ବୃଦ୍ଧି ପାଉଛି ଗଲୱାନ୍ ନଦୀର ଜଳସ୍ତର : ନଦୀକୂଳରେ ଫସି ରହିଛି ଚୀନ୍ ସେନା, LAC ରୁ ଶୀଘ୍ର ପଛକୁ ହଟିବ ସମ୍ଭାବନା

Published By : Prameya-News7 Bureau | July 05, 2020 IST

ନୂଆଦିଲ୍ଲୀ ୦୫/୦୭ : ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ରେ ଭାରତ ଚୀନ ମଧ୍ୟରେ ଗତିରୋଧ ଜାରି ରହିଛି | ଚୀନ ସେନା  LAC ର କିଛି କିଲୋମିଟର ଭିତରକୁ ପଶି ଆସିଥିବା ଦାବି ହେଉଛି | ଭାରତୀୟ ସେନା ଚୀନ ସେନାକୁ ମୁହଁତୋଡ ଜବାବ ଦେବା ପାଇଁ ପ୍ରସ୍ତୁତ ରହିଛି | ଇତି ମଧ୍ୟରେ ଜଣାପଡିଛି ଯେ ଚୀନ ସେନାକୁ ପଛକୁ ହଟିବାକୁ ପଡିପାରେ | ଯେଉଁ ଗଲୱାନ ନଦୀ କୁଳରେ ଚୀନ ସେନା ଛିଡା ହୋଇଛି ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି |

{"id":296154,"sizeSlug":"large"}

ହିନ୍ଦୁସ୍ତାନ ଟାଇମ୍ସ ଖବର ଅନୁଯାୟୀ, ଗଲୱାନ ନଦୀ କୁଳରେ ଚୀନ ସେନା ପାଇଁ ସମସ୍ୟା ସୃଷ୍ଟି ହୋଇପାରେ | ଚୀନ ସେନା ଗଲୱାନ ନଦୀ କୁଳରେ ଛିଡା ହୋଇଛି | ଏଠାରେ ଜଳସ୍ଥର ବୃଦ୍ଧି ପାଇଛି | ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏଠାରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଆଖପାଖ ପାହାଡିଆ ଅଞ୍ଚଳରେ ବରଫ ଆସ୍ତରଣ ତରଳିବାରେ ଲାଗିଛି | ଯେଉଁଥିପାଇଁ ଜଳସ୍ଥର ବୃଦ୍ଧି ପାଉଛି | ସାଟେଲାଇଟ ଓ ଡ୍ରୋନରେ ନିଆଁ ଯାଇଥିବା ଫଟୋରୁ ଜଣାପଡିଛିଯେ ଚୀନ ସେନା ଯେଉଁଠାରେ ଶିବିର କରିଥିଲା ସେଠାରେ ପାଣି ଭର୍ତ୍ତି ହୋଇଯାଇଛି | ଥଣ୍ଡା ପାଗରେ ଏଠାରେ ଚୀନ ସେନାଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି ହେବ ବୋଲି ଅଧିକାରୀ କହିଛନ୍ତି |

{"id":296152,"sizeSlug":"large"}

ଗଲୱାନ ନଦୀ ଅକ୍ସାଇ ଚୀନ କ୍ଷେତ୍ରରୁ ଆରମ୍ଭ ହୋଇଥାଏ | ଏହି ଅଞ୍ଚଳ ବର୍ଷ ବର୍ଷ ଧରି ବରଫ ତଳେ ଘୋଡେଇ ହୋଇ ରହିଥାଏ | ଗତ ମାସରେ ଜୁନ ୧୫ ତାରିଖରେ ଏହି ଅଞ୍ଚଳରେ ଭାରତ-ଚୀନ ସେନା ମଧ୍ୟରେ ହିଂସା ଘଟଣା ଘଟିଥିଲା ଯେଉଁଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ | ଗଲୱାନ ନଦୀରେ ପଡି ଯବାନଙ୍କ ପ୍ରାଣହାନୀ ହୋଇଥିବା କୁହାଯାଉଛି | ନଦୀର ପାଣି ଏତେ ଥଣ୍ଡା ଥିଲା ଯେ ଆହତ ସୈନିକ ପ୍ରାଣ ହାରିଥିଲେ |

{"id":296153,"sizeSlug":"large"}

LAC ରେ ଭାରତ ଚୀନ ମଧ୍ୟରେ ଗତ ପାଖାପାଖି ୯ ସପ୍ତାହ ହେଲା ଗତିରୋଧ ଜାରି ରହିଛି | ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତାର କୌଣସି ନିଷ୍କର୍ସ ବାହରିନାହିଁ | ବିଦେଶ ମନ୍ତ୍ରୀ ଓ ଅଧିକାରୀଙ୍କ ମଧ୍ୟରେ ଅନେକ ରାଉଣ୍ଡ ବୈଠକ ଓ ଚର୍ଚ୍ଚା ହୋଇସାରିଛି | ତାଛଡା ରାଜନୈତିକ ସ୍ଥରରେ ମଧ୍ୟ ପ୍ରସଙ୍ଗରେ ସମାଧାନ ପ୍ରୟାସ ଜାରି ରହିଛି | ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖ ଗସ୍ତରେ ଯାଇ ସୈନିକଙ୍କ ସାହସ ବଢ଼ାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.