ଚୀନ ସୈନିକଙ୍କ ଦୁଃସାହାସ ! ଡେମଚୋକରେ ପଶି ଉଡାଇଲେ ପତାକା, ଦଲାଇ ଲାମାଙ୍କ ଜନ୍ମଦିନକୁ କଲେ ବିରୋଧ

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨।୦୭: ଭାରତ-ଚୀନ ସୀମାରେ ପୁଣି ଥରେ ଡ୍ରାଗନର ଦୁଃସାହାସ। ସିନ୍ଧୁ ନଦୀ ପାଖରେ ପହଞ୍ଚି ବ୍ୟାନର ଓ ପତାକା ଉଡାଇଲା ଚୀନର ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)। ଏହି ଅଞ୍ଚଳ ଲଦାଖ ଅନ୍ତର୍ଗତରେ ଆସୁଛି। ଏହି ଘଟଣା ଜୁଲାଇ ୬ର ହୋଇଥିବା କୁହାଯାଉଛି। ଆଉ ଏହି ଦିନ ଦଲାଇ ଲାମାଙ୍କ ଥିଲା ଜନ୍ମ ଦିନ। କୁହାଯାଉଛି ଚୀନ ସୈନିକ ଦଲାଇ ଲାମାଙ୍କ ଜନ୍ମଦିନରେ ନିଜର ବିରୋଧ ପ୍ରଦର୍ଶନ ପାଇଁ ଲଦାଖ ସୀମାରେ ପଶିଥିଲେ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚୀନର କିଛି ସୈନିକ ଏବଂ କିଛି ସ୍ଥାନୀୟଲୋକ ସିନ୍ଧୁ ନଦୀର ଅପର ପାର୍ଶ୍ଵ ପର୍ଯ୍ୟନ୍ତ ପହଞ୍ଚିଥିଲେ। କୁହାଯାଉଛି, କିଛି ଭାରତୀୟ ଲୋକ ଦଲାଇ ଲାମାଙ୍କ ଜନ୍ମଦିନ ପାଳନ କରୁଥିଲେ। ଏହା ବିରୋଧେ ଲାଲ ପତାକା ଧରି ଚୀନ ପକ୍ଷରୁ କିଛି ଲୋକ ଲଦାଖର ଏହି ଅଞ୍ଚଳକୁ ପଶି ଆସିଥିଲେ।

ସୂଚନା ଅନୁଯାୟୀ, ଚୀନ ସୈନିକ ଏବଂ ସେଠାକାର କିଛି ସ୍ଥାନୀୟ ଲୋକ ୫ ଗାଡିରେ ବସି ଆସିଥିଲ। ଏହା ପରେ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ ଏବଂ ଚୀନର ବ୍ୟାନର ଓ ପତାକା ଦେଖାଇଥିଲେ। ଉଲ୍ଲେଖନୀୟ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଲାଇ ଲାମାଙ୍କୁ ତାଙ୍କର ୮୬ତମ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ। ଏଥିସହ ପ୍ରଥମ ଥର ପ୍ରଧାନମନ୍ତ୍ରୀ  ଦଲାଇ ଦାଲାମଙ୍କୁ ଫୋନ୍ କରି ତାଙ୍କ ସହ କଥା ହୋଇଥିବା ସୂଚନା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.