Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଭାରତରେ ଟନେଲ୍ ନିର୍ମାଣ କରିବ ଚୀନ୍ କମ୍ପାନୀ

5/01/2021 at 12:09 PM

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀଠାରୁ ମେରଟକୁ ସଂଯୋଗ କରିବା ପାଇଁ ହେବାକୁ ଥିବା ମେଟ୍ରୋ ରେଲ୍ୱେ ଲାଇନ୍ ଟନେଲ୍ର ନିର୍ମାଣ ଦାୟିତ୍ୱ ଚୀନ୍ର ଏକ କମ୍ପାନୀକୁ ମିଳିଛି । ଏହି ପ୍ରୋଜେକ୍ଟରେ ୫.୬ କିଲୋମିଟର ଲମ୍ୱର ଏକ ଟନେଲ୍ ନିର୍ମାଣ କରାଯିବ। ଯାହାକି ଚୀନ୍ କମ୍ପାନୀ ନିର୍ମାଣ କରିବ ।

ସୂଚନା ମୁତାବକ, ଏହି ଟନେଲ୍ ନିର୍ମାଣ କରିବା ପାଇଁ National Capital Region Transport (NCRTC) ଚୀନର ଏକ ଇଞ୍ଜିନିୟରିଂ ଫାର୍ମ ସାଙ୍ଘାଇ ଟନେଲ୍ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍ସକୁ ଏହି ଦାୟିତ୍ୱ ଦେଇଛି। ଯାହାଫଳରେ ଏହି କମ୍ପାନୀ ନ୍ୟୁ ଅଶୋକ ନଗରଠାରୁ ସାହିବାବାଦ ପର୍ଯ୍ୟନ୍ତ ଅଣ୍ଡରଗ୍ରାଉଣ୍ଡ୍ ଟନେଲ୍ ନିର୍ମାଣ କରିବ। ଏହି ଟନେଲ୍ ନିର୍ମାଣ କରିବା ପାଇଁ ବିଭିନ୍ନ ଏଜେନ୍ସି ମାନଙ୍କଠାରୁ ବିଡ୍ ଆହ୍ୱାନ କରାଯାଇଥିଲା। ଏହି ବିଡ୍ ସମ୍ପୂର୍ଣ୍ଣ ଗାଇଡଲାଇନ୍ ଅନୁସାରେ ପ୍ରଦାନ କରାଯାଇଥିବା ଏନସିଆରଟିସି କହିଛି।
୮୨ କିଲୋମିଟରର ଦିଲ୍ଲୀ-ଗାଜିଆବାଦ-ମେରଟକୁ ସଂଯୋଗ କରୁଥିବା ଏହି ରେଳ ଲାଇନର ନିର୍ମାଣ କାମ ଏବେ ଜୋରସୋରରେ ଚାଲିଛି । ଏହି ପ୍ରୋଜେକ୍ଟ ପାଇଁ ସମସ୍ତ ଟଙ୍କା ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ବା ଏଡିବି ଯୋଗାଇ ଦେଉଥିବା ଏନସିଆରଟିସି ପ୍ରକାଶ କରିଛି।

ସୂଚନା ଥାଉକି ଏନସିଆରଟିସି ୨୦୧୯ ମସିହା ନଭେମ୍ୱର ୯ ତାରିଖରେ ଏହି ପ୍ରୋଜେକ୍ଟ ଲାଗି ବିଡ୍ ଆହ୍ୱାନ କରିଥିଲା। ଏଡିବି ବ୍ୟାଙ୍କର ଗାଇଡଲାଇନ୍ ଅନୁସାରେ ବିଭିନ୍ନ ଦେଶର ଏଜେନ୍ସିମାନେ ଏଥିରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୫ଟି କମ୍ପାନୀଙ୍କୁ ବଛାଯାଇଥିଲା। ସେଥିମଧ୍ୟରେ ଚୀନର ଏହି କମ୍ପାନୀ ରହିଥିଲା। ୨୦୨୦ ସେପ୍ଟେମ୍ୱରରେ ଏହି ଟ୍ରେନ୍ ଡିଜାଇନ୍ ପ୍ରସ୍ତୁତ ହୋଇଥିଲା। ଏହା ଦିଲ୍ଲୀର ଲୋଟସ୍ ଟେମ୍ପଲ୍ ଆଧାର କରି ପ୍ରସ୍ତୁତ କରାଯାଇଥିଲା। ତେବେ ଏହି ଟନେଲର କାମ ୨୦୨୩ ସୁଦ୍ଧା ସରିବାକୁ ଲାକ୍ଷ୍ୟ ରଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ପ୍ରୋଜେକ୍ଟର କାମ ୨୦୨୫ ସୁଦ୍ଧା ସାରିବାକୁ ଧାର୍ଯ୍ୟ କରାଯାଇଛି।

   Related Posts