Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଚୀନ୍‌କୁ ଧମକାଇବାକୁ ଉଦ୍ୟମ କଲେ କଡ଼ା ଜବାବ ମିଳିବ: ସି ଜିନ୍‌ପିଙ୍ଗ

1/07/2021 at 2:31 PM

ବେଜିଂ : ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଚେତାବନୀ ଦେଇ କହିଛନ୍ତି ଯେ ଯଦି ବିଦେଶୀ ଶକ୍ତି ଧମକାଇବାକୁ ବା ପ୍ରଭାବିତ କରିବାକୁ ଉଦ୍ୟମ କରନ୍ତି ସେମାନଙ୍କୁ ଏହାର ପାଲଟା ଜବାବ ମିଳିବ। କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ସ୍ଥାପନାର ଗୁରୁବାର ଶତବାର୍ଷିକ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜିନପିଙ୍ଗ ଏହି ଧମକ୍‌ ଦେଇଛନ୍ତି। ଏବେ ଚୀନ୍‌ ରାଷ୍ଟ୍ରପତିଙ୍କ ଏହି ଚେତାବନୀକୁ ବ୍ୟାପକ ରୂପେ ଆମେରିକା ଉଦ୍ଦେଶ୍ୟରେ ବୋଲି ବିଚାର କରାଯାଉଛି।

ଜିନ୍‌ପିଙ୍ଗଙ୍କ ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ହଙ୍ଗକଙ୍ଗରେ ବ୍ୟାପକ ମାନବାଧିକାର ଉଲ୍ଲଂଘନ ଲାଗି ବିଶ୍ୱବ୍ୟାପୀ ଚୀନ୍‌ ସମାଲୋଚିତ ହେଉଛି। ଏହା ଛଡା ବ୍ୟବସାୟ, ଗୁଇନ୍ଦାଗିରି ଓ କରୋନାକୁ ନେଇ ଆମେରିକା ଓ ଚୀନ୍‌ ସମ୍ପର୍କରେ ତିକ୍ତତା ଦେଖା ଦେଇଥିବା ବେଳେ ତାଇୱାନ ନୂଆ କାରଣ ପାଲଟିଛି।  ଆମେରିକା ସମର୍ଥନରେ ତାଇୱାନ ନିଜକୁ ସାର୍ବଭୌମ ରାଷ୍ଟ୍ର ମନେ କରୁଥିବା ବେଳେ ଚୀନ୍‌ ଏହାକୁ ନିଜର ପୃଥକ ପ୍ରାନ୍ତ ବିବେଚନା କରୁଛି।

ଯଦି ତାଇୱାନକୁ ନେବା ଲାଗି ଚୀନ୍‌ ଉଦ୍ୟମ କରେ ଆମେରିକା ଏହାର ଦୃଢ ଜବାବ ଦେବା ଏବେ ଏକପ୍ରକାର ନିଶ୍ଚିତ। ଏଥିରେ ଜିନପିଙ୍ଗ ତାଇୱାନ୍‌କୁ ଦେଶର ମୁଖ୍ୟ ଭୂ-ଭାଗ ସହ ଯୋଡି ରଖିବା ଲାଗି ସଂକଳ୍ପବଦ୍ଧ ବୋଲି କହିଛନ୍ତି।   ଏଥିରେ ଜିନପିଙ୍ଗ କହିଛନ୍ତି ଯେ ଆମର କ୍ଷମତା ଓ ସାମର୍ଥ୍ୟକୁ ନେଇ କେହି ଭ୍ରମରେ ରହିବା ଉଚିତ ନୁହେଁ। ଚୀନ୍‌ ଲୋକେ  ନିଜ ରାଷ୍ଟ୍ରର ସାର୍ବଭୌମତା ଓ ସୀମା ସୁରକ୍ଷା ଲାଗି ସକ୍ଷମ। ଶତବାର୍ଷିକ ଉତ୍ସବ ଅବସରରେ ତିଆନାନମେନ ସ୍କୋୟାରରେ ଯୁଦ୍ଧବିମାନ ଫ୍ଲାଇପାଷ୍ଟ ଓ ତୋପ ସଲାମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ଦେଶଭକ୍ତି ଗୀତର ତାଳେତାଳେ ସୈନ୍ୟ ପରେଡ ମଧ୍ୟ ଅନୁଷ୍ଠିତ ହୋଇଛି।  

   Related Posts