ପେଟିଏମ୍‌ର ଆଇପିଓ ପୂର୍ବରୁ କମ୍ପାନୀର ବୋର୍ଡରୁ ଇସ୍ତଫା ଦେଲେ ଚୀନ ନାଗରିକ, ସାମିଲ ହେଲେ ଭାରତୀୟ ଏବଂ ଆମେରିକୀୟ

Published By : Prameya-News7 Bureau | July 07, 2021 IST

ନୂଆଦିଲ୍ଲୀ ୭/୦୭: ଡିଜିଟାଲ୍‌ ପେମେଣ୍ଟ କମ୍ପାନୀ ପେଟିଏମ୍‌ ଇନିସିଆଲ୍‌ ପବ୍ଲିକ୍‌ ଅଫର (ଆଇପିଓ) ମାଧ୍ୟମରେ ୧୬,୬୦୦ କୋଟି ଟଙ୍କା ଏକାଠି କରିବାକୁ ପ୍ରସ୍ତୁତି କରୁଛି। ଏହାରି ଭିତରେ କମ୍ପନୀର ବୋର୍ଡରେ ଥିବା ସମସ୍ତ ଚୀନ ନାଗରିକ ଇସ୍ତଫା ଦେଇଥିବା ବେଳେ ସେମାନଙ୍କ ସ୍ଥାନରେ ଆମେରିକା ଏବଂ ଭାରତୀୟ ନାଗରିକମାନେ ନିଯୁକ୍ତ ହୋଇଛନ୍ତି।

ଆଣ୍ଟ ଗ୍ରୁପ୍‌ର ଜିଙ୍ଗ ଶିଆନଡୋଙ୍ଗ ବୋର୍ଡରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନ ନେଇଛନ୍ତି ଡଗଲସ ଲେମ୍ୟାନ୍‌ ଫିଜିନ୍‌। ଆଣ୍ଟ ଗ୍ରୁପ୍‌ରେ ଉପସଭାପତି ଫିଜିନ୍‌ ଆମେରିକାର କାର୍ଯ୍ୟାଳୟରେ ଅଛନ୍ତି। କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଲିପେର ପ୍ରତିନିଧି ଜିଙ୍ଗ ଶିଆନଡୋଙ୍ଗ, ଆଣ୍ଟ ଫାଇନାନ୍ସିଆଲ୍‌ର ଗୁଓମିଙ୍ଗ ଚେଙ୍ଗ, ଅଲିବାବାର ପ୍ରତିନିଧି ମାଇକେଲ୍‌ ଜେନ ୟାଓ (ଆମେରିକା ନାଗରିକ) ଏବହ ଟିଙ୍ଗ ହୋଙ୍ଗ କେନି କମ୍ପାନୀର ନିର୍ଦେଶକ ରହିବେ ନାହିଁ।

ଏବେ ପେଟିଏମ୍‌ର ନିର୍ଦେଶକ ମଣ୍ଡଳରେ କୌଣସି ଚୀନ ନାଗରିକ ନାହାନ୍ତି। ଆମେରିକା ନାଗରିକ ଡଗଲସ ଫିଜିନ୍‌ ଆଣ୍ଟ ଗ୍ରୁପ୍‌ ପକ୍ଷରୁ ପେଟିଏମ୍‌ ବୋର୍ଡରେ ସାମିଲ ହୋଇଛନ୍ତି। ତାଙ୍କ ବ୍ୟତୀତ ଏନ୍ଥୋନୀ କମ୍ବସ୍‌, ସାମା କ୍ୟାପିଟାଲର ଅଶିତ ରଞ୍ଜିତ ଲୀଲାନି ଏବଂ ବିକାଶ ଅଗ୍ନିହୋତ୍ରୀ ସାମିଲ ହୋଇଛନ୍ତି ।

ସେପଟେ ପେଟିଏମ୍‌ ପ୍ରାରମ୍ଭିକ ସେୟାର ବିକ୍ରି ମାଧ୍ୟମରେ ୧୬,୬୦୦ କୋଟି ଟଙ୍କା ଯୋଗାଡ଼ କରିବାକୁ ୧୨ ଜୁଲାଇରେ ସେୟାରଧାରକଙ୍କୁ ଅନୁମତି ମାଗିପାରେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.