Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବେଜିଂକୁ ଚୀନ ବିଶେଷଜ୍ଞଙ୍କ ପରାମର୍ଶ- ଭାରତୀୟ ସେନା ପ୍ରତି ସତର୍କ ରୁହନ୍ତୁ, ନିଜ ପ୍ରସ୍ତୁତି ଜୋରଦାର କରନ୍ତୁ

27/06/2020 at 7:56 PM

ନୂଆଦିଲ୍ଲୀ ୨୭।୦୬: ଭାରତ ଓ ଚୀନ ସୀମା ବିବାଦ ମଧ୍ୟରେ ଚୀନୀ ସୈନ୍ୟ ବିଶେଷଜ୍ଞ ବେଜିଂକୁ ଭାରତ ସହିତ ସୀମା ବିବାଦ ନେଇ ଜାରି ଉତ୍ତେଜାନମୂଳକ ପରିସ୍ଥିତି ଏବଂ ବଦଳୁଥିବା ପରିଦୃଶ୍ୟକୁ ନେଇ ସଜାଗ ରହି ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି। ବିଶେଷଜ୍ଞ ହକିଶ କହିଛନ୍ତି, ଦୁଇ ପରମାଣୁ ଶକ୍ତି ସଂପନ୍ନ ଦେଶ ମଧ୍ୟରେ ସଶସ୍ତ୍ର ସଂଘର୍ଷ ସମ୍ଭାବନା ବଢିବାରେ ଲାଗିଛି। ଭାରତୀୟ ନିୟନ୍ତ୍ରିତ ଲଦାଖ ଏବଂ ଚୀନ ନିୟନ୍ତ୍ରିତ ଅକ୍ସାଇ ଚୀନର ମଝିରେ ଗଲଓ୍ଵାନ ଉପତ୍ୟକାରେ ଦୁଇ ସପ୍ତାହ ପୂର୍ବେ ଚୀନ ଓ ଭାରତୀୟ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା।

ଚୀନ ସେନାର ଅନେକ ଅବସରପ୍ରାପ୍ତ ସଦସ୍ୟ ଚୀନକୁ ଯୁଦ୍ଧ ସ୍ଥିତିରେ ସହାୟତା କରିବାକୁ ସି ଜିନପିଙ୍ଗଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏହାରି ଆଧାରରେ ଭାରତୀୟ ସେନା ଦ୍ଵାରା ଅନୁପ୍ରବେଶର ଜବାବ ଦେବା ପାଇଁ ନିଜର ସୀମାବର୍ତ୍ତୀ ସୈନିକକୁ ଅଧିକ ଶକ୍ତି ପ୍ରଦାନ କରାଯାଇ ପାରିବ। ଏବେ ଦୁଇ ଦେଶ ମଧ୍ୟରେ ବଢୁଥିବା ଉତ୍ତେଜନା ଯୁଦ୍ଧର ରୂପ ମଧ୍ୟ ନେଇ ପାରେ ବୋଲି ଚୀନୀ ବିଶେଷଜ୍ଞ କହିଛନ୍ତି।

ଚୀନ ବିଶେଷଜ୍ଞ କହିଛନ୍ତି ଯେ, ଭାରତର ପ୍ରତିକ୍ରିୟାକୁ ଅଣଦେଖା କରିବା ଉଚିତ୍ ନୁହେଁ। କିନ୍ତୁ ଆମକୁ ନିଜର ପ୍ରସ୍ତୁତି କରିବାକୁ ପଡିବ। ଯଦି ସୀମାରେ ସୈନ୍ୟ ସଂଘର୍ଷ ବଢେ ତେବେ ଚୀନକୁ ନିଜ ଶତ୍ରୁକୁ ଛୋଟ ଛୋଟ ଯୁଦ୍ଧ ଜରିଆରେ ଯନ୍ତ୍ରଣା ଦେବା ଉଚିତ୍।

ଚୀନ ନୌସେନିକ ବିଶେଷଜ୍ଞ ତଥା ପିଏଲଏ ନୌସେନା ଅଧିକାରୀ ଓ୍ଵାଙ୍ଗ ୟୁନଫେଇ  କହିଛନ୍ତି ଯେ, ବେଜିଂ ସୀମାବର୍ତ୍ତୀ ସୈନିକଙ୍କ ପାଇଁ ସହଯୋଗ ବଢାଇବା ଉଚିତ୍। ଏଥିରେ ଚୀନ ସରକାରଙ୍କ ଅନୁମତି ବିନା ଅନୁପ୍ରବେଶକୁ ରୋକିବାରେ ଶକ୍ତି ମିଳିବ। ତେଣୁ ଚୀନକୁ ସୀମା କ୍ଷେତ୍ରରେ ନିଜର ନୀରିକ୍ଷଣ ଶକ୍ତିକୁ ମଜବୁତ କରିବା ଉଚିତ୍।

ବିଶେଷଜ୍ଞ କହିଛନ୍ତି, ଭାରତୀୟ ସେନା ବାରମ୍ବାର ସୀମା ଅତିକ୍ରମ କରି ଚୀନୀ ଶିବିର, ସଡକ ଏବଂ ଅନ୍ୟ ସୈନ୍ୟ ସୁବିଧାକୁ ନଷ୍ଟ କରି ଦେଇଛି। ଯଦି ଏମିତି ପୁନର୍ବାର ଘଟେ ତେବେ ଚୀନ ପକ୍ଷକୁ ଅଧିକ ଶକ୍ତିଶାଳୀ ହେବା ପାଇଁ ଉପାୟ କରିବାକୁ ପଡିବ।

   Related Posts