Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଚୀନରେ ପିଲାମାନଙ୍କୁ ଦିଆଯାଉଛି କୁକୁଡା ରକ୍ତର ଇଞ୍ଜେକ୍ସନ୍ , ଜାଣନ୍ତୁ ଏହା ପଛର କାରଣ…

1/12/2021 at 8:34 AM

ନୂଆଦିଲ୍ଳୀ ୦୧।୧୨ : ମହାମାରୀ କରୋନା ସବୁଆଡେ ବିସ୍ତାର ହେବା ପରେ ଚୀନ୍‌ ଉପରେ ବଡ ଅଭିଯୋଗ ଲାଗିଥିଲା। ହେଲେ, ଚୀନ୍ କେବେ ବି ବିଶ୍ୱାସ କରିଲା ନାହିଁ ଯେ ଏହା ଜାଣିଶୁଣି କରୋନା ଭାଇରସ୍ ବ୍ୟାପିଛି କିମ୍ବା ଭୁଲରେ ଏହି ଭାଇରସ୍ ନିଜ ଦେଶରୁ ଅନ୍ୟ ଦେଶ ତଥା ପୁରା ବିଶ୍ୱକୁ ବ୍ୟାପିଛି । କେହି କେହି କହୁଛନ୍ତି କି ଯେ ଚୀନ୍‌ ଅଜବ ଖାଦ୍ୟ ଖାଇବା ହେତୁ ଏହି ରୋଗ ପଶୁଙ୍କଠାରୁ ମଣିଷକୁ ବ୍ୟାପିଛି । ବେଳେ ବେଳେ କେତେକ କହୁଛନ୍ତି ଯେ ଏହି ରୋଗ ଚୀନ୍‌ର ଲ୍ୟାବରେ ତିଆରି କରୁଥିବା ବେଳେ ବ୍ୟାପିଛି। ହେଲେ ବର୍ତ୍ତମାନ ଆଉ ଏକ ନୂଆ ଖବର ଆସିଛି । କୁହାଯାଉଛି ଯେ ସେଠାରେ ବାପା ମାଆମାନେ ସେମାନଙ୍କର ପିଲାମାନଙ୍କୁ କୁକୁଡା ରକ୍ତର ଇଞ୍ଜେକ୍ସନ୍ ଦିଆଯାଉଛି । ଏହାର ଶୁଣିବା ପରେ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିଛି ।

ଚୀନ୍ ନିଜର ଅଜବ ଖାଦ୍ୟ ପାଇଁ ବହୁ ପୂର୍ବରୁ ପ୍ରସିଦ୍ଧ ଥିଲା । କୁକୁର ମାଂସ ଠାରୁ ଆରମ୍ଭ କରି ବାଦୁଡି ପର୍ଯ୍ୟନ୍ତ ଖିଆ ଯାଉଥିଲା । ଏହି ସମୟରେ, କରୋନାକୁ ନେଇ ବହୁ ସମାଲୋଚନା ପରେ, ଏହିପରି ମାଂସ ଖାଇବା ଉପରେ ନିଷେଧାଦେଶ ଜାରି କରାଯାଇଥିଲା କିନ୍ତୁ ପରେ କୌଣସି ପାର୍ଥକ୍ୟ ଦେଖା ଯାଇ ନଥିଲା । କୁହାଯାଉଛି ଯେ ଏହି ଛୁଞ୍ଚି ପଡ଼ିବା ପରେ ପିଲାମାନେ ସୁପର କିଡ୍ ହୋଇଯିବେ ଏବଂ ସେମାନଙ୍କର କୌଣସି ପ୍ରକାରର ଅସୁବିଧା ହେବ ନାହିଁ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୋଣସି ବିନା ରୋଗରେ ନିଜ ପିଲାମାନଙ୍କ ପାଇଁ ଏହି ଇଞ୍ଜେକ୍ସନ ଦିଆଯାଉଛି । ଏହି ଇଞ୍ଜେକ୍ସନ ପାଇଁ ଚୀନର ଲୋକମାନେ ପାଗଳ ହୋଇଯାଇଛନ୍ତି। ବ୍ଲାକ୍‌ରେ ମିଳୁଥିବା ମୂଲ୍ୟବାନ ଛୁଞ୍ଚିରେ ପିଲାମାନଙ୍କୁ ଦିଆଯାଉଛି । ସେମାନେ ଏହାକୁ ନେଇ ବିଶ୍ବାସ କରନ୍ତି ଯେ ଏହା କରିବା ଦ୍ବାରା କୌଣସି ରୋଗ ସେମାନଙ୍କ ପିଲାମାନଙ୍କ ହେବ ନାହିଁ । ଏବଂ ପିଲାମାନେ ଲମ୍ବା ଜୀବନ ବଞ୍ଚାଇ ପାରିବେ। ଏହାକୁ ନେଇ ଚୀନର ଲୋକମାନେ କହିଛନ୍ତି ଯେ କୁକୁଡା ରକ୍ତର ଇଞ୍ଜେକ୍ସନ ସେମାନଙ୍କ ପିଲାମାନଙ୍କୁ ପ୍ରତ୍ୟେକ ରୋଗରୁ ରକ୍ଷା କରିବ। କେବଳ କାଶ ଏବଂ ଥଣ୍ଡା ନୁହେଁ ବରଂ କର୍କଟ ଭଳି ରୋଗରୁ ମୁକ୍ତି କରିବ । ଏଥିପାଇଁ ଦିଆଯାଉଥିବା ଏହି ଛୁଞ୍ଚି ଅତ୍ୟନ୍ତ ପ୍ରଭାବଶାଳୀ । ଯେଉଁ ପିଲାମାନେ କୁକୁଡା ରକ୍ତର ଇଞ୍ଜେକ୍ସନ ନେଉଛନ୍ତି, ସେମାନେ ଭବିଷ୍ୟତରେ କର୍କଟ ଏବଂ ଭଳି ଅନ୍ୟ ରୋଗର ଶିକାର ହେବେ ନାହିଁ । ଏହାକୁ ନେଇ ବୈଜ୍ଞାନିକ ପରୀକ୍ଷା ଆବଶ୍ୟକ ନାହିଁ ।

   Related Posts