Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ଚୀନ୍ ସରକାରଙ୍କୁ ବୈଜ୍ଞାନିକଙ୍କ ଚେତାବନୀ : ନସୁଧୁରିଲେ ପୁଣି ଫେରିପାରେ କରୋନାର ଗୋଷ୍ଠୀ ସଂକ୍ରମଣ

27/04/2020 at 4:35 PM

ବେଜିଂ ୨୭।୪: ସାରା ବିଶ୍ବରେ କରୋନା ସଙ୍କଟ ଜାରି ରହିଛି । ଚୀନ୍ ଉହାନ ସହରରୁ ଏହି ଭାଇରସର ଉତ୍ପନ ହୋଇଥିବା ବେଳେ ଏହା ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ପାଇଥିବା ଚୀନ୍ ଦାବି କରୁଛି । ହେଲେ ଚୀନକୁ ପୁଣି ଫେରିଛି ଏହି ଭାଇରସ୍ । ଚୀନ୍‌ର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ତଥା ବୈଜ୍ଞାନିକ ତାଙ୍କ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ, ଦେଶରେ ପୁଣି ଥରେ କରୋନା ଭାଇରସ୍ ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇପାରେ । ଗୋଟିଏ ପଟେ କରୋନାର କେନ୍ଦ୍ର ବୋଲି କୁହାଯାଉଥିବା ଉହାନରେ ସଂକ୍ରମଣର ଶେଷ ରୋଗୀ ଡିସଚାର୍ଜ ହୋଇଥିବାବେଳେ ଚୀନ୍ ବୈଜ୍ଞାନିକ ଏହା ପୁଣି ଫେରିବା ନେଇ ଚେତାବନୀ ଦେଇଛନ୍ତି । ଚେତାବନୀରେ ଦର୍ଶାଯାଇଛି ଯେ, ଦେଶରେ ବିଦେଶୀ ସଂକ୍ରମଣର ଗୋଟିଏ ମାମଲା ଦେଶରେ ପୁନର୍ବାର ଘରୋଇ ସଂକ୍ରମଣର ନୂଆ ମାମଲା ପାଇଁ ଦାୟୀ ହୋଇପାରେ ।

ଜାତୀୟ ସ୍ବାସ୍ଥ୍ୟ ଆୟୋଗ (NHC) ରବିବାର ଦିନ କହିଛି ଯେ, ବର୍ତ୍ତମାନ ଚୀନରେ ବିଦେଶରୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୬୩୪ ରହିଛି । ସେଥିମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବିଦେଶରୁ ସଂକ୍ରମିତ ଲୋକଙ୍କ ମାମଲାରେ ସଂକ୍ରମଣର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଚୀନ୍ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ବୋଲି ଆୟୋଗ ମୁଖପାତ୍ର ତଥା ଭାଇରୋଲୋଜିଷ୍ଟ ମେ ଫେଙ୍ଗ ଚେତାବନୀ ଦେଇଛନ୍ତି । ଫେଙ୍ଗ କହିଛନ୍ତି ଯେ ଏହି ମହାମାରୀ ପୁନର୍ବାର ବୃଦ୍ଧି ନହେବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ ଏବଂ ବ୍ୟକ୍ତିଗତ ଭାବେ ମଧ୍ୟ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ।

ଆୟୋଗ କହିଛି ଯେ, ଦେଶରେ ଏପରି ୩୦ ଜଣଙ୍କଠାରେ ସଂକ୍ରମଣ ନିଶ୍ଚିତ ହୋଇଛି ଯେଉଁଠାରେ ରୋଗର ଲକ୍ଷଣ ଦେଖାଯାଏ ନାହିଁ । ବିଦେଶରୁ ସଂକ୍ରମିତ ଲୋକଙ୍କ ୭ଟି ମାମଲା ରହିଛି । ଚୀନରେ ସଂକ୍ରମଣର ଲକ୍ଷଣ ନ ଥାଇ ଏଭଳି ସଂକ୍ରମିତ ଲୋକଙ୍କ ସଂଖ୍ୟା ୧ ହଜାରକୁ ବୃଦ୍ଧି ପାଇଛି । ଚୀନରେ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇଥିବା ୮୨,୮୨୭ ଜଣଙ୍କ ମଧ୍ୟରୁ ୭୭୩୯୪ ଜଣ ସୁସ୍ଥ ଅଛନ୍ତି ।

   Related Posts