ଭାରତର ନକ୍ସାକୁ ନେଇ ଚୀନର ଡିଜିଟାଲ ଷଡଯନ୍ତ୍ର ! ଚାଇନିଜ୍ ମୋବାଇଲ୍‌ରୁ କେମିତି ଗାଏବ ଅରୁଣାଚଳ ପ୍ରଦେଶ ?

Published By : Prameya-News7 Bureau | October 19, 2020 IST

ନୂଆଦିଲ୍ଲୀ ୧୯।୧୦: କଣ  ଚୀନର ଶସ୍ତା ମୋବାଇଲ୍‌ ଦେଶର ସମ୍ମାନ, ଅଖଣ୍ଡତା ଓ ସାର୍ବଭୌମତ୍ଵଠୁ ଅଧିକ ଜରୁରୀ ? କଣ ଆପ୍‌ ପରେ ଏବେ ଚୀନ ମୋବାଇଲ୍‌ ବହିଷ୍କାରର ସମୟ ଆସି ଯାଇଛି ? କାରଣ ଚୀନ ଯେଉଁ ଯେଉଁ ଅଞ୍ଚଳକୁ ବିବାଦୀୟ କରୁଛି ଏବଂ ଯେଉଁ ଅଞ୍ଚଳକୁ ନିଜର ବୋଲି ଦାବି କରୁଛି ସେହି ଅଞ୍ଚଳ ଚାଇନିଜ ମୋବାଇଲ ଓ୍ଵେଦର ଆପ୍‌ରୁ ଗାଏବ ହୋଇ ଯାଉଛି। ଏହି ପରି ଚୀନ ମୋବାଇଲ୍‌ର ଓ୍ଵେଦର ଆପ୍‌ରୁ ସେହି ସହର ଓ ଅଞ୍ଚଳ ଗାଏବ ହୋଇ ଯାଉଛି ଯେଉଁ ଅଞ୍ଚଳକୁ ବିବାଦୀୟ ମାନୁଛି।

ସେ ଅରୁଣାଚଳ ପ୍ରଦେଶ ହେଉ କି ପୂର୍ବୋତ୍ତର ରାଜ୍ୟ। ସାମ୍ବାଦିକ ଯେତେବେଳେ ଟ୍ଵିଟରରେ ଲାଇଭ୍ କରୁଛନ୍ତି ସେହି ଅଞ୍ଚଳ ଚୀନର ବୋଲି ଦର୍ଶାଯାଉଛି। କଣ ଏହାକୁ କେବଳ ଏକ ସଂଯୋଗ କୁହାଯିବ ନା ଆଉ କିଛି ? କି ଚୀନ ଡିଜିଟାଲ ଜରିଆରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି ?

ଉଲ୍ଲେଖନୀୟ ରାଷ୍ଟ୍ରୀୟ ସୁରକ୍ଷା ବିଶେଷଜ୍ଞ ନୀତିନ ଗୋଖଲେ ରବିବାର ଲେହର ଓ୍ଵାର ମେମୋରିୟାଲରୁ ଟ୍ଵିଟରରୁ ଲାଇଭ୍ କରୁଥିଲେ। ହେଲେ ଟ୍ଵିଟର ଉକ୍ତ ଲୋକେସନକୁ ଚୀନର ଅଞ୍ଚଳ ବୋଲି ଦର୍ଶାଇଥିଲା।

ଏହି ମାମଲାରେ ପରେ ଟ୍ଵିଟର ପକ୍ଷରୁ କୁହାଗଲା ଯେ, ଏହା ବୈଷେୟିକ ତ୍ରୁଟି ଥିଲା ଏବଂ ଏହାର ସୁଧାର କରାଯାଇଛି। କିନ୍ତୁ ପ୍ରଶ୍ନ ଉଠୁଛି ଯେ, କଣ ଏମିତି ବି ହୋଇପାରେ, ଯେଉଁ ଅଞ୍ଚଳକୁ ଚୀନ ବିବାଦୀୟ ମାନୁଛି ସେହି ଅଞ୍ଚଳ ଆପ୍‌ରୁ ଗାଏବ  ହୋଇ ଯାଉଛି। ଏମିତି ପ୍ରଶ୍ନ ଲଗାତାର ଆସୁଛି ଏବଂ ପ୍ରାୟ ଚୀନର ସମସ୍ତ ମୋବାଇଲ୍‌ରୁ ଏମିତି ସମସ୍ୟା ଦେଖା ଦେଇଛି।

ବିବାଦ ବଢିବାରୁ ଚୀନୀ ମୋବାଇଲ କମ୍ପାନୀ ସାଓମି ମଧ୍ୟ ଏହାକୁ ବୈଷେୟିକ ତ୍ରୁଟି କହିଛି। କମ୍ପାନୀର କହିବା କଥା ବୈଷେୟିକ ତ୍ରୁଟି କାରଣରୁ ଏମିତି ହୋଇଥିଲା, ହେଲେ ପରେ ଏହାକୁ ଠିକ୍ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.