ଝଟ୍‌କା ପରେ ଝଟ୍‌କା : କମିଲା ସ୍ମାର୍ଟଫୋନ୍‌ ବ୍ରାଣ୍ଡର ବଜାର ଅଂଶ, ଜୁନ୍‌ ତ୍ରୟମାସରେ ୭୨%କୁ ହ୍ରାସ

Published By : Prameya-News7 Bureau | July 26, 2020 IST

ବେଙ୍ଗାଲୁରୁ ୨୬।୦୭: ଝଟ୍‌କା ପରେ ଝଟ୍‌କା । ଭାରତ ବଜାରରୁ କ୍ରମାଗତ ଭାବେ  ଝଟ୍‌କା ପାଇଚାଲିଛି ଚୀନ୍‌ । ଏପ୍ରିଲ-ଜୁନ୍‌ ତ୍ରୟମାସରେ ଭାରତୀୟ ବଜାରରେ ଚୀନି ସ୍ମାର୍ଟଫୋନ୍‌ ବ୍ରାଣ୍ଡଗୁଡ଼ିକର ବଜାର ଅଂଶ ୭୨%କୁ ହ୍ରାସ ପାଇଛି । ପୂର୍ବ ତ୍ରୟମାସରେ ଏହା ୮୧% ଥିଲା । ଦେଶରେ ଚୀନ୍‌-ବିରୋଧୀ ଅଭିଯାନ ଏବଂ କୋଭିଡ୍‌-୧୯ ଯୋଗୁ ଚାଇନିଜ୍‌ ଫୋନ୍‌ଗୁଡ଼ିକର ଚାହିଦା ବହୁ ମାତ୍ରାରେ ସଙ୍କୁଚିତ ହୋଇଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

{"id":305640,"sizeSlug":"large"}

ଗବେଷଣା କମ୍ପାନି କାଉଣ୍ଟର ପଏଣ୍ଟର ରିପୋର୍ଟ ଅନୁସାରେ ଦେଶର ସ୍ମାର୍ଟଫୋନ୍‌ ବଜାରରେ ଓପୋ, ଭିଭୋ ଏବଂ ରିୟଲ୍‌ମି ଆଦି କମ୍ପାନିଗୁଡିକର ଦବ୍‌ଦବା ରହିଥାଏ । କିନ୍ତୁ ଏପ୍ରିଲ-ଜୁନ୍‌ ତ୍ରୟମାସରେ ଏମାନଙ୍କ ବଜାର ଅଂଶ ସଙ୍କୁଚିତ ହୋଇଛି ।

{"id":305641,"sizeSlug":"large"}

ଶୁକ୍ରବାର ଜାରି ହୋଇଥିବା ଏକ ରିପୋର୍ଟ ଅନୁସାରେ ଏପ୍ରିଲ-ଜୁନ୍‌ ତ୍ରୟମାସରେ ଦେଶରେ ସ୍ମାର୍ଟଫୋନ୍‌ ବିକ୍ରି ଗତ ବର୍ଷ ତୁଳନାରେ ୫୧% ହ୍ରାସ ପାଇଛି । ୧.୮ କୋଟି ୟୁନିଟ୍‌ରୁ ସାମାନ୍ୟ ଅଧିକ ସ୍ମାର୍ଟଫୋନ୍‌ ଏହି ସମୟରେ ଦେଶରେ ବିକ୍ରି ହୋଇଛି । ଏପ୍ରିଲରୁ ମେ’ ପର୍ଯ୍ୟନ୍ତ ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଥିଲା । ଏହା ସ୍ମାର୍ଟଫୋନ୍‌ ବିକ୍ରିକୁ ପ୍ରଭାବିତ କରିଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

{"id":305642,"width":565,"height":269,"sizeSlug":"large"}

ଦେଶରେ ଚୀନ୍‌-ବିରୋଧୀ ଅଭିଯାନ ଜୋର ଧରିବା ଫଳରେ ଲୋକେ ଚାଇନିଜ୍‌ ବ୍ରାଣ୍ଡ୍‌ ବିମୁଖ ହୋଇଛନ୍ତି । ସରକାର ମଧ୍ୟ ଚୀନ୍‌ ବିରୋଧରେ କଡ଼ା ଆର୍ଥିକ ପଦକ୍ଷେପ ଗ୍ରହଣ କରିଛନ୍ତି । ୫୦ରୁ ଊଦ୍ଧ୍ୱର୍ ଚାଇନିଜ୍‌ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଚୀନ୍‌ରୁ ଆସୁଥିବା ସାମଗ୍ରୀଗୁଡ଼ିକୁ ବନ୍ଦରମାନଙ୍କରେ କଡ଼ା ଯାଞ୍ଚ କରାଯାଉଛି । ଟେଲିକମ୍‌, ରାଜପଥ ଏବଂ ରେଳ ପ୍ରକଳ୍ପଗୁଡିକରୁ ଚୀନ୍‌ କମ୍ପାନିଗୁଡିକୁ ନିରାଶ ହେବାକୁ ପଡ଼ିଛି । ସୂଚନାଯୋଗ୍ୟ, ଗଲୱାନ ଘାଟିରେ ଭାରତ-ଚୀନ୍‌ ମଧ୍ୟରେ ଉତ୍ତେଜନା ପରେ ଦେଶରେ ଚୀନ୍‌-ବିରୋଧୀ ସ୍ୱର ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.