ ସୈନିକଙ୍କ ପୋଜିସନ ନିକଟରେ ମୁତୟନ କରିଛି। ସେଠାରେ ଥଣ୍ଡାରେ ପ୍ରଭାବ ସ୍ପଷ୍ଟ ଦେଖିବାକୁ ମିଳିଛି। ଭାରତୀୟ ସୈନିକ ଏଠାରେ ଲମ୍ବା ସମୟ ପର୍ଯ୍ୟନ୍ତ ମୋର୍ଚ୍ଚା ସମ୍ଭାଳୁଥିବା ବେଳେ ଚୀନୀ ସୈନିକ ଏହି ଥଣ୍ଡାକୁ ୨୪ ଘଣ୍ଟା ପାଇଁ ମଧ୍ୟ ସହ୍ୟ କରି ପାରୁ ନାହାନ୍ତି।

ଭାରତୀୟ ଭିତ୍ତିଭୂମି ନିର୍ମାଣ ବିରୋଧରେ ଏପ୍ରିଲ-ମେରେ ଏଲଏସିରେ ବିବାଦୀୟ ଅଞ୍ଚଳରେ  ଚୀନ ପୂର୍ବ ଲଦାଖ ଭାରତୀୟ ସୀମା ନିକଟରେ ୬୦ ହଜାର ସୈନିକ ମୁତୟନ କରିଛି। ପ୍ରତିପକ୍ଷ ପାଖରେ ବଡ ମାତ୍ରାରେ ଟ୍ୟାଙ୍କ ଓ ବିପୁଳ ପରିମାଣରେ ଯୁଦ୍ଧାସ୍ତ୍ର ରହିଛି। ଚୀନର କୌଣସି ପ୍ରକାର ଦୁଃସାହାସର ଜବାବ ଦେବା ପାଇଁ ସେହି ପରିମାଣରେ ଭାରତ ସୈନ୍ୟ ଓ ଅସ୍ତ୍ର ଶସ୍ତ୍ର ଠୁଳ କରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.