LACରେ ଭାରତ ଉପରେ ଚାପ ପକାଇବା ନୀତି କାମ ଦେଲାନି, ନରମିଲା ଚୀନର ସ୍ଵର, କହିଲା- ଡ୍ରାଗନ ଓ ହାତୀ ଏକାଠି ମିଶି ନାଚି ପାରିବେ

Published By : Prameya-News7 Bureau | May 27, 2020 IST

ନୂଆଦିଲ୍ଲୀ ୨୭।୦୫: ପୂର୍ବି ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ମେ ୫ରୁ ଉତ୍ତେଜନାମୂଳକ ସ୍ଥିତି ଉତ୍ପନ କରି ଭାରତ ଉପରେ ଚାପ ପକାଇବାକୁ ନିଜର ଉଦ୍ୟମରେ ବିଫଳ ହେବା ପରେ ଚୀନର ସ୍ଵର ନରମ ପଡୁଥିବା ଦେଖା ଯାଇଛି। ପ୍ରଥମେ ଚୀନୀ ବୈଦେଶିକ ମନ୍ତ୍ରୀ ସୀମାରେ ଭାରତ ସହିତ ସ୍ଥିତି ସ୍ଵାଭାବିକ ହେବାକୁ ଆଶା ପ୍ରକଟ୍ କରିଥିବା ବେଳେ ଏବେ ଭାରତରେ ଚୀନର ରାଷ୍ଟ୍ରଦୂତ ଆଲୋଚନା ମାଧ୍ୟମରେ ମତଭେଦ ଦୂର କରିବା ଉପରେ ଜୋର୍ ଦେଇଛନ୍ତି। ସେ କହିଛନ୍ତି ଚାଇନିଜ୍ ଡ୍ରାଗନ ଓ ଭାରତୀୟ ହାତୀ ଏକ ସାଙ୍ଗରେ ନାଚି ପାରିବେ।

ଭାରତରେ ଚୀନର ରାଷ୍ଟ୍ରଦୂତ ସନ ଓ୍ଵିଡୋଙ୍ଗ କନଫେଡେରେସନ ଅଫ ୟଙ୍ଗ ଲିଡର୍ସ ସମ୍ମିଳନୀକୁ ସମ୍ବୋଧିତ କରି ଭାରତ ଓ ଚୀନର ସଂପର୍କକୁ ପ୍ରଗାଢ କରିବା ଉପରେ ଜୋର୍‌ ଦେଇଛନ୍ତି। ସେ କହିଛନ୍ତି, ଆମେ କେବେ ବି ନିଜର ମତଭେଦକୁ ଆମର ସଂପର୍କ ଉପରେ ଭାରି ହେବାକୁ ଦେବୁ ନାହିଁ। ଆଲୋଚନା ମାଧ୍ୟମରେ ମତଭେଦକୁ ଦୂର କରିବା ଉଚିତ୍। ଓ୍ଵିଡୋଙ୍ଗ କହିଛନ୍ତି, ଚୀନ ଓ ଭାରତ କୋଭିଡ୍-୧୯ ବିରୋଧରେ ଲଢେଇ କରୁଛନ୍ତି ଓ ଆମ ଉପରେ ଦୁଇ ଦେଶର ସଂପର୍କକୁ ଅଧିକ ସୁଦୃଢ କରିବାର ଦାୟିତ୍ଵ ରହିଛି।

{"id":276954,"sizeSlug":"large"}

ଚୀନୀ ରାଷ୍ଟ୍ରଦୂତ ସମ୍ମିଳନୀରେ ଉପସ୍ଥିତି ଯୁବବର୍ଗଙ୍କୁ ଭାରତ ଓ ଚୀନର ସଂପର୍କରେ ବୁଝିବାକୁ ଆହ୍ଵାନ ଦେଇ କହିଛନ୍ତି, ଆମେ ଦୁଇ ଦେଶ ପରସ୍ପର ବିରୋଧରେ ବିପଦ ନୁହେଁ। ଆମର ଯୁବ ବର୍ଗଙ୍କୁ ଚୀନ ଓ ଭାରତର ସଂପର୍କକୁ ଅନୁଭବ କରିବା ଉଚିତ୍। ଦୁଇ ଦେଶ ଲାଗି ସଂପ୍ରତି ସୁଯୋଗର ଦ୍ଵାର ରହିଛି। ପରସ୍ପର ବିରୋଧରେ କୌଣସି ବିପଦ ନାହିଁ। ସେ କହିଛନ୍ତି, ଡ୍ରାଗନ ଓ ହାତୀ ଏକାଠି ମିଶି ନାଚି ପାରିବେ।

ଉଲ୍ଲେଖଯୋଗ୍ୟ, ଏଲଏସି ଉପରେ  ଜାରି ଉତ୍ତେଜନାମୂଳକ ସ୍ଥିତି ମଧ୍ୟରେ ଭାରତ କେବେ ବି ଉସୁକାଇବା ପରି ବୟାନ ଦେଇ ନାହିଁ। ମାତ୍ର ମଙ୍ଗଳବାର ଆସିଥିବା ଖବର ଅନୁଯାୟୀ ଚୀନ ରାଷ୍ଟ୍ରପତି ସି  ଜିନପିଙ୍ଗ ନିଜର ସେନାକୁ ଯୁଦ୍ଧ ଲାଗି ପ୍ରସ୍ତୁତ ରହିବାକୁ କହିଛନ୍ତି। ଚୀନ ସର୍ବଦା ବିସ୍ତାରବାଦୀ ନୀତିକୁ ପ୍ରମୁଖତା ଦେଇ ଆସିଛି। ଡ୍ରାଗନ ଦୁର୍ବଳ ଦେଶକୁ ଋଣ  ଜାଲରେ ଫସାଇ ନିଜର ସାମ୍ରାଜ୍ୟ ବିସ୍ତାର କରିବାକୁ ଜୋର୍ ଦେଇ ଆସିଛି। ଅନ୍ୟପଟେ ଭାରତ ପରି ଦେଶ ବିରୋଧରେ ସୈନ୍ୟ ଜରିଆରେ ଚାପ ପକାଇବାକୁ ଚେଷ୍ଟା କରି ଆସିଛି। ମାତ୍ର ଏହି ପରି ପ୍ରୟାସରେ ଚୀନ ସବୁ ଥର ବିଫଳ ହୋଇଛି। ଡୋକଲାମ ପରେ ଏବେ ଲଦାଖରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ କରାଇ କୋଭିଡ୍-୧୯ ମହାମାରୀ ସଙ୍କଟରେ ଦୁନିଆର ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି ଡ୍ରାଗନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.