ସିଚୁଆନ୍‌-ତିବ୍ବତ ରେଳ ଲାଇନ୍‌ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଲେ ସି ଜିନ୍‌ପିଙ୍ଗ

Published By : Prameya-News7 Bureau | November 08, 2020 IST

ବେଜିଂ ୮/୧୧:  ଭାରତ ସୀମାରେ ରେଳ ଲାଇନ୍‌ ବିଛାଇବା କାର୍ଯ୍ୟ ତ୍ବରାନ୍ବିତ କରିବ ଚୀନ। ଏନେଇ ରାଷ୍ଟ୍ରପତି ସି ଜିନପିଙ୍ଗ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।   ଚୀନର ଦକ୍ଷିଣ ପଶ୍ଚିମରେ ସିଚୁଆନ୍ ପ୍ରାନ୍ତରେ ୟାନ୍‌ ଓ ତିବ୍ବତର ଲିଞ୍ଝି ମଧ୍ୟରେ ୪୭.୮ ଆରବ ଡଲାର ବ୍ୟୟରେ ନିର୍ମିତ ହେବାକୁ ଥିବା ସିଚୁଆନ୍‌-ତିବ୍ବତ ରେଳ ପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜିନପିଙ୍ଗ ନିର୍ଦେଶ ଦେଇଥିବା ଜଣାପଡ଼ିଛି । ଲିଞ୍ଝି ନୟିଂଗଶି ନାମରେ ମଧ୍ୟ ପରିଚିତ ଯାହାକି ଅରୁଣାଚଳପ୍ରଦେଶ ସୀମାରେ ଅବସ୍ଥିତ।

ତେବେ ସିଚୁଆନ୍‌-ତିବ୍ବତ ରେଳ ପଥ ଛିନଘାଇ-ତିବ୍ବତ ରେଳ ପଥ ପରେ ଦ୍ବିତୀୟ ପରିଯୋଜନା। ଏହା ଛିନଘାଇ-ତିବ୍ବତ ରେଳ ପଥର ଦକ୍ଷିଣ ପୂର୍ବ ଦେଇ ଯିବ। ସିଚୁଆନ୍‌-ତିବ୍ବତ ରେଳ ପଥ ଚେଙ୍ଗଦୁରୁ ଆରମ୍ଭ ହେବ। ସିଚୁଆନ ପ୍ରାନ୍ତର ରାଜଧାନୀ ଚେଙ୍ଗଦୁ। ଏହି ରେଳ ଲାଇନ୍ ଦ୍ବାରା ୟାନରୁ ତିବ୍ବତରେ ପ୍ରବେଶ କରି ଚେଙ୍ଗଦୁରୁ ହ୍ଲାସା ପର୍ଯ୍ୟନ୍ତ ଯାତ୍ରା ପାଇଁ ଲାଗୁଥିବା ୪୮ ଘଣ୍ଟା ଏବେ କେବଳ ୧୩ ଘଣ୍ଟା ଲାଗିବ ବୋଲି ଜଣାପଡ଼ିଛି। 

ଗ୍ଳୋବାଲ ଟାଇମ୍ସର ରିପୋର୍ଟ ଅନୁସାରେ ୟାନ-ଲିଞ୍ଝି ରେଳ ପଥ ୧୦୧୧ କିମି ହୋଇଥିବା ବେଳେ ଏଥିରେ ୨୬ ଷ୍ଟେସନ ପଡ଼ିଥାଏ। ଏହି ମାର୍ଗରେ ରେଳ ଗାଡ଼ି ୧୨୦ରୁ ୨୦୦ କିମି ପ୍ରତି ଘଣ୍ଟା ବେଗରେ ଗତି କରେ। ସିଚୁଆନ୍‌-ତିବ୍ବତ ରେଳ ପଥ ପାଇଁ ମୋଟ ୪୭.୮ ଆରବ ଡଲାର ଅର୍ଥ ଲାଗିବ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.