ଭାରତୀୟ ଭ୍ୟାକସିନ୍ ଫର୍ମୁଲାକୁ ହ୍ୟାକ୍ କରିବାକୁ ଚାହୁଁଛନ୍ତି ଚୀନ୍ ହ୍ୟାକର୍, IT ସିଷ୍ଟମ୍କୁ ବାରମ୍ବାର ଟାର୍ଗେଟ୍
1/03/2021 at 10:01 PM

ନୂଆଦିଲ୍ଲୀ ୦୧/୦୩ : କରୋନା ଭ୍ୟାକସିନ୍ ତିଆରି କରୁଥିବା ଭାରତୀୟ କମ୍ପାନୀମାନେ ଏବେ ଚୀନ ହ୍ୟାକରମାନଙ୍କ ଟାର୍ଗେଟ୍ରେ । ଭାରତରେ କରୋନା ଟିକାକରଣ ଜାରି ରହିଥିବା ବେଳେ ଭ୍ୟାକସିନ୍ ନିର୍ମାତାମାନଙ୍କର IT ସିଷ୍ଟମ୍କୁ ହ୍ୟାକର୍ମାନେ ଟାର୍ଗେଟ୍ କରିଛନ୍ତି । ଭାରତୀୟ ଭ୍ୟାକସିନ୍ ନିର୍ମାତାମାନଙ୍କ ଆଇଟି ସିଷ୍ଟମ୍କୁ ହ୍ୟାକ୍ କରିବାକୁ ଚେଷ୍ଟା କରାଯାଉଥିବା ସୂଚନା ମିଳିଛି ।
ଚୀନ୍ର କିଛି ହ୍ୟାକର୍ ବାରମ୍ବାର ଏଭଳି ପ୍ରୟାସ କରୁଥିବା ଜାଣିବାକୁ ମିଳିଛି । ରୟଟର୍ସ ସାଇବର ଇଣ୍ଟେଲିଜେନ୍ସ୍ ଫାର୍ମ ସାଇଫର୍ମା କହିଛି ଯେ, ଯେଉଁ ୨ ଭ୍ୟାକସିନ୍ ନିର୍ମାତାଙ୍କ IT ସିଷ୍ଟମ୍କୁ ହ୍ୟାକ୍ କରିବା ପାଇଁ ପ୍ରୟାସ କରାଯାଉଛି ସେମାନଙ୍କର ଡୋଜ୍ ଏବେ ଦେଶର ଟିକାକରଣରେ ବ୍ୟବହାର ହେଉଛି ।
ମିଳିଥିବା ସୂଚନା ଅନୁସାରେ, ଚୀନର କିଛି ହ୍ୟାକର୍ ଗତ କିଛି ସପ୍ତାହ ହେବ ଲଗାତାର ଭାବେ ଭାରତୀୟ ଭ୍ୟାକସିନ୍ ନିର୍ମାତାଙ୍କ IT ସିଷ୍ଟମ୍କୁ ଟାର୍ଗେଟ୍ କରୁଛନ୍ତି କିନ୍ତୁ ସେଥିରେ ସେମାନେ ସଫଳ ହୋଇପାରୁନାହାନ୍ତି । ଏଥିରେ ଭାରତ ବାୟୋଟେକ୍ ଏବଂ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସାମିଲ ଅଛି । ସାଇବର ଇଣ୍ଟେଲିଜେନ୍ସ୍ ଫାର୍ମ ସାଇଫର୍ମା କହିଛି ଯେ, ଚାଇନାର APT-10 ନାମକ ଏକ ହ୍ୟାକର୍ ଗ୍ରୁପ୍ ଯାହାକୁ କି ଷ୍ଟୋନ୍ ପାଣ୍ଡା ନାମରେ ମଧ୍ୟ ଜଣାଯାଏ ।
ଉଲ୍ଲେଖନୀୟ କଥା ହେଉଛି, ଉଭୟ ଭାରତ ଏବଂ ଚୀନ୍ ବିଭିନ୍ନ ଦେଶକୁ କରୋନା ଟିକା ଯୋଗାଉଛନ୍ତି । ସାରା ବିଶ୍ୱରେ ବିକ୍ରି ହେଉଥିବା ସମସ୍ତ ଟିକା ମଧ୍ୟରୁ ଭାରତ ୬୦ ପ୍ରତିଶତରୁ ଅଧିକ ଉତ୍ପାଦନ କରିଥାଏ । ଏଭଳି ପରିସ୍ଥିତିରେ ଚୀନ୍, ଭାରତର କରୋନା ଟିକା ଯୋଗାଣକୁ ବ୍ୟାହତ କରିବାକୁ ଚାହୁଁଛି ଚୀନ । ସେଥିପାଇଁ ହ୍ୟାକରମାନେ ଭାରତୀୟ ଟିକା ଉତ୍ପାଦନକାରୀଙ୍କ ଆଇଟି ସିଷ୍ଟମକୁ ଟାର୍ଗେଟ କରୁଛନ୍ତି ।