ଚୀନ ବିଶେଷଜ୍ଞଙ୍କ ଚେତାବନୀ, ଭାରତକୁ ଚିର ଶତ୍ରୁ କରନ୍ତୁ ନାହିଁ ଶି ଜିନପିଙ୍ଗ୍‌

Published By : Prameya-News7 Bureau | June 13, 2021 IST

ପୋଇଚିଙ୍ଗ ୧୩/୬: ଡ୍ରାଗନକୁ ଚୀନ ବିଶେଷଜ୍ଞଙ୍ଗ ଚେତାବନୀ। ଭାରତକୁ ଚିର ଶତ୍ରୁ ନକରିବାକୁ ଶି ଜିନପିଙ୍ଗକୁ ପରାମର୍ଶ ଦେଇଛନ୍ତି ଚୀନ ବିଶେଷଜ୍ଞ। ଯଦି ଭାରତ ସହ ପ୍ରକୃତରେ ଡ୍ରାଗନ ଶତ୍ରୁତା କରିବାକୁ ଚାହୁଁନାହିଁ ତେବେ ସୀମା ବିବାଦକୁ ଗୋଟିଏ ପଟେ ରଖି ଲଦାଖରୁ ସେନା ପ୍ରତ୍ୟାହାର କରିନେଉ ବୋଲି ସେ ଚୀନକୁ ଚେତାବନୀ ଦେଇଛନ୍ତି। ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ହୋଇଥିବା ସଂଘର୍ଷକୁ ବର୍ଷେ ପୂରିବାକୁ ଥିବା ବେଳେ ଚୀନର ଜଣେ ବିଶେଷଜ୍ଞ ଭାରତ ସହିତ ଶତ୍ରୁତା ନକରିବାକୁ ଶି ଜିନପିଙ୍ଗକୁ ଉଦ୍ଦେଶ୍ୟରେ କହିଛନ୍ତି।

ହଙ୍ଗକଙ୍ଗର ଖବରକାଗଜ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ବରିଷ୍ଠ ସାମ୍ବାଦିକ ଶି ଜିଆଙ୍ଗତାଓ ଆର୍ଟିକିଲ୍‌ ଲେଖି ଏହା ଉପରେ ଆଲୋକପାତ କରିଛନ୍ତି। ସେ ଲେଖିଛନ୍ତି,  ବର୍ଷେ ପୂର୍ବରୁ କେହି ଭାବିନଥିଲେ ୨୦୧୭ ପରେ ଭାରତ-ଚୀନ ସମ୍ପର୍କରେ ସୁଧାର ଆସୁଥିବା ବେଳେ ପୁଣି ତଳସ୍ତରକୁ ପଳାଇବ। ୧୩ ମାସ ବିତିସାରିଥିବା ବେଳେ ପୂର୍ବ ଲଦାଖରେ ସେନା ଗତିରୋଧ ସମାପ୍ତ ହେବାର ନାଁ ଧରୁନି। ଏଥିପାଇଁ ଉଭୟ ଚୀନ ଏବଂ ଭାରତର ସୈନିକଙ୍କ ଜୀବନ ଯାଇଛି। ଏହି ଘଟଣାକୁ ନେଇ ନୂଆଦିଲ୍ଲୀ ଏବଂ ବେଜିଂକୁ ନେଇ ଥିବା ସମ୍ପର୍କରେ ନିର୍ଣ୍ଣାୟକ ପରିବର୍ତ୍ତନ ଆସିଛି।

ଏହା ସହ ଗଲଓ୍ବାନ ଘଟଣା ପୂର୍ବରୁ ଦୁଇ ଦେଶ ହିନ୍ଦୀ-ଚୀନୀ ଭାଇ ଭାଇ ନାରା ଦେଉଥିଲେ। ଶି ଜିନପିଙ୍ଗ ଏବଂ ମୋଦୀଙ୍କ ମଧ୍ୟରେ ବନ୍ଧୁତ୍ବ ଥିଲା। ସେତେବେଳେ ଚୀନ ଏବଂ ଭାରତ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିଲା। ଭାରତୀୟ ବୈଦେଶିକ ମନ୍ତ୍ରୀ କହିଥିଲେ ଚୀନ ସହ ଭାରତର ସମ୍ପର୍କ ଖରାପ ହୋଇଥିବା  ବେଳେ ଏବେ ସମାପ୍ତ ହେବା ସ୍ଥିତିରେ ରହିଛି। ଜୟଶଙ୍କର କହିଥିଲେ ଯଦି ଆପଣ ରକ୍ତପାତ କରୁଛନ୍ତି ଏବଂ ସୀମାରେ ଭୟର ବାତାବରଣ ସୃଷ୍ଟି ହେଉଛି ତେବେ ସମ୍ପର୍କ ଉପରେ ପ୍ରଭାବ ପଡ଼ିବା ନିଶ୍ଚିତ।

 ଚୀନ ବିଶେଷଜ୍ଞ ଶି ଜିଆଙ୍ଗତାଓ କହିଛନ୍ତ ଏହି ସମୟରେ ଭାରତରେ ଚୀନ ବିରୋଧରେ ଅବିଶ୍ବାସ ଚରମରେ ରହିଛି। ଭାରତୀୟ ବିଶେଷଜ୍ଞ ଏବେ ଚୀନ ଠାରୁ ଥିବା ଭୟ ଏବଂ ପାକିସ୍ତାନ ସହ ଦୋସ୍ତି ସମ୍ପର୍କରେ ଆଲୋଚନା କରୁଛନ୍ତି। ଭାରତରେ ଚୀନ ଆପ ବ୍ୟାନ ହେବାକୁ ଲୋକେ ମଧ୍ୟ ସମର୍ଥନ କରୁଛନ୍ତି। ଶି ଜିଆଙ୍ଗତାଓ ଆହୁରି ମଧ୍ୟ କହିଛନ୍ତି ଭାରତ ଏବେ ଆମେରିକା ସହ ସମ୍ପର୍କକୁ ମଜଭୁତ କରୁଛି। ଭାରତ ଏବେ ଚୀନକୁ ଘେରିବା ପାଇଁ ଆମେରିକା ରଣନୀତିର ମୁଖ୍ୟ ପିଲାର ହୋଇଛି।

ଚୀନକୁ ମାତ ଦେବାକୁ ତିଆରି ହୋଇଥିବା କ୍ବାଡ୍‌ର ସଦସ୍ୟ ଏବେ ଭାରତ। ଏହା ସହ ଚୀନର ଉଗ୍ରବଦୀ ନୀତି ଯୋଗୁ ଭାରତ ଏବଂ ଜାପାନ ଭଳି ଦେଶ ଏବେ ଆମେରିକାର ନିକଟତର ହେଉଥିବା ନେଇ କୌଣସି ସନ୍ଦେହ ନାହିଁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.