ଭାରତ-ଚୀନ ସୀମା ବିବାଦ ଉପରେ ମତ ରଖିଲେ ଜିନପିଙ୍ଗ, କହିଲେ ଦେଶ-ଦେଶ ମଧ୍ୟରେ ମତଭେଦ ହେବା ସାଧାରଣ କଥା

Published By : Prameya-News7 Bureau | September 23, 2020 IST

ନୂଆଦିଲ୍ଲୀ ୨୩/୦୯: ଲଦାଖ ସୀମାରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି କ୍ରମରେ ଏବେ ସୀମା ବିବାଦକୁ ନେଇ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଦେଶ ଭିତରେ ମତଭେଦ ତଥା ମତାନ୍ତର ହେବା ସାଧାରଣ କଥା। ଏହା କିଛି ନୂଆ କଥା ନୁହେଁ। ତେବେ ଗୁରୁତ୍ବପୂଣ୍ର୍ଣ ବିଷୟ ହେଉଛି ମତଭେଦକୁ କଥାବାର୍ତା ଓ ପରାମର୍ଶ ମାଧ୍ୟମରେ ସମାଧାନ କରିବା।

ମିଳିତ ଜାତିସଂଘର ସାଧାରଣ ସଭାରେ ଜିନିପିଙ୍ଗ ଏଭଳି କିଛି କହିଛନ୍ତି। ଏହା ବାଦ୍ ସେ କହିଛନ୍ତି ଯେ ଭାଇରସ ପରାଜିତ ହୋଇଯିବ। ଭାଇରସ ନାଁରେ କୌଣସି ଦେଶକୁ କଳଙ୍କିତ କରିବାର ପ୍ରୟାସକୁ ଅସ୍ବୀକାର କରିବା ଦରକାର।

ଭାରତ-ଚୀନ ସୀମା ବିବାଦ ଉପରେ ଜିନିପିଙ୍ଗ କହିଛନ୍ତି ଦୁଇ ଦେଶର ମତଭେଦ ଅତି ସାଧାରଣ ହେଲେ ହେଁ ପରାମର୍ଶ ତଥା ଆଲୋଚନା ମାଧ୍ୟମରେ ଏହାକୁ ଦୂର କରିବା ପାଇଁ ପ୍ରଚେଷ୍ଟା ଜାରି ରଖାଯାଉ। ସେ ଆହୁରି କହିଛନ୍ତି ଚୀନ ଦୁନିଆର ସବୁଠୁ ବଡ଼ ଓ ଶାନ୍ତିପ୍ରିୟ ଦେଶ। କେବେ ବି ନିଜର ବିସ୍ତାର କିମ୍ବା ପ୍ରଭାବ ଦ୍ବାରା କୌଣସି ଦେଶ ସହ ଯୁଦ୍ଧ କରିବା ଯୋଜନା କରେ ନାହିଁ। କଥାବାର୍ତା ତଥା ଆଲୋଚନା ମାଧ୍ୟମରେ ମତଭେଦ ଦୂର କରିବାର ପ୍ରଚେଷ୍ଟା ଜାରି ରହିବ ବୋଲି ଜିନପିଙ୍ଗଙ୍କ ମତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.