ଭାରତ-ବାଂଲାଦେଶ ସୀମାରୁ ଗିରଫ ଚୀନ ନାଗରିକ ଜଣେ ଗୁପ୍ତଚର, ୨ ବର୍ଷରେ ୩ ଥର ଆସିଛି ଦିଲ୍ଲୀ : ଖୁଲାସା କଲା ପୋଲିସ

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧/ ୦୬ : ଦେଶରେ କରୋନା ମହାମାରୀ ମଧ୍ୟରେ ଗୁରୁବାର ବାଂଲାଦେଶ ସୀମା ଦେଇ ଭାରତ ପ୍ରବେଶ କରୁଥିବା ଜଣେ ଚୀନ ନାଗରିକଙ୍କୁ କାବୁ କରିଥିଲା ବିଏସଏଫ୍‌ । ପଶ୍ଚିମବଙ୍ଗର ମାଲଦା ଅଞ୍ଚଳରୁ ସଂପୃକ୍ତ ଯୁବକଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ତଦନ୍ତ ବେଳେ ଜଣାପଡିଛି ଯେ ଗିରଫ ଚୀନ ବ୍ୟକ୍ତିଜଣକ ଜଣେ ଗୁପ୍ତଚର । ତାର ନାଁ ହାନ୍‌ ଜୁନଓ୍ବଇ, ବୟସ ୩୬ ବର୍ଷ । ମନ୍ଦ ଉଦ୍ଦେଶ୍ୟ ନେଇ ସେ ଭାରତରେ ପ୍ରବେଶ କରୁଥିବା ଜାଣିବାକୁ ପାଇଛି ବିଏସଏଫ୍‌ । ପଚରାଉଚରା ପରେ ତାକୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ହାନ୍‌ ଜୁନଓ୍ବେ ଜଣେ ସହଯୋଗୀକୁ ଉତ୍ତରପ୍ରଦେଶ ପୋଲିସର ଆଣ୍ଟି ଟେରର୍ ସ୍କ୍ବାଡ୍ (ଏଟିଏସ୍) ଗିରଫ କରିଛି । ଏହି ମାମଲାରେ ହାନ ଜୁନୱେ ନିଜେ ଏବଂ ତାର ପତ୍ନୀ ମଧ୍ୟ ଅଭିଯୁକ୍ତ। କିନ୍ତୁ ଭାରତରେ ପ୍ରବେଶ କରିବା ପାଇଁ ତାକୁ ଭିସା ମିଳିନଥିବା ଜଣାପଡିଛି । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ କହିଛି ଯେ, ତାର ଜଣେ ସହଯୋଗୀ ପ୍ରତି ମାସରେ ଭାରତରୁ ୧୦-୧୫ଟି ସିମ କାର୍ଡ ଚାଇନା ପଠାଉଥିଲା । ଏହା ଛଡା ଗୁରୁଗ୍ରାମରେ ତାର ଏକ ହୋଟେଲ ଥିବା ସ୍ବିକାର କରିଛି ହାନ ଜୁନୱେ । ଉକ୍ତ ହୋଟେଲରେ ମଧ୍ୟ କିଛି ଚୀନ ନାଗରିକ କାର୍ଯ୍ୟ କରୁଛନ୍ତି ।

ତେବେ ସର୍ଚ୍ଚ ବେଳେ ତା ନିକଟରୁ ପାସପୋର୍ଟ, ଗୋଟିଏ ଚାଇନା ଲାପଟପ୍,, ୨ଟି ମୋବାଇଲ, ଗୋଟିଲ ବାଂଲାଦେଶୀ ସିମ କାର୍ଡ, ଗୋଟିଏ ଭାରତୀୟ ସିମ କାର୍ଡ,୨ଟି ଚାଇନିଜ୍‌ ସିମ କାର୍ଡ, ୨ଟି ପେନ ଡ୍ରାଇଭ, ୩ଟି ବ୍ୟାଟେରୀ, ୫ଟି ମନି ଟ୍ରାଞ୍ଜାକସନ୍‌ ମେସିନ, କିଛି ଆମେରିକୀୟ ଡଲାର ଏବଂ କିଛି ବାଂଲାଦେଶୀ ଟାକା ଜବତ କରାଯାଇଥିବା ସୂଚନା ମିଳିଛି ।

ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ଅଭିଯୁକ୍ତ ଜଣକ ଗତ ୨ ବର୍ଷ ମଧ୍ୟ ୩ ଥର ଭାରତକୁ ଆସିଛି । ପ୍ରଥମ ଥର ୨୦୧୦ ମସିହାରେ ହାଇଦ୍ରାବାଦ ଆସିଥିଲା, ପରେ ୨୦୧୯ରେ ୩ଥର ଦିଲ୍ଲୀ-ଗୁରୁଗ୍ରାମ ଆସିଥିଲ । ତେବେ ସେ ଲଗାତାର ଭାବେ ଭାରତ ଆସିବାର ଉଦ୍ଦେଶ୍ୟ କଣ ତାହାର ଖୋଳତାଡ କରୁଛି ପୋଲିସ ।

ଦୁଇ ଦିନ ପୂର୍ବରୁ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ ଏଟିଏସ ବାଙ୍ଗଲାଦେଶ ରାସ୍ତା ଦେଇ ଅବୈଧ ରୂପେ ଭାରତ ଆସିଥିବା ଦୁଇ ରୋହିଙ୍ଗ୍ୟାଙ୍କୁ ଗିରଫ କରିଥିଲେ । ଦୁହିଁଙ୍କୁ ସୋମବାର ସନ୍ଧ୍ୟାରେ ଏଟିଏସ ଟିମ ଗାଜିଆବାଦରୁ ଗିରଫ କରିଥିଲା । ଏଟିଏସ ବୟାନ ଅନୁସାରେ ନୁର ଆଲାମ ଓ ଆମିର ହୁସେନ ମିଆଁମାରର ରଖାଇନ ପ୍ରାନ୍ତର । ନୁର ଆଲାମ ମେରଠ ଜିଲ୍ଲା ଦରବାର ଲବର ଖାସ ଓ ହୁସେନ ଦିଲ୍ଲୀର ଖଜୁରୀ ଖାସ ଅଞ୍ଚଳର ଗଳି ନମ୍ବର ୬, ଶ୍ରୀରାମ କଲୋନୀରେ ରହୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.