Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଚୀନ ଲଢୁଆ ବିମାନ କ୍ରାଶ, ତାଇଓ୍ଵାନର ଦାବି- ସୀମା ଉଲ୍ଲଂଘନ କରୁଥଲା, କ୍ଷେପଣାସ୍ତ୍ର ମାଡ କରି ଖସାଇ ଦେଲୁ

4/09/2020 at 5:15 PM

ନୂଆଦିଲ୍ଲୀ ୦୪।୦୯: ଚୀନ ଓ ତାଇଓ୍ଵାନ ମଧ୍ୟରେ ଶୁକ୍ରବାର ସେତେବେଳେ ଉତ୍ତେଜନା ଚରମରେ ପହଞ୍ଚିଥିଲା ଯେତେବେଳେ ତାଇଓ୍ଵାନ ଚୀନର ଏକ ଲଢୁଆ ବିମାନକୁ ମାରି ଖସାଇ ଦେଇଥିଲା। ଚୀନର ଲଢୁଆ ବିମାନ ଖସିବା ପରେ ଘଟଣାସ୍ଥଳରେ ନିଆଁ ଓ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି। ତାଇଓ୍ଵାନ ନିଜର ଏୟାର ଡିଫେନ୍ସ ସିଷ୍ଟମ ଜରିଆରେ ଚୀନ ଏୟାରକ୍ରାଫ୍ଟକୁ ମାରି ଖସାଇଥିବା ଦାବି କରିଛି।

ଏହି ଘଟଣା ଚୀନ ପାଇଁ ବଡ ଝଟକା। ଯେଉଁ ଏୟାରକ୍ରାଫ୍ଟକୁ ତାଇଓ୍ଵାନ ନିଜର ବାୟୁ ସୀମାରେ ମାରି ତଳେ ଖସାଇଛି ତାହା ସୁଖୋଇ ବିମାନ। ଯେଉଁ ଭିଡିଓ ଏବେ ସାମ୍ନାକୁ ଆସିଛି ତା ଅନୁଯାୟୀ ଲଢୁଆ ବିମାନ ଏକ ଗ୍ରାମାଞ୍ଚଳବହୁଳ ଅଞ୍ଚଳରେ  ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା କେମିତି ଘଟିଲା ଏହି ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ଏହା ମଧ୍ୟ ଜଣା ପଡିନାହିଁ ଯେ ବିମାନ ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା ନା ତାଇଓ୍ଵାନ ସେନା ହମଲାରେ ଖସି ପଡିଲା।

ତାଇଓ୍ଵାନ ସମେତ ଅନେକ ସ୍ଵାଧୀନ ଦ୍ଵୀପ ବାରମ୍ବାର ଚେତାବନୀ ଦେଇଥିଲେ ଯେ ବିଗତ କିଛି ଦିନ ହେବ ଚୀନର ବାୟୁସେନା ସେମାନଙ୍କର ବାୟୁସୀମାକୁ ବାରମ୍ବାର ଉଲ୍ଲଂଘନ କରୁଛି। ତାଇଓ୍ଵାନ ଏହା ମଧ୍ୟ କହିଥିଲା ଯେ, ତାଙ୍କ ଦେଶକୁ ଦୁର୍ବଳ ଭାବ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ ଆମେ ନିଜ ଦେଶର ରକ୍ଷା  ପାଇଁ ପ୍ରତିବଦ୍ଧ ବୋଲି ମଧ୍ୟ କହିଥିଲେ।

କୁହାଯାଉଛି ତାଇଓ୍ଵାନ ସୀମାରେ ଚୀନୀ ଲଢୁଆ ବିମାନ ଉଡାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି।   ପାଇଲଟ ଆହତ ଅବସ୍ଥାରେ ଷ୍ଟ୍ରେଚରରେ ଥିବା ଏବଂ ବିମାନକୁ ସ୍ଥାନୀୟ ଲୋକ ଘେରି ରହିଥିବା ଭିଡିଓରେ ଦେଖିବାକୁ ମିଳିଛି।

ପାଇଲଟ୍‌ଙ୍କ ଅବସ୍ଥା କେମିତି ଜଣା ପଡିନଥିଲେ ବି ସ୍ଥାନୀୟ ଲୋକଙ୍କ ତାଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଚୀନ ଓ ତାଇଓ୍ଵାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ଘଟିଛି। ଉଲ୍ଲେଖଯୋଗ୍ୟ, ଚୀନ ପ୍ରଥମରୁ ତାଇଓ୍ଵାନକୁ ନିଜର  ଅଂଶ ବୋଲି ଦାବି କରି ଆସୁଛି ଏବଂ ଶାସକ କମ୍ୟୁନିଷ୍ଟ ପାର୍ଟି ଆଶା ରଖିଛନ୍ତି ଯେ ସେନା ଓ ଶକ୍ତି ବଳରେ ଚୀନ ପୁଣି ଥରେ ଏହି ଦେଶ ଉପରେ କବ୍‌ଜା କରିବ।

   Related Posts