Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଲଦ୍ଦାଖ ସେକ୍ଟରରେ ପଛକୁ ହଟିବାକୁ ରାଜି ହେଉ ନାହାନ୍ତି ଚୀନ୍ ସେନା, ଦମଚୋକ୍ ଓ ଚୁସୁଲରେ ଉତ୍ତେଜନା

14/06/2020 at 3:08 PM

ଜମ୍ମୁ ୧୪।୬:  ଲଦ୍ଦାଖ ସେକ୍ଟର ଚୀନ ସୀମାରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇ ରହିବା ଏବେ ଦମଚୋକ୍ ଓ ଚୁସୁଲରେ ପୁରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଛି। ଚୁସୁଲରେ ସ୍ଥାନୀୟ ନାଗରିକଙ୍କ ସଂଖ୍ୟା ସ୍ୱଳ୍ପ ତେବେ ଦମଚୋକ୍‌ ୪୦ଟି ପରିବାରର ଗାଁ ହୋଇଥିବା ବେଳେ ଉତ୍ତେଜନାକୁ ଆକଳନ କରି ଗ୍ରାମବାସୀ ଏବେ ପଳୟାନ କରୁଥିବା ଦେଖାଯାଇଛି। ଏଠାରେ ଉତ୍ତେଜନାର ମୁଖ୍ୟ କାରଣ ହେଲା ଭାରତ ସୀମା ଭିତରକୁ ପଶି ଆସିଥିବା ୧୦ ହଜାରରୁ ଅଧିକ ଚୀନ୍‌ ସୈନିକ ଏବେ ପଛକୁ ହଟିବାକୁ ଚାହୁଁ ନାହାନ୍ତି।

ଗଲବାନ ଘାଟି, ପେଙ୍ଗାଙ୍ଗ ହ୍ରଦର ଫିଙ୍ଗର ୪ ଅଞ୍ଚଳ ସମେତ ୭ରୁ ୮ଟି ସ୍ଥାନକୁ ଚୀନ ସେନା ଏବେ ମାଡି ବସିଛନ୍ତି। ଏହି ସବୁ ସ୍ଥାନରେ ୧୦ ହଜାରରୁ ଅଧିକ ଚୀନ ସେନା ଠୁଳ ହୋଇଥିବାରୁ ଲେହସ୍ଥିତ ଭାରତୀୟ ସେନାର ଚତୁର୍ଦ୍ଦଶ କୋର ଲାଗି ଚିନ୍ତାର କାରଣ ପାଲଟିଛନ୍ତି। ୧୯୬୨ ମସିହାରେ ଚୀନ୍ ସେନା ଦମଚୋକର କିଛି ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇଯାଇଛି। ଚୁଶୁଲକୁ ବି ଚୀନ୍‌ ସେନା ନିଜ ହାତକୁ ନେବାକୁ ଉଦ୍ୟମ କରିଥିଲା। ତେବେ ଭାରତୀୟ ସେନାର ମେଜର ସୈତାନ ସିଂହ ଚୀନର ଉଦ୍ୟମ ପଣ୍ଡ କରିଦେଇଥିଲେ।

ଶୀତ ଋତୁରେ ଚୀନର ଲଦ୍ଦାଖ ସୀମାରେ ଭାରତୀୟ ସେନା ଠିକ୍ ଭାବେ ପାଟ୍ରୋଲ କରିପାରୁନଥିବା ବେଳେ ଥଣ୍ଡା ଯୋଗୁ ଦୀର୍ଘ ସମୟ ସେନା ମୁତୟନ ବି କରାଯାଇପାରୁନି। ଏଠାରେ ତାପମାତ୍ରା ଶୁନ ଡିଗ୍ରି ସେଲସିୟସ୍‌ରୁ ବି ତଳକୁ ଚାଲିଯାଏ। ତେବେ ଚୀନ ନିଜ ପଟର ବଙ୍କରଗୁଡିକୁ ବେଶ ସୁରକ୍ଷିତ ନିର୍ମାଣ କରିଥିବା ବେଳେ ବର୍ଷତମାମ ସେନା ମୁତୟନ କରି ରଖିଛି।  

   Related Posts