ପହଞ୍ଚିଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍, ପାରମ୍ପରିକ ଢଙ୍ଗରେ ହେଲା ଭବ୍ୟ ସ୍ବାଗତ

Published By : Prameya-News7 Bureau | October 11, 2019 IST

ମାମଲାପୁରମ୍ ୧୧|୧୦:  ଚେନ୍ନାଇରେ ପହଞ୍ଚିଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ । ପାରମ୍ପରିକ ରୀତିନୀତିରେ ଜିନପିଙ୍ଗ୍‌ଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ । ଜିନପିଙ୍ଗ୍‌ଙ୍କୁ ଗସ୍ତକୁ ନେଇ ଐତିହାସିକ ସହର ମାମଲାପୁରମ୍ ରେ ବ୍ୟାପକ ଆୟୋଜନ କରାଯାଇଛି । ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ବିଶ୍ବର ଦୁଇ ମହାଶକ୍ତି କିଭଳି ନିଜ ଭିତରେ ଭଲ ସଂପର୍କ ରଖି ଆଗକୁ ବଢ଼ିବେ ତାହା ଉପରେ ନଜର ରହିଛି ।

ତେବେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ୍ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି । ଚେନ୍ନାଇର ଆନ୍ତର୍ଜାତିକ ବିମାନବନ୍ଦରଠାରୁ ଆରମ୍ଭ କରି ମାମଲାପୁରମ୍ ପର୍ଯ୍ୟନ୍ତ ୬୦ କିଲୋମିଟର ରାସ୍ତାରେ ପୋଲିସ ଛାଉଣୀ ହୋଇ ରହିଛି । ପୁରା ଚେନ୍ନାଇ ସହରରେ ୧୬ହଜାରରୁ ୧୮ହଜାର ପର୍ଯ୍ୟନ୍ତ ପୋଲିସ ମୁତୟନ କରାଯାଇଛି ।

ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍ ମାମଲାପୁରମ୍ର ଐତିହାସିକ ମନୋମେଣ୍ଟ ଅର୍ଜୁନ ଗୁମ୍ଫା, ପାଞ୍ଚ ରଥ,ସୋର୍ ମନ୍ଦିର ଭଳି ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.