Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କିଛି ଛାଡୁ ନାହାନ୍ତି ଚୀନ ଲୋକେ ! ଗର୍ଭନଳୀ ସୁଦ୍ଧା ଖାଇ ଯାଉଛନ୍ତି : ସୁପ୍, ଜୁସ୍ ଆଦିରେ ପକାଇ ପିଉଛନ୍ତି, କୁହନ୍ତି ନପୁଂସକତା ପାଇଁ ଲଭଦାୟୀ ଔଷଧ

22/06/2020 at 2:46 PM

ବେଜିଙ୍ଗ ୨୨/୦୬ : ଖାଇବା ମାମଲାରେ କୌଣସି ଜୀବଜନ୍ତୁ ଛାଡ଼ୁନି ଚୀନ | ଯାହାଫଳରେ ବର୍ତ୍ତମାନ ଚୀନ ଉପରେ ସାରା ଦୁନିଆର କ୍ରୋଧ | ଚୀନ ଲୋକ ଜଙ୍ଗଲୀ ଜୀବଜନ୍ତୁଙ୍କୁ ଖାଇଥିବାରୁ କରୋନା ଭାଇରସ ସାରା ଦୁନିଆରେ ବିସ୍ତାର କରିଥିବା ଅନେକ ଦେଶ ବିଶ୍ୱାସ କରୁଛି | ନିଜେ ଚୀନ ମଧ୍ୟ କୁକୁର ମାଂସ ଉପରେ ୫ ବର୍ଷ ବ୍ୟାନ କରିଛି | ଚୀନର Wet market ରେ ଏବେ ମଧ୍ୟ ଜଙ୍ଗଲୀ ଜୀବଜନ୍ତୁଙ୍କ ମାଂସ ବିକ୍ରି ହେଉଛି | ଚୀନରେ କେବଳ ଜଙ୍ଗଲୀ ଜୀବଜନ୍ତୁଙ୍କ ମାଂସ ନୁହେଁ ବରଂ ମହିଳାଙ୍କ ଗର୍ଭନଳୀ ମଧ୍ୟ ଖିଆଯାଏ |

ଏହି ପ୍ରାକ୍ଟିସକୁ placentophagy କୁହାଯାଏ | କୁହାଯାଏ ଯେ ଗର୍ଭନଳୀରେ ଅନେକ ପୋଷାକ ତତ୍ତ୍ୱ ରହିଛି ଏବଂ ଏହାକୁ ଖାଇବା ଲାଭଦାୟକ ହୋଇଥାଏ | ସେଥିପାଇଁ ଚୀନରେ ମା’ମାନେ ନିଜର ପ୍ଲାସେଣ୍ଟା ଖାଉଛନ୍ତି | କେବଳ ମା’ମାନେ ନୁହେଁ ବରଂ ହସ୍ପିଟାଲରେ ଏହାକୁ ଚୋରି କରି ଚଢା ଦାମରେ ବିକ୍ରି କରାଯାଉଛି |

ଗର୍ଭଣାଳୀ ମା’ ଶରୀରରେ ଗର୍ଭାଶୟ ବାହାର ପଟେ ସଂଯୋଜିତ ହୋଇ ରହିଥାଏ ଯାହା ଗର୍ଭସ୍ଥ ଶିଶୁ ସହ ଏକ ନଳି ସହିତ ବର୍ଷେ ପର୍ଯ୍ୟନ୍ତ ସଂଯୋଜିତ ହୋଇ ରହିଥାଏ | ପ୍ଲାସେଣ୍ଟା ଗର୍ଭାବସ୍ଥା ସମୟରେ ମା’ ଠାରୁ ଭୃଣ ପର୍ଯ୍ୟନ୍ତ ଖାଦ୍ୟ ପହଞ୍ଚାଇଥାଏ | ଏହାଦ୍ୱାରା ଶିଶୁ ମା’ ଗର୍ଭରେ ଜୀବିତ ରହେ | ମା ଶରୀରର ଏହି ଅଂଶ ମା ଓ ଗର୍ଭସ୍ଥ ଶିଶୁକୁ ଯୋଡି ରଖିଥାଏ | ମା ଯାହା ଖାଦ୍ୟ ଖାଇଥାଏ ତାହା ଗର୍ଭନଳୀ ଜରିଆରେ ଫିଲ୍ଟର ହୋଇ ଭୃଣ ପର୍ଯ୍ୟନ୍ତ ପହଞ୍ଚିଥାଏ | ଶିଶୁ ଜନ୍ମ ପରେ ନାଳି ନିଜେ ଶୁଖି ଯାଇଥାଏ | ବର୍ତ୍ତମାନ କୁହାଯାଉଛି ଯେ ମା’ର ଗର୍ଭନଳୀ ଦ୍ୱାରା ଶିଶୁକୁ ଅନେକ ଗମ୍ଭୀର ରୋଗ ଦାଉରୁ ରକ୍ଷା କରାଯାଇପାରେ | ଏହି ପ୍ଲାସେଣ୍ଟା ବର୍ତ୍ତମାନ ଶିଶୁ ଜନ୍ମ ପରେ ମା’ମାନେ ମଧ୍ୟ ଖାଇବାକୁ ବସିଲେଣି | ଏହାଦ୍ୱାରା ସ୍ଥନପାନ ମଧ୍ୟ ସହଜ ହୋଇଥାଏ ବୋଲି କୁହାଯାଉଛି |

ଟ୍ରାଡିସନାଲ ଚୀନ ଔଷଧ ଭଳି ପ୍ଲାସେଣ୍ଟାର ମଧ୍ୟ ମୂଲ୍ୟ ବହୁତ | ଏହାକୁ ଚୀନ ଭାଷାରେ Ziheche କୁହାଯାଏ | ଏହାକୁ ଚୀନ ଲୋକେ ସୁପ ତିଆରି କରି ଖାଉଛନ୍ତି | ପ୍ଲାସେଣ୍ଟାକୁ ଶୁଖାଇ ଔଷଧ ଭଳି ମଧ୍ୟ ବିକ୍ରି କରାଯାଉଛି | ନପୁଂସକତା ଚିକିତ୍ସା ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିଶ୍ୱାସ କରନ୍ତି ଚୀନ ଲୋକେ | ସେଥିପାଇଁ ଚୀନରେ ଉଭୟ ମହିଳା ଓ ପୁରୁଷମାନଙ୍କ ପାଇଁ ଏହାର ଚାହିଦା ରହିଛି |

ଶୁଖିଲା ହ୍ୟୁମନ ପ୍ଲାସେଣ୍ଟାକୁ zi he che କୁହାଯାଏ | ଏହା ପାଉଚରେ ମଧ୍ୟ ମିଳେ | ଗୋଟିଏ ପ୍ୟାକେଟ୍ରେ ୩ ଗ୍ରାମ ପ୍ଲାସେଣ୍ଟା ଥାଏ ଯାହାକୁ ପାଣି, କ୍ଷୀର, ଜୁସ କିମ୍ବା ସୁପରେ ପକାଇ ପିଆଯାଏ | ଚୀନର ଟ୍ରାଡିସନାଲ ମେଡ଼ିସିନ ଉପରେ ଗବେଷଣା କରୁଥିବା ଏକ୍ସପର୍ଟ ଲି ସିଜେନଙ୍କ ଅନୁଯାୟୀ ଚୀନରେ ପ୍ଲାସେଣ୍ଟା ଖାଇବାର ପ୍ରମାଣ ୧୫୦୦ ମସିହାରେ ମଧ୍ୟ ମିଳିଛି |

ଚୀନରେ ପ୍ଲାସେଣ୍ଟା ଅନେକ ଉପାୟରେ ଖିଆଯାଏ | ପ୍ରସବ ମହିଳାଙ୍କୁ ସୁପରେ ପକାଇ ଦିଆଯାଇଥାଏ | ଅନେକ ଲୋକ ଏହାକୁ ଜୁସରେ ପକାଇ ପିଅନ୍ତି | ଟ୍ରାଡିସନାଲ ଔଷଧ ତିଆରି କରୁଥିବା ଲୋକେ ଏହାକୁ ଶୁଖାଇ କ୍ୟାପିସୁଲ ତିଆରି କର ଚଢା ମୂଲ୍ୟରେ ବିକ୍ରି କରନ୍ତି | ଗୋଟିଏ ପ୍ଲାସେଣ୍ଟାର ମୂଲ୍ୟ ୧୫୦ ପାଉଣ୍ଡରୁ ଆରମ୍ଭ କରି ଆହୁରି ଚଢା ମୂଲ୍ୟରେ ବିକ୍ରି ହୁଏ | ବର୍ତ୍ତମାନ ପ୍ଲାସେଣ୍ଟା ଚୋରି ଏବଂ ଚାଲାଣ ମଧ୍ୟ ହେଉଛି ଯେଉଁଥିପାଇଁ କୋର୍ଟରେ କେସ ଚାଲିଛି |

ତେବେ ପ୍ଲାସେଣ୍ଟା ଖାଇବା ଦ୍ୱାରା ପ୍ରକୃତରେ କିଛି ଲାଭ ମିଳିଥାଏ ନା ନାହିଁ ତାର ଏବେ ସୁଦ୍ଧା କିଛି ପ୍ରମାଣ ମିଳିନାହିଁ | ଅପରପକ୍ଷରେ ଏହାକୁ ଖାଇବାରେ ବିପଦ ମଧ୍ୟ ରହିଛି | ଟେକ୍ସସ ୟୁନିଭର୍ସିଟି ହସ୍ପିଟାଲ ଅନୁଯାୟୀ ପ୍ଲାସେଣ୍ଟା ମା’ଠାରୁ ଶିଶୁ ପର୍ଯ୍ୟନ୍ତ ପହଞ୍ଚାଉଥିବା ପୋଷାକ ତତ୍ତ୍ୱକୁ ଫିଲ୍ଟର କରିଥାଏ | ସେଥିପାଇଁ ଏଥିରେ ଅନେକ ବିପଦଜନକ ବ୍ୟାକ୍ଟେରିଆ ଓ ଭାଇରସ ରହିଥାଏ | ଏହାକୁ ଖାଇବା ଦ୍ୱାରା ସଂକ୍ରମଣ ବିପଦ ମଧ୍ୟ ରହିଛି | ୨୦୧୬ ମସିହାରେ Centers for Disease Control and Prevention ର ଏକ ରିସର୍ଚ୍ଚ ଏକ ଭୟଙ୍କର ତଥ୍ୟ ଦେଇଥିଲା | ଯେଉଁ ଶିଶୁମାନଙ୍କ ରକ୍ତରେ ଗମ୍ଭୀର ସଂକ୍ରମଣ ଥିଲା ସେହି ଶିଶୁମାନଙ୍କ ମା’ମାନଙ୍କ ଉପରେ ଗବେଷଣା କରାଯାଉଥିଲା | ଗବେଷଣାରୁ ଜଣାପଡିଥିଲା ଯେ ଏହି ମା’ମାନେ ଶିଶୁ ଜନ୍ମ ପରେ ପ୍ରତିଦିନ ପ୍ଲାସେଣ୍ଟା କ୍ୟାପିସୁଲ ଖାଉଥିଲେ | ସେଥିପାଇଁ ସ୍ଥନପାନ ଜରିଆରେ ସଂକ୍ରମଣ ଶିଶୁ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା | 

   Related Posts