Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ପୁଣି ବିବାଦରେ ପାକିସ୍ତାନରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ, ମହଙ୍ଗା ପଡ଼ିଲା ‘ମିଡିଲ୍‌ ଫିଙ୍ଗର’ ଟ୍ବିଟ୍‌

26/06/2021 at 5:12 PM

ଇସ୍ଲାମାବାଦ ୨୬/୬: ପାକିସ୍ତାନରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତଙ୍କୁ ନେଇ ପୁଣି ଥରେ ବିବାଦ ଉପୁଜିଛି। ସେ ପୁଣି ଥରେ ଅଶ୍ଳୀଳ ଟ୍ବିଟ୍‌ କରିଛନ୍ତି। ଇସ୍ଲାମାବାଦର ଚୀନ ଦୂତାବାସର ସାଂସ୍କୃତିକ କେନ୍ଦ୍ର ନିର୍ଦେଶକ ଝାଙ୍ଗ ହେକିଙ୍ଗ ବନ୍ଧୁ ଏବଂ ଶତ୍ରୁକୁ ଦର୍ଶାଇବାକୁ ଯାଇ ଏମିତି ଟ୍ବିଟ୍‌ କରିଛନ୍ତି। ଯାହାକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହା ପୂର୍ବରୁ ସେ ଇସ୍ଲାମ ଏବଂ ହିଜାବ ଉପରେ ଅଶ୍ଳୀଳ ଟିପ୍ପଣୀ କରିଥିଲ। ପରେ ତାଙ୍କର ସେହି ଟ୍ବିଟ୍‌ ଡିଲିଟ୍‌ କରାଯାଇଥିଲା।

ଚାଇନା ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, ପାକିସ୍ତାନରେ ଥିବା ଚୀନ ରାଷ୍ଟ୍ରଦୂତ ଝାଙ୍ଗ ହେକିଙ୍ଗ୍ ଦୁଇଟି ଫଟୋ ଶେୟାର କରିଥିଲେ। ପ୍ରଥମରେ ହାତର ପ୍ରଥମ ଆଙ୍ଗୁଳି ମାନେ ବୁଢ଼ା ଆଙ୍ଗୁଠିରେ ଚିତ୍ର ଥିଲା ଅନ୍ୟ ଏକ ଫଟୋରେ ହାତର ମଝି ଆଙ୍ଗୁଳିର ଚିତ୍ର ଦେଖାଯାଇଥିଲା। ଯେଉଁଥିରେ କ୍ୟାପ୍‌ସନ ଥିଲା ଆମେ ଆମ ବନ୍ଧୁ ସହିତ ଏମିତି ବ୍ୟବହାର କରୁ ଆଉ ଶତ୍ରୁ ସହିତ ଏମିତି ମୁକାବିଲା କରୁ । ବିଶ୍ବରେ ମିଡିଲ ଫିଙ୍ଗରକୁ ଅଶ୍ଲୀଳ ଇସାରା ଭାବେ ନିଆଯାଏ। ତେଣୁ ଝାଙ୍ଗ ସମାଲୋଚାନର ଶିକାର ହୋଇଛନ୍ତି।

ଚୀନର ସସ୍କୃତିକୁ ଆଗକୁ ନେବା ପାଇଁ ଝାଙ୍ଗ ହେକିଙ୍ଗ୍‌ଙ୍କୁ ରଖାଯାଇଥିବା ବେଳେ ସେ ଅପସଂସ୍କୃତିର ପ୍ରଚାର କରୁଛନ୍ତି ବୋଲି ପାକିସ୍ତାନୀ ସୋସିଆଲ ମିଡିଆ ୟୁଜର କହିଛନ୍ତି।  ଏହା ପୂର୍ବରୁ ଝାଙ୍ଗ ଚୀନ୍‌ର ମୁସଲିମ୍‌ ବହୁଳ ଅଞ୍ଚଳ ସିନିଜିଆଙ୍ଗରେ ଏକ ଯୁବତୀ ଡାନ୍ସରର ଭିଡିଓ ଟ୍ବିଟ୍‌ କରିଥିଲେ। ଏହି ପୋଷ୍ଟ କରି ଯୁବତୀଙ୍କୁ ହିଜାବ ଉଠାଅ ମୁଁ ତୁମ ଆଖି ଦେଖିବାକୁ ଚାହୁଁଛି ବୋଲି ଲେଖିଥିଲେ।

ଏହାପରେ ଅନ୍ୟ ଏକ ଟ୍ବିଟ୍‌ରେ ସେ ଲେଖିଥିଲେ ଚୀନ୍‌ର ଅଧିକାଂଶ ଲୋକ ସିନିଜିଆଙ୍ଗର ଏହି ଗୀତ ଗାଇବାକୁ ପସନ୍ଦ କରିବେ। ତେବେ ଟ୍ବିଟ୍‌କୁ ନେଇ ଜୋରଦାର ବିବାଦ ହେବା ପରେ ତାହାକୁ ଡିଲିଟ୍ କରିଦେଇଥିଲେ ଝାଙ୍ଗ ହେକିଙ୍ଗ।

   Related Posts