ଗୋଟିଏ ପରେ ଗୋଟିଏ ଚକ୍ରାନ୍ତ ରଚୁଛି ଡ୍ରାଗନ୍, ବିମାନ ଯାତ୍ରୀଙ୍କ ଡାଟା ଚୋରି କରୁଛନ୍ତି ଚୀନ୍ ହ୍ୟାକ୍ର
20/01/2021 at 9:15 PM

ନୂଆଦିଲ୍ଲୀ ୨୦/୦୧: ବିଶ୍ବରେ ଚୀନ ଅଶାନ୍ତି ସୃଷ୍ଟି କରୁଥିବା କହାକୁ ଅଛପା ନାହିଁ। ସମସ୍ତ ପ୍ରକାର ଦୁଇ ନମ୍ବରୀ କାମରେ ଡ୍ରାଗନ ମାହିର। କରୋନା ଭୂତାଣୁ ସୃଷ୍ଟି କରିବା ହେଉ ଡାଟା ଚୋରି ଏସମସ୍ତ କାମ ଚୀନକୁ ଭଲ ଭାବେ ଜଣା। ବିମାନ ଯାତ୍ରୀଙ୍କ ଡାଟା ଚୋରି କରୁଛି ଚୀନ । ଚୀନର ଏକ ହ୍ୟାକର ଗ୍ରୁପ୍ ଏହି ସବୁ ଗ୍ଲୋବାଲ ବିମାନଯାତ୍ରୀଙ୍କ ଡାଟା ଚୋରି କରୁଥିବା ଆଶଙ୍କା କରାଯାଉଛି। ଏହା ଦ୍ବାରା ଚୀନ୍ ପ୍ରତି ଆଗ୍ରହୀ ଲୋକଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି ହ୍ୟାକର। ଜେଡ୍ନେଟ୍ ରିପୋର୍ଟ ଅନୁସାରେ ହ୍ୟାକରମାନେ ଚିମେରା ନାମରେ ସାଇବର ଆଟାକ୍ କରୁଛନ୍ତି । ହ୍ୟାକରମାନେ ଚୀନ ପାଇଁ କାମ କରୁଛନ୍ତି। ଏନେଇ ୨୦୨୦ରେ ସାଇକ୍ରାଫ୍ଟର ବ୍ଲାକ୍ ହାଟ ଉପସ୍ଥାପନାରେ ଦେଖାଯାଇଥିଲା। ପ୍ରାରମ୍ଭିକ ଅନୁସନ୍ଧାନରେ ଜଣାପଡ଼ିଥିଲା ଯେ ତାଇୱାନର ସୁପରକଣ୍ଡକ୍ଟର ଶିଳ୍ପ ବିରୁଦ୍ଧରେ ଏକ ସମନ୍ବିତ ଆକ୍ରମଣ ହୋଇଛି।
ଗତ ସପ୍ତାହରେ, ଏନସିସି ଗ୍ରୁପ୍ ଏକ ନୂତନ ରିପୋର୍ଟ ପ୍ରକାଶ କରିଥିଲା ଯେ ଏହାର ତଥ୍ୟରେ ଅନୁପ୍ରବେଶ ପୂର୍ବ ଚିନ୍ତାଧାରାଠାରୁ ବ୍ୟାପକ ଅଟେ। ଏହାର ସହାୟକ କମ୍ପାନୀ ଫକ୍ସ-ଆଇଟି ମଧ୍ୟ ସମାନ ରିପୋର୍ଟ କରିଛି। ଏପରିକି ଏହି କ୍ଷେତ୍ରରେ ବିମାନ ଶିଳ୍ପକୁ ଟାର୍ଗେଟ କରାଯାଇଥିଲା। ଉଭୟ କମ୍ପାନୀ କହିଛନ୍ତି ଯେ ଏହି ଆକ୍ରମଣ କେବଳ ଏସିଆରେ ନୁହେଁ ପୃଥିବୀର ବିଭିନ୍ନ ପ୍ରାନ୍ତରେ ବିମାନ ଏବଂ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକୁ ଉପରେ ହେଉଛି ।
ସେମିକଣ୍ଡକ୍ଟର ଶିଳ୍ପ ଉପରେ ଆକ୍ରମଣରେ ବୌଦ୍ଧିକ ସମ୍ପତ୍ତି ଚୋରି କରିବାର ଲକ୍ଷ୍ୟ ଥାଏ। କିନ୍ତୁ ବିମାନ ଶିଳ୍ପ କ୍ଷେତ୍ରରେ ଏହାର ଲକ୍ଷ୍ୟ ଭିନ୍ନ ଥିଲା । କମ୍ପାନୀଗୁଡିକ ଦାବି କରିଛନ୍ତି ଯେ, ହ୍ୟାକରମାନେ ଯାତ୍ରୀଙ୍କ ନାଁ ମଧ୍ୟ ଜାଣିବାକୁ ଚାହୁଁଛନ୍ତି।
ଏନସିସି ଏବଂ ଫକ୍ସ-ଆଇଟି ରିପୋର୍ଟରେ ଚିମେରା କିପରି କାର୍ଯ୍ୟ କରେ ସେ ବିଷୟରେ ଉଲ୍ଲେଖ କରାଯାଇଛି । ଏହା ଲଗଇନ୍ ପ୍ରମାଣପତ୍ର ସଂଗ୍ରହ କରି ଆରମ୍ଭ ହୋଇଥାଏ ଯାହା ଅନ୍ୟ କମ୍ପାନୀଗୁଡିକ ଡାଟା ଉଲ୍ଲଂଘନ କରିବା ପରେ ସର୍ବସାଧାରଣ ଡୋମେନ୍ର ଅଂଶ ହୋଇଥଲା। ଥରେ ଡାଟା ଆକ୍ସେସ୍ ହୋଇ ସଂଗୃହିତ ହେବା ପରେ ଏହା ଓ୍ବାନଡ୍ରାଇଭ୍, ଡ୍ରପ୍ବକ୍ସ, ଗୁଗଲ ଡ୍ରାଇଭ୍ରେ ଅପଲୋଡ ହେଉଛି।