Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

ବାସ୍ତବିକ ନିୟନ୍ତ୍ରଣ ରେଖାକୁ ମାଡି ଆସିଲା ଚୀନ ହେଲିକପ୍ଟର, ଭାରତୀୟ ଲଢୁଆ ବିମାନ ଦେଖି ଦେଲା ପଛଘୁଞ୍ଚା

12/05/2020 at 3:37 PM

ନୂଆଦିଲ୍ଲୀ ୧୨।୦୫: ଭାରତକୁ ଉସୁକାଇବା ପରି ହୀନ କାର୍ଯ୍ୟରୁ ନିବୃତ୍ତ ହେଉ ନାହିଁ ଚୀନ। ଗତ ସପ୍ତାହରେ ଚୀନର ଏକ ହେଲିକପ୍ଟର ଲଦାଖ ସଂଲଗ୍ନ ବାସ୍ତବିକ ନିୟନ୍ତ୍ରଣ(LAC) ନିକଟରେ ଦେଖିବାକୁ ମିଳିଥିଲା। ଏହା ପରେ ଭାରତୀୟ ବାୟୁସେନା ସାବଧାନପୂର୍ବକ ଏହି ଅଞ୍ଚଳରେ ନିଜର ଲଢୁଆ ବିମାନକୁ ପାଟ୍ରୋଲିଂରେ ନିୟୋଜିତ କରିଛି। ଏହି ଘଟଣା ଗତ ସପ୍ତାହରେ ଘଟିଛି। ଏହି ପରି ଗତ ସପ୍ତାହରେ ସିକ୍କିମ ନିକଟସ୍ଥ ଚୀନ ସୀମାରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୭ ଚୀନୀ ଓ ୪ ଭାରତୀୟ ସୈନିକ ଆହତ ହୋଇଥିଲେ।

ଇଣ୍ଡିଆ ଟିଭିର ସୂଚନା ଅନୁଯାୟୀ ଗତ ସପ୍ତାହରେ ଚୀନର ଏକ ହେଲିକପ୍ଟର ନିଜ ସୀମାରେ ଥିଲା, ମାତ୍ର ତାହା ଭାରତୀୟ ସୀମାର ବହୁ ନିକଟତର ହୋଇ ଯାଇଥିଲା। ଯେମିତି ବାୟୁସେନାକୁ ଏହାର ସୁରାଗ ମିଳିଲା ୮ ମିନିଟ୍ ଭିତରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ସେଠାରେ ପହଞ୍ଚି ଯାଇଥିଲା। ଭାରତୀୟ ବିମାନକୁ ସାମ୍ନାରେ ଦେଖି ଚୀନର ହେଲିକପ୍ଟର ଫେରିବାକୁ ବିବଶ ହୋଇଥିଲା।  

ଚୀନର  ହେଲିକପ୍ଟର ପୂର୍ବରୁ ମଧ୍ୟ ଅନେକ ଥର ଜାଣି ଶୁଣି ଭାରତୀୟ ବାୟୁ ସୀମାରେ ପ୍ରବେଶ  କରିଛି। ମାତ୍ର ଭାରତୀୟ ବାୟୁସେନା ପ୍ରତି ଥର ଚୀନୀ ବିମାନକୁ ତଡିଛି। ଏଥର ମଧ୍ୟ ଭାରତୀୟ ବାୟୁସେନା ଚୀନର ହେଲିକପ୍ଟରକୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଛି।

   Related Posts